ETV Bharat / state

ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ କୋରାପୁଟର 7 ଗାଁ - ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା

କୋରାପୁଟ, ବୈପାରୀଗୁଡା, ନନ୍ଦପୁର ଓ ଲକ୍ଷ୍ମୀପୁର ବ୍ଲକର ଗାଁ ଗୁଡିକର ସର୍ବାଙ୍ଗୀନ ଉନ୍ନତ ପାଇଁ କାର୍ଯ୍ୟକାରୀ ହେବ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା । ଏହା ଦ୍ବାରା ଏହି 6 ଟି ବ୍ଲକର 7ଟି ଗାଁର ସର୍ବାଙ୍ଗୀନ ଉନ୍ନତି କରାଯିବ ।

କୋରାପୁଟର ସାତଟି ଗାଁରେ କାର୍ଯ୍ୟକାରୀ ହେବ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା

author img

By

Published : Oct 23, 2020, 11:21 AM IST

କୋରାପୁଟ: ଜିଲ୍ଲାର 6 ଟି ବ୍ଲକର ଅନୁସୂଚିତ ଜାତିର ବହୁଳ 7ଟି ଗାଁକୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗାଁରେ ହେବ ସାମିଲ । ଏହା ଦ୍ବାରା କୋରାପୁଟ, ବୈପାରୀଗୁଡା, ନନ୍ଦପୁର ଓ ଲକ୍ଷ୍ମୀପୁର ବ୍ଲକର ଗାଁ ଗୁଡିକର ସର୍ବାଙ୍ଗୀନ ଉନ୍ନତ କରାଯିବ ବୋଲି ଜିଲ୍ଲାପାଳ ମଧୂସୂଦନ ମିଶ୍ର ସୂଚନା ଦେଇଛନ୍ତି ।

କୋରାପୁଟର ସାତଟି ଗାଁରେ କାର୍ଯ୍ୟକାରୀ ହେବ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା

ଏହି ଯୋଜନାରେ ବିଭିନ୍ନ ସରକାରୀ ଯୋଜନାରୁ ଅନ୍ତତଃ ପକ୍ଷେ 60 ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ କରାଯାଇ ବିଭିନ୍ନ ସୁବିଧା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ବ୍ଲକ ର ବିଡିଓ ଓ ପଞ୍ଚାୟତ ଅଧିକାରୀଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନେଇ ଏକ ବୈଠକ ଆୟୋଜିତ ହୋଇଯାଇଛି । ଚୟନ କରାଯାଇଥିବା ଗାଁ ଗୁଡିକର ଲୋକଙ୍କ ସହ ଆଲୋଚନା କରି ସେହି ଗାଁର ବାସ୍ତବିକ୍ ଆବଶ୍ୟକତା କୁ ଆକଳନ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଇଥିବା ସେ ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.