ETV Bharat / state

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଦାୟିତ୍ବ ନେଲେ ପ୍ରଫେସର ଚକ୍ରଧର ତ୍ରିପାଠୀ - କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି

ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଚକ୍ରଧର ତ୍ରିପାଠୀ । ଅଧିକ ପଢନ୍ତୁ

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଦାୟିତ୍ବ ନେଲେ ପ୍ରଫେସର ଚକ୍ରଧର ତ୍ରିପାଠୀ

author img

By

Published : Sep 27, 2022, 12:34 PM IST

କୋରାପୁଟ: ରାଜ୍ୟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଚକ୍ରଧର ତ୍ରିପାଠୀ । 2021ରେ ପ୍ରଫେସର ଆଇ ରାମବ୍ରହ୍ମମଙ୍କ ବିୟୋଗ ପରେ ମଧ୍ୟବର୍ତ୍ତୀକାଳୀନ ଅବଧି ପାଇଁ ଭାରପ୍ରାପ୍ତ କୁଳପତି ଭାବରେ କାର୍ଯ୍ୟ କରିଥିବା ପ୍ରଫେସର ଏସକେପଳିତାଙ୍କ ଠାରୁ ସେ ଏହି ଦାୟିତ୍ଵ ଗ୍ରହଣ କରିଛନ୍ତି । ପ୍ରଫେସର ତ୍ରିପାଠୀ ହେଉଛନ୍ତି ବିଶ୍ୱବିଦ୍ୟାଳୟର ଚତୁର୍ଥ ସ୍ଥାୟୀ କୁଳପତି । ବିଶ୍ବବିଦ୍ୟାଳୟ ଅଧିନିୟମ ଅନୁଯାୟୀ ପ୍ରଫେସର ଚକ୍ରଧର ତ୍ରିପାଠୀଙ୍କୁ କୁଳପତି ଭାବରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଯୁକ୍ତ କରିଛନ୍ତି । 5 ବର୍ଷ ଯାଏ ସ୍ଥାୟୀ କୁଳପତି ଭାବେ ଦାୟିତ୍ବରେ ରହିବେ ।

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଦାୟିତ୍ବ ନେଲେ ପ୍ରଫେସର ଚକ୍ରଧର ତ୍ରିପାଠୀ
କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଦାୟିତ୍ବ ନେଲେ ପ୍ରଫେସର ଚକ୍ରଧର ତ୍ରିପାଠୀ

ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଯୋଗଦେବା ପୂର୍ବରୁ ପ୍ରଫେସର ତ୍ରିପାଠୀ ପଶ୍ଚିମବଙ୍ଗର ଶାନ୍ତିନିକେତନ ସ୍ଥିତ ବିଶ୍ୱ ଭାରତୀର, ହିନ୍ଦୀ ବିଭାଗରେ ବରିଷ୍ଠ ପ୍ରଫେସର ଥିଲେ । ମଧ୍ୟଯୁଗୀୟ ଏବଂ ଆଧୁନିକ ହିନ୍ଦୀ କବିତା ହେଉଛି ତାଙ୍କର ବିଶେଷ ବିଷୟ । ପ୍ରଫେସର ତ୍ରିପାଠୀଙ୍କର 33 ବର୍ଷର ପ୍ରଭାବଶାଳୀ ଏକାଡେମିକ୍ ସହିତ ବିଭିନ୍ନ ପ୍ରଶାସନିକ କ୍ଷମତାରେ ଅନୁଭୂତି ରହିଛି । ଶାରୀରିକ ଶିକ୍ଷା, କ୍ରୀଡା, ଜାତୀୟ ସେବା ଏବଂ ଛାତ୍ର କଲ୍ୟାଣର ନିର୍ଦ୍ଦେଶକ, ଆନ୍ତର୍ଜାତୀୟ ସହଯୋଗର (ନୂତନ ଶିକ୍ଷା ନୀତି ଅନୁସରଣ) ସଂଯୋଜକ ଏକାଡେମିକ୍ କାର୍ଯ୍ୟର ଭାରପ୍ରାପ୍ତ ଅଧିକାରୀ, ହିନ୍ଦୀ ବିଭାଗର ମୁଖ୍ୟ, ହିନ୍ଦୀ ଅଧ୍ୟୟନ ବୋର୍ଡର ଅଧ୍ୟକ୍ଷ, ଟାଗୋର ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍ଟ ଆଣ୍ଡ ଏଜୁକେସନ୍ ଅଧୀନରେ ଥିବା ହିନ୍ଦୀ ଶିକ୍ଷାଦାନ କେନ୍ଦ୍ରର ସମ୍ମାନଜନକ ନିର୍ଦ୍ଦେଶକ ଓ ବିଶ୍ୱ-ଭାରତୀ ଶୌକ୍ଷକ ସଂଘର ସଭାପତି ଭାବେ ତାଙ୍କର କାର୍ଯ୍ୟ କରିବାରେ ଅଭିଜ୍ଞତା ରହିଛି ।

