ETV Bharat / state

ରାଜ୍ୟସ୍ତରୀୟ ପରବ ଉତ୍ସବ ପାଇଁ ପ୍ରସ୍ତୁତି, ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମମାଟିରେ ହେବ ଶୁଭାରମ୍ଭ - ରାଜ୍ୟସ୍ତରୀୟ ପରବ ଉତ୍ସବ

କୋରାପୁଟରେ ରାଜ୍ୟ ସ୍ତରୀୟ ଆଦିବାସୀ ସାଂସ୍କୃତିକ ଉତ୍ସବ ନେଇ ଜିଲ୍ଲାପାଳଙ୍କ ଅଧକ୍ଷତାରେ ପ୍ରସ୍ତୁତି ବୈଠକ ବସିଛି । ଅଧିକ ପଢନ୍ତୁ

Preparation meeting for parab festival
ରାଜ୍ୟସ୍ତରୀୟ ପରବ ଉତ୍ସବ ପ୍ରସ୍ତୁତି ବୈଠକ
author img

By

Published : Oct 16, 2022, 10:56 AM IST

କୋରାପୁଟ: ଜିଲ୍ଲାରେ 25 ତମ ରାଜ୍ୟସ୍ତରୀୟ ପରବ ଉତ୍ସବ ନେଇ ପ୍ରସ୍ତୁତି ବୈଠକ ବସିଛି । ଆଦିବାସୀ ସାଂସ୍କୃତିକ ଉତ୍ସବକୁ ସୁରୁଖୁରୁରେ ତୁଲାଇବା ପାଇଁ ଜିଲ୍ଲାପାଳ ଅବଦଲ ଅକ୍ତରଙ୍କ ଅଧକ୍ଷତାରେ ସଦଭାବନା ସଭାଗୃହଠାରେ ଏକ ପ୍ରସ୍ତୁତି ବୈଠକ ବସିଛି । ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମମାଟି ତେନ୍ତୁଳିଗୁମ୍ମାରୁ ରାଜ୍ୟସ୍ତରୀୟ ଆଦିବାସୀ ସାଂସ୍କୃତିକ ଉତ୍ସବ ପରବର ଶୁଭାରମ୍ଭ ହେବ ବୋଲି ଜିଲ୍ଲାପାଳ ଅବଦଲ ଅକ୍ତର ସୂଚନା ଦେଇଛନ୍ତି । ଡିସେମ୍ବର 17 ରୁ 21 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏହି ଉତ୍ସବ ।

ରାଜ୍ୟସ୍ତରୀୟ ପରବ ଉତ୍ସବ ପ୍ରସ୍ତୁତି ବୈଠକ

ପ୍ରସ୍ତୁତି ବୈଠକରେ ଉତ୍ସବର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଛି । ଚଳିତ ବର୍ଷ ପରବର 25 ତମ ଉତ୍ସବ ପାଳିତ ହେଉଥିବା ଯୋଗୁଁ ଏହାକୁ ସ୍ବତନ୍ତ୍ର ଭାବରେ ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଅନେକ ବର୍ଷ ଧରି ହୋଇନଥିବା ପଞ୍ଚାୟତ ସ୍ତରୀୟ ଉତ୍ସବ ଚଳିତ ବର୍ଷ ଆୟୋଜିତ ହେବ ବୋଲି ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ । ଏହି ମହୋତ୍ସବରେ କୋରାପୁଟ ଅଞ୍ଚଳର ଆଦିବାସୀଙ୍କ କଳା ଓ ସଂସ୍କୃତି ପ୍ରଦର୍ଶନ ହେବା ସହ ଦେଶର ବିଭିନ୍ନ ଆଦିବାସୀ ନୃତ୍ୟ ଓ ସଙ୍ଗୀତକୁ ମଧ୍ୟ ସ୍ଥାନ ଦିଆଯିବ ବୋଲି ଜିଲ୍ଲାପାଳ ଜଣାଇଛନ୍ତି । କୋରୋନା ପାଇଁ ଗତ 2 ବର୍ଷ ହେବା ଏହା ହୋଇପାରି ନଥିଲା ।

ଏହା ବି ପଢନ୍ତୁ...ମତ୍ସ୍ୟଜୀବୀଙ୍କ ପାଇଁ ହେବ ଫିସ୍ ଲ୍ୟାଣ୍ଡିଂ ସେଣ୍ଟର, ଖର୍ଚ୍ଚ ହେବ ୮.୫ କୋଟି

ଚଳିତ ବର୍ଷର ପରବ ସ୍ମରଣିକାରେ ମଧ୍ୟ ଦେଶର ବିଭିନ୍ନ ଆଦିବାସୀ ସଂସ୍କୃତି ଉପରେ ପର୍ଯ୍ୟବେଶିତ ଲେଖା ସ୍ଥାନ ପାଇବ । ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ରୀଡା, ସଂସ୍କୃତି, ଚିତ୍ରକଳା, ପର୍ବତାରୋହଣ ଭଳି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କୋରାପୁଟ ସହର ମଧ୍ୟରେ ପରବ ପାଇଁ ସ୍ଥାୟୀ ଉତ୍ସବସ୍ଥଳୀ ଭାବେ କୌଣସି ଉପଯୁକ୍ତ ପଡିଆ ନଥିବା ଯୋଗୁଁ ପୂର୍ବ ଭଳି ସରକାରୀ ମହାବିଦ୍ୟାଳୟର ପଡ଼ିଆରେ ହିଁ ଚଳିତ ବର୍ଷର ଉତ୍ସବ ପାଳିତ ହେବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଦେଶର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାର ଜଣେ ଆଦିବାସୀ ମହିଳା ହୋଇଥିବା ଯୋଗୁଁ ତାଙ୍କୁ ରାଜ୍ୟସ୍ତରୀୟ ଆଦିବାସୀ ମହୋତ୍ସବର ରୌପ୍ୟ ଜୟନ୍ତୀ ଅବସରରେ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରିବା ପାଇଁ ସଭାରେ ମତ ପ୍ରକାଶ ପାଇଥିଲା । 2023 ଜାନୁଆରୀରେ ହକି ବିଶ୍ବ କପ ଆୟୋଜିତ ହେବ । ଏ ନେଇ ଉତ୍ସବରେ ଆୟୋଜିତ ହେବାକୁ ଥିବା ସ୍ପୋଟ୍ସ ଇଭେଣ୍ଟଗୁଡିକ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.