ETV Bharat / state

ଏକତା ହିଁ ବଳ: କୋଟିଆରେ ଏକାଠି ହେଲେ 3 ରାଜନୈତିକ ଦଳ, ଫସରଫାଟିଲା ଆନ୍ଧ୍ର ପ୍ଲାନ୍ - କୋଟିଆରେ ସର୍ବଦଳୀୟ ନେତା

କୋଟିଆ ବିବାଦ ବର୍ତ୍ତମାନ ଜୋର ଧରିଛି। ଆଜି କୋରାପୁଟ ଜିଲ୍ଲାର ଦଳମତ ନିର୍ବିଶେଷରେ ବିଜେଡି,ବିଜେପି ଏବଂ କଂଗ୍ରେସ ଦଳର ସମସ୍ତ ନେତୃମଣ୍ଡଳୀ ପହଞ୍ଚିଥିଲେ କୋଟିଆରେ । କୋଟିଆରେ ହେବାକୁ ଥିବା ଆନ୍ଧ୍ର ବିଧାୟକଙ୍କ କାର୍ଯ୍ୟକ୍ରମକୁ ବିରୋଧ । ଅଧିକ ପଢନ୍ତୁ...

Andhra Pradesh Mlas programme cancel in koraput
କୋଟିଆରେ ଆନ୍ଧ୍ର ବିଧାୟକଙ୍କ ପ୍ରବେଶକୁ ବିରୋଧ, କାର୍ଯ୍ୟକ୍ରମ ବାତିଲ
author img

By

Published : Aug 16, 2021, 11:52 AM IST

Updated : Aug 16, 2021, 8:05 PM IST

କୋରାପୁଟ: କୋଟିଆରେ ହେବାକୁ ଥିବା ଆନ୍ଧ୍ର ବିଧାୟକଙ୍କ କାର୍ଯ୍ୟକ୍ରମକୁ ବିରୋଧ । କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତ ଅନ୍ତର୍ଗତ ଫାଟୁସିନେରୀ ଠାରେ ଆଜି ଆନ୍ଧ୍ରର ସାଲୁର ବିଧାୟକ ରାଜନ ଦୋରା ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଏଥିରେ ପାର୍ବତିପୁରମ ଆଇଟିଡିଏର ପ୍ରକଳ୍ପ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ଏହି କାର୍ଯ୍ୟକ୍ରମସ୍ଥଳୀକୁ ଆନ୍ଧ୍ରପ୍ରଦେଶର କୌଣସି ବ୍ୟକ୍ତିଙ୍କୁ ପ୍ରବେଶ କରିବାକୁ ଦେଇନାହିଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ।

କୋଟିଆରେ ଆନ୍ଧ୍ର ବିଧାୟକଙ୍କ ପ୍ରବେଶକୁ ବିରୋଧ, କାର୍ଯ୍ୟକ୍ରମ ବାତିଲ

କୋଟିଆ ବିବାଦ ବର୍ତ୍ତମାନ ଜୋର ଧରିଛି। ଆଜି କୋରାପୁଟ ଜିଲ୍ଲାର ଦଳମତ ନିର୍ବିଶେଷରେ ବିଜେଡି,ବିଜେପି ଏବଂ କଂଗ୍ରେସ ଦଳର ସମସ୍ତ ନେତୃମଣ୍ଡଳୀ ପହଞ୍ଚିଥିଲେ କୋଟିଆରେ । ଓଡିଶା ମାଟିର ଇଞ୍ଚେ ଜମି ଆନ୍ଧ୍ରକୁ ଦେବେନାହିଁ କହି ସଂକଳ୍ପ କରିଛନ୍ତି। ଆଜି ସାଲୁର ବିଧାୟକ ବିଡିକା ରାଜନ ଦୋରା କିଛି ବିଭାଗୀୟ ଅଧିକାରୀଙ୍କ ସହ କୋଟିଆ ଆସିବାର କାର୍ଯ୍ୟକ୍ରମ ରହିଥିବା ବେଳେ ତାଙ୍କୁ ବିରୋଧ କରିବା ପାଇଁ ସମସ୍ତ ରାଜନୈତିକ ଦଳର ନେତାମାନେ ଏକାଠି ହୋଇ ପ୍ରତିରୋଧ କରିଛନ୍ତି ।

