ETV Bharat / state

ପ୍ରହସନ ପାଲଟିଛି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା - vaccant

2009ରେ ସଂସଦରେ ପାରିତ କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଖାଲି ପଡିଛି ପ୍ରଫେସର ପଦବୀ । ଦୀର୍ଘ 10 ବର୍ଷ ଧରି ଜଣେ ମାତ୍ର ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସରକୁ ନେଇ ଚାଲିଛି ବିଶ୍ବବିଦ୍ୟାଳୟ । ଏଭଳି ସ୍ଥିତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାରଗତାକୁ ଦର୍ଶାଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Jul 7, 2019, 7:44 PM IST

Updated : Jul 7, 2019, 8:42 PM IST

କୋରାପୁଟ: ସଂସଦରେ 2009ରେ ଆସିଥିଲା ଏକ ସ୍ବତନ୍ତ୍ର ଅଧିନିୟମ । ସାରା ଦେଶରେ ସ୍ଥାପିତ ହୋଇଥିଲା 12ଟି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ । ତନ୍ମଧ୍ୟରେ ରାଜ୍ୟକୁ ମିଳିଥିଲା ଗୋଟିଏ । ଆଉ କୋରାପୁଟରେ ସ୍ଥାପିତ ହେଲା ରାଜ୍ୟର ଏକମାତ୍ର କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ । ଆଦିବାସୀ ଅନଗ୍ରସର ଇଲାକାର ପିଲାଙ୍କ ମଧ୍ୟରେ ଆଣିଦେଇଥିଲା ନୂଆ ଆଶା । ସୁନେଲି ଭବିଷ୍ୟତର ସ୍ବପ୍ନ ଦେଖିଥିଲେ ଛାତ୍ରଛାତ୍ରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ, ଭୁବନେଶ୍ବର

ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିବା ପାଇଁ ବିଶ୍ବବିଦ୍ୟାଳୟରେ ନିଯୁକ୍ତି ହୋଇଥିଲେ ଜଣେ ପ୍ରଫେସର ଓ 16 ଜଣ ଆସିଷ୍ଟାଣ୍ଟ ପ୍ରଫେସର । ଇତିମଧ୍ୟରେ ବିତିଯାଇଛି 10 ବର୍ଷ । ହେଲେ ଅବସ୍ଥା ଯେମିତିକୁ ସେମିତି । ଜଣେ ମାତ୍ର ପ୍ରଫେସର ଓ 16 ଜଣ ଆସିଷ୍ଟାଣ୍ଟ ପ୍ରଫେସକୁ ନେଇ ଚାଲିଛି ବିଶ୍ବବିଦ୍ୟାଳୟ । ଏଭଳି ସ୍ଥିତିରେ କେବିକେ ଅଞ୍ଚଳ ପ୍ରତି ଅନ୍ୟାୟ ହୋଇଛି ବୋଲି ଗତ କିଛି ଦିନ ପୂର୍ବେ କୋରାପୁଟ ସାଂସଦ ସପ୍ତଗିରି ଉଲାକା ସଂସଦରେ ପ୍ରଶ୍ନ ପଚାରିଥିଲେ । ଯାହା କୋରାପୁଟ ଜନସାଧାରଣଙ୍କ ଦ୍ବାରା ବେଶ ଆଦୃତ ହୋଇଛି ।

ବିଶ୍ବବିଦ୍ୟାଳୟ ସ୍ଥାପନ ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ଏହା ଆରମ୍ଭରୁ ଝୁଣ୍ଟି ପଡିଛି । ଫଳରେ ଖାଲି ପଡିରହିଛି ଅନେକ ପଦବୀ । 2009 ରୁ 2014 ପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଭାବେ କାର୍ଯ୍ୟ କରିଥିଲେ ସୁରଭି ବାନାର୍ଜୀ । ହେଲେ ତାଙ୍କ ଅବସର ଗ୍ରହଣ ସମୟରେ ବିଶ୍ୱବିଦ୍ୟାଳୟରେ ଏପରି ଦୟନୀୟ ଅବସ୍ଥା ଥିଲା ଯେ ରିଲିଭ କରି ଦାୟିତ୍ୱ ହସ୍ତାନ୍ତର କରିବା ପାଇଁ ଜଣେ ବି ପ୍ରଫେସର ନଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ବିଶ୍ୱ ବିଦ୍ୟାଳୟରେ ଜଣେ ପ୍ରଫେସର ଯୋଗ ଦେବା ପରେ ସ୍ଥିତି ବଦଳିବା ନେଇ ଚର୍ଚ୍ଚା ଜୋର ଧରିଥିଲା ।