ଏହା ବି ପଢନ୍ତୁ...ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ, ଜଳିଗଲା 10 ଲକ୍ଷ ଟଙ୍କାର ମୋବାଇଲ

ଖାଲି ସେତିକି ନୁହେଁ ସେ ଦେଶରେ ବହୁ ଜାତୀୟ ଉଚ୍ଚ ଶିକ୍ଷାନୁଷ୍ଠାନର ବିଭିନ୍ନ ବୈଧାନିକ କମିଟି, ପରାମର୍ଶଦାତା କମିଟି ଏବଂ ଚୟନ କମିଟିରେ ଭାରତର ରାଷ୍ଟ୍ରପତିଙ୍କ ମନୋନୀତ ସଦସ୍ୟ ଭାବରେ କାର୍ଯ୍ୟ କରି ଆସୁଛନ୍ତି । ଦେଶର ବିଭିନ୍ନ ଅନୁଷ୍ଠାନ ଦ୍ବାରା ଅନେକ ସମ୍ମାନରେ ସମ୍ମାନିତ ମଧ୍ୟ ହୋଇଛନ୍ତି । 1960 ମସିହାରେ କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକ ଅଧୀନରେ ଥିବା ଜଗନ୍ନାଥପୁର ଗାଁରେ ଜନ୍ମଗ୍ରହଣ କରିଥିବା ପ୍ରଫେସର ତ୍ରିପାଠୀ ବିଶ୍ୱ ଭାରତୀରୁ ହିନ୍ଦୀରେ ପିଏଚ୍. ଡି, ଓ ଏମ୍ ଏ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିଥିଲେ। ସେ ଛଅଟିରୁ ଅଧିକ ପୁସ୍ତକ ପ୍ରକାଶ କରିଛନ୍ତି ।

ସେଥିରେ କବୀର କି ଭକ୍ତ, ସିଆରାମ ତିୱାରୀ, ବ୍ୟକ୍ତିତ୍ୱ ଏବଂ କୃତିତ୍ତ୍ବ, ନୟି କବିତାକା ପ୍ରତିପାଦ୍ୟ, ଚିନ୍ତମଣି ସଞ୍ଚୟନ, କ୍ରିଷନ ଚନ୍ଦର କି ପ୍ରତିନିଧି କହାନିଆ, ଆତ୍ମ ନିର୍ଭର ଭାରତ (ବଙ୍ଗାଳୀ ସଂସ୍କରଣ) ଅନ୍ତର୍ଭୁକ୍ତ । ସେ 4ଟି ସମ୍ପାଦିତ ପୁସ୍ତକ ଏବଂ 5ଟି ଅନୁବାଦ ପୁସ୍ତକ ପ୍ରକାଶ କରିଛନ୍ତି । ତାଙ୍କର ଅନେକ ଗବେଷଣାତ୍ମକ ରଚନା ବିଭିନ୍ନ ଜାତୀୟ ଏବଂ ଆନ୍ତର୍ଜାତୀୟ ପତ୍ରିକାରେ ପ୍ରକାଶିତ ହୋଇଛି । ତାଙ୍କ ଅଧୀନରେ 17ରୁ ଅଧିକ ଛାତ୍ର ଛାତ୍ରୀ ଗବେଷଣାତ୍ମକ ପ୍ରକଳ୍ପ ସମାପ୍ତ କରିସାରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.