ବହୁ ସମାଜସେବୀ ମଧ୍ୟ ସାମିଲ ହୋଇଥିବା ଦେଖିବାକୁ ମିଳିଛି। କୋରାପୁଟ ବିଧାୟକ ରଘୁରାମ ପଡାଲ,ପଟାଙ୍ଗି ବିଧାୟକ ପିତମ ପାଢ଼ୀ,ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି,ରାଜ୍ୟ ବିହନ ନିଗମ ଅଧକ୍ଷ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ,ବିଜେପି ର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଜୟରାମ ପାଙ୍ଗି ଏହି ବିରୋଧରେ ସାମିଲ ହୋଇଛନ୍ତି। ଏପଟେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ସୀମାନ୍ତରେ ବେରିକେଡ ଲଗାଇ ଆଇନ ଶୃଙ୍ଖଳା ବ୍ୟବସ୍ଥା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳଙ୍କ ନେତୃତ୍ୱରେ ୧୧ ଜଣ ଏଗଜିକ୍ୟୁଟିଭ ମାଜିଷ୍ଟେଟ ଉପସ୍ଥିତ ରହିଥିଲେ ।କିନ୍ତୁ ଆନ୍ଧ୍ରର ବିଧାୟକ ଓଡ଼ିଶାର ଉକ୍ତ ପ୍ରତିବାଦର ସୂଚନା ପାଇ ଫାଟୁସିନେରୀରେ ତାଙ୍କ ଗସ୍ତକୁ ବାତିଲ କରିଥିବା ବେଳେ କୋଟିଆ ବିଷୟ ଉଚ୍ଚତମ ନ୍ୟାୟାଳୟରେ ବିଚାରାଧୀନ ଥିବାବେଳେ ଏହି ଅଂଚଳରେ କୌଣସି ଆଇନ ଶୃଙ୍ଖଳାକୁ ବ୍ୟାଘାତ କରୁଥିବା କାର୍ଯ୍ୟକୁ ସଂଗଠିତ ହେବା ପାଇଁ ଦିଆଯିବ ନାହିଁ ବୋଲି ଜିଲ୍ଲାପାଳ ଅବଦଲ ଅକ୍ତର ଜଣାଇଛନ୍ତି ।

ଫାଟୁସିନେରୀ ଓ ଆନ୍ଧ୍ରପ୍ରଦେଶର ନନ୍ଦା ଗାଁ ମଧ୍ୟରେ ଥିବା ରାସ୍ତାକୁ ପୋଲିସ ଦ୍ୱାରା ବ୍ୟାରିକେଡ ଯୋଗେ ଅବରୋଧ କରାଯାଇଥିଲା । ବ୍ୟାରିକେଡ ଲଗାଯାଇଥିବା ସ୍ଥାନରେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ, ଅନ୍ୟାନ୍ୟ ରାଜନୈତିକ ନେତୃବୃନ୍ଦଙ୍କ ସହ କୋଟିଆ ସଂଗଠନର ସଦସ୍ୟ ଉପସ୍ଥିତ ରହି ସ୍ଥିତିର ତଦାରଖ କରିଥିଲେ । କୋଟିଆ ପଞ୍ଚାୟତର 21ଟି ଗାଁ ଉପରେ ଅଧିକାରକୁ ନେଇ ରାଜ୍ୟ ସରକାର ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ଯାହାର ମାମଲା ମଧ୍ୟ ଏବେ ବିଚାରଧୀନ ରହିଛି । ବିଗତ ଦିନରେ ଫାଟୁସିନେରୀକୁ ଆନ୍ଧ୍ର ସରକାର ପଞ୍ଚାୟତର ମାନ୍ୟତା ଦେଇ ନିର୍ବାଚନ ମଧ୍ୟ କରାଇଛି ।

ତେବେ ଫାଟୁସିନେରୀ ଓ ଫଗୁଣସିନେରୀରେ ଆନ୍ଧ୍ରପ୍ରଦେଶ ତରଫରୁ ଏକ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବାକୁ ଯାଇଥିବା ବେଳେ ଓଡିଶା ସରକାରଙ୍କ ତରଫରୁ ରାସ୍ତା ଅବରୋଧ କରିବା ନ୍ୟାୟ ସଂଗତ ନୁହେଁ ବୋଲି ସାଲୁର ବିଧାୟକ ରାଜନ ଦୋରା କ୍ଷୋଭ ପ୍ରକାଶ କରିଛନ୍ତି । ବିଜୟନଗର ଜିଲ୍ଲାର ଜିଲ୍ଲାପାଳ ଓ ଏସପି ତାଙ୍କ ଗସ୍ତକୁ ଆଜି ପାଈଁ ବାତିଲ କରିବା ପାଈଁ ଅନୁରୋଧ କରିଥିବା ଯୋଗୁଁ ସେ ନିଜ କାର୍ଯ୍ୟକ୍ରମକୁ ପରିବର୍ତନ କରିଛନ୍ତି ଓ ଏ ବିଷୟ ପ୍ରତି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କୋରାପୁଟ ଜିଲ୍ଲାପାଳ କହିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Aug 16, 2021, 8:05 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.