କିନ୍ତୁ ଗତ ଦଶ ବର୍ଷ ତଳେ ଜୈବ ବିବିଧତା ବିଭାଗରେ ଯୋଗ ଦେଇଥିବା ଜଣେ ମାତ୍ର ପ୍ରଫେସର ଏସ.କେ.ପାଲିତା, ଯିଏକି ବର୍ତ୍ତମାନ କାର୍ଯ୍ୟକାରୀ କୁଳପତି ଭାବେ ନିୟୋଜିତ ହୋଇଛନ୍ତି । ତାଙ୍କୁ ବାଦ ଦେଲେ ଆଉ ଜଣେ ହେଲେ ପ୍ରଫେସର ନାହାନ୍ତି । ବିଶ୍ବ ବିଦ୍ୟାଳୟର ଏଭଳି ସ୍ଥିତି ବିକାଶ କ୍ଷେତ୍ରରେ ରାଜ୍ୟ ଓ ଦେଶକୁ ଆଗେଇ ନେଉଥିବା ସରକାରଙ୍କ ପାରିଲାପଣିଆକୁ ଦର୍ଶାଉଛି । ସେପଟେ ଦେଶର ଏକ ଅଗ୍ରଣୀ ଓ ସ୍ବତନ୍ତ୍ର ବିଶ୍ବବିଦ୍ୟାଳୟ ଭାବେ ଏହାକୁ ଗଢି ତୋଳିବାର ସ୍ବପ୍ନ ଧରାଶାୟୀ ହୋଇଥିବା ପୁରାତନ ଛାତ୍ର ଅଭିଯୋଗ କରିଛନ୍ତି ।

ତେବେ ସମାନ ଦିନରେ ଝାଡଖଣ୍ଡରେ ସ୍ଥାପିତ ହୋଇଥିବା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ନୂତନ ପାଠ୍ୟକ୍ରମ ସହ ସମସ୍ତ ବିଭାଗରେ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତ ହୋଇଛନ୍ତି । କିନ୍ତୁ ଓଡିଶାର କୋରାପୁଟ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଇଲାକା ହୋଇ ଏହି ବିଶ୍ବବିଦ୍ୟାଳୟଟି ଅବସ୍ଥାପିତ ହୋଇଥିବାରୁ ଏହାକୁ ଅବହେଳା କରାଯାଉଥିବା ନେଇ ଜିଲ୍ଲାର ବରିଷ୍ଠ ଓକିଲ ଅଜିତ ପାତ୍ର କ୍ଷୋଭ ପ୍ରକାଶ କରିଛନ୍ତି । ଅନେକ ଥର ବିଶ୍ବବିଦ୍ୟାଳୟର ଏହି ଅବ୍ୟବସ୍ଥାକୁ ନେଇ ଛାତ୍ରଛାତ୍ରୀ ଅନ୍ଦୋଳନ କରିବା ସହ କଳାପତାକା ପ୍ରଦର୍ଶନ କରିଛନ୍ତି । କିନ୍ତୁ ଆନ୍ଦୋଳନକୁ ଭାଙ୍ଗିବା ପାଇଁ ବିଶ୍ବବିଦ୍ୟାଳୟରେ ସାଇନ-ଏ-ଡାଏ ଘୋଷଣା କରାଯାଇଥାଏ । ବାରମ୍ବାର ଆନ୍ଦୋଳନ ଏବଂ ଛାତ୍ରଛାତ୍ରୀଙ୍କୁ ମିଳିଥିବା ପ୍ରତିଶ୍ରୁତିକୁ ପୂରଣ ନହେବା ନେଇ ଅନେକ ସମୟରେ ବିଶ୍ବବିଦ୍ୟାଳୟର ପ୍ରଶାସନକୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡିଥାଏ ।

ବିଶ୍ବବିଦ୍ୟାଳୟର ଏପରି ସ୍ଥିତି ଦେଇ ଗତି କରୁଥିବାବେଳେ ବିଶ୍ବବିଦ୍ୟାଳୟର କୁଳାଧିପତି ପି.ଭି କୃଷ୍ଣ ଭଟ୍ଟ ଆସି ଏଠାକାର ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଛାତ୍ରଛାତ୍ରୀ ଓ ବିଶ୍ବବିଦ୍ୟାଳୟର କର୍ମକର୍ତ୍ତାଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ବିଶ୍ବବିଦ୍ୟାଳୟ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା । ସ୍ଥାପନ ପରେ ଏହା ଯେଉଁଭଳି ଭାବେ ଅଗ୍ରଗତି କରିବା କଥା ସେପରି ଭାବେ ହୋଇପାରିନଥିବା ସେ କହିଥିଲେ । ଅନ୍ୟପଟେ କୋରାପୁଟରେ କେନ୍ଦ୍ରୀୟ ବିଶ୍ବବିଦ୍ଯାଳୟ ପ୍ରତିଷ୍ଠା ହେବା ପରଠାରୁ ଏହାସହ କାନ୍ଧରେ କାନ୍ଧ ମିଶାଇ ଚାଲିଥିବା ଆଦିବାସୀ ଜନଜୀବନକୁ ନେଇ ଗବେଷଣାରତ ଅନୁଷ୍ଠାନର କୋଟ୍ସର ନିର୍ଦ୍ଦେଶକ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ଚିନ୍ତା ପ୍ରକଟ କରିଛନ୍ତି । ତେଣୁ ତୁରନ୍ତ ଏଠାରେ ଖାଲି ପଡିଥିବା ସମସ୍ତ ପଦବା ପୂରଣ ହେବା ଆବଶ୍ୟକ ବୋଲି ସେ ମତ ରଖିଛନ୍ତି । ନଚେତ୍ ଏଠାରେ ପାଠ ପଢୁଥିବା ପିଲାଙ୍କ ଭବିଷ୍ୟତ ଅନ୍ଧାରମୟ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:Body:

asfa

Conclusion:
Last Updated : Jul 7, 2019, 8:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.