ETV Bharat / state

ଭୁବନେଶ୍ୱରରୁ କୋରାପୁଟକୁ ବିଶେଷ ରେଳ ସେବା ଆରମ୍ଭ ନେଇ ପ୍ରସ୍ତୁତି - lockdown

ଭୁବନେଶ୍ୱରରୁ-କୋରାପୁଟକୁ ବିଶେଷ ରେଳ ସେବା ଆରମ୍ଭ ହେବ । ଏନେଇ କୋରାପୁଟରେ ପ୍ରସ୍ତୁତି ଚାଲିଛି । ଅଧିକ ପଢନ୍ତୁ...

preparatition for special train bbsr-kpt
ଭୁବନେଶ୍ୱରରୁ କୋରାପୁଟକୁ ବିଶେଷ ରେଳ ସେବା ଆରମ୍ଭ ନେଇ କୋରାପୁଟରେ ପ୍ରସ୍ତୁତି
author img

By

Published : Jun 6, 2020, 5:43 PM IST

କୋରାପୁଟ: ଆସନ୍ତା ସୋମବାର ଠାରୁ ସମ୍ବଲପୁର ଦେଇ ଭୁବନେଶ୍ୱରରୁ କୋରାପୁଟ ପର୍ଯ୍ୟନ୍ତ ସ୍ୱତନ୍ତ୍ର ରେଳସେବା ଆରମ୍ଭ କରିବା ପାଇଁ ରେଳବାଇ ବୋର୍ଡ ପକ୍ଷରୁ ନିଷ୍ପତ୍ତି ହେବା ପରେ କୋରାପୁଟ ରେଳ ଷ୍ଟେସନରେ ଯାତ୍ରୀମାନଙ୍କୁ ଏକ ସୁରକ୍ଷିତ ଯାତ୍ରା ପ୍ରଦାନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ଭୁବନେଶ୍ୱରରୁ କୋରାପୁଟକୁ ବିଶେଷ ରେଳ ସେବା ଆରମ୍ଭ ନେଇ କୋରାପୁଟରେ ପ୍ରସ୍ତୁତି

ରେଳଷ୍ଟେସନଟିକୁ ସଫାସୁତୁରା କରିବା ସହ ଏହି ରେଳରେ ଯାତାୟତ କରିବା ପାଇଁ ଅଗ୍ରୀମ ଟିକଟ ଦେବା ମଧ୍ୟ ଆରମ୍ଭ ହୋଇଯାଇଥିବା ଷ୍ଟେସନ ମ୍ୟାନେଜର ଏନ.କେ.ଭିତରିଆ ଜଣାଇଛନ୍ତି । ସପ୍ତାହକୁ ତିନିଦିନ ଚାଲିବାକୁ ଥିବା ଏହି ରେଳଟି ସମୁଦାୟ 25 ଟି ଷ୍ଟେସନରେ ରହଣି କରି 16 ରୁ 17 ଘଣ୍ଟା ସମୟ ମଧ୍ୟରେ ଏହି ଦୂରତା ଅତିକ୍ରମ କରିବ । ଏହି ରେଳସେବା ଭୁବନେଶ୍ୱରରୁ ସୋମବାର, ବୁଧବାର ଓ ଶୁକ୍ରବାର ବାହାରିବା ସହ କୋରାପୁଟରୁ ମଙ୍ଗଳବାର, ଗୁରୁବାର ଓ ରବିବାର ଫେରିଯିବ ବୋଲି ଶ୍ରୀ ଭିତରିଆ ସୂଚନା ପ୍ରଦାନ କରିଛନ୍ତି ।

ତେବେ ଏହି ରେଳରେ ଯାତ୍ରା କରୁଥିବା କନଫର୍ମ ଟିକେଟ ଧାରୀ ଯାତ୍ରୀ ଯାତ୍ରା ସମୟର ଦେଢ଼ ଘଣ୍ଟା ପୂର୍ବରୁ ଷ୍ଟେସନରେ ପହଞ୍ଚିବା ସହ ନିଜ ସହିତ ମାସ୍କ, ସାନିଟାଇଜର ପ୍ରଭୃତି ରଖିବା ଅନିର୍ବାର୍ଯ୍ୟ । କୋରୋନା ଲକ ଡାଉନ ପରଠାରୁ କୋରାପୁଟ ଓ ଭୁବନେଶ୍ୱର ମଧ୍ୟରେ ଚାଲିଥିବା ଏକମାତ୍ର ରେଳ ହିରାଖଣ୍ଡ ଏକ୍ସପ୍ରେସ ସମେତ କୋରାପୁଟ ଦେଇ ଯାତାୟତ କରୁଥିବା ସମସ୍ତ ଯାତ୍ରୀବାହୀ ରେଳ ବନ୍ଦ ପଡିଛି ।

କୋରାପୁଟରୁ ସି ଏଚ ଶାନ୍ତାକାର,ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.