ETV Bharat / state

ବାଣ ନିଷେଧ ପରେ ଭଲ ଦୀପ ବ୍ୟବସାୟ ଆଶାରେ କୁମ୍ଭାର ସଂପ୍ରଦାୟ - Pottery community hopes for a better lamp business

ଚଳିତ ବର୍ଷ କୋରୋନା କାଳରେ ଦୀପାବଳି ପର୍ବ ପାଳନ ହେବାକୁ ଯାଉଛି । ବଜାରରେ ଗ୍ରାହକ କମ ଥିବାରୁ ଚିନ୍ତାରେ ପଡିଯାଇଥିଲେ କୁମ୍ଭାର । କିନ୍ତୁ ବାଣ ନିଷେଧ ହେବା ପରେ ଦୀପଗୁଡିକର ଭଲ ବ୍ୟବସାୟ ହେବ ବୋଲି କୁମ୍ଭାରମାନେ ଆଶା ବାନ୍ଧିଛନ୍ତି । ଅଧିକ ପଢନ୍ତୁ...

Pottery community hopes for a better lamp business after ban of crackers
ବାଣ ନିଷେଧ ପରେ ଭଲ ଦୀପ ବ୍ୟବସାୟ ଆଶାରେ କୁମ୍ଭାର ସଂପ୍ରଦାୟ
author img

By

Published : Nov 5, 2020, 3:47 PM IST

କୋରାପୁଟ: ଚଳିତ ବର୍ଷ କୋରୋନା ମାଡରେ ଦୀପାବଳି ପର୍ବ ପାଳିତ ହେବାକୁ ଯାଉଥିବାରୁ ଦୀପାବଳି ବଜାର ମାନ୍ଦା ପଡିଛି। ତଥାପି ସରକାର ବାଣ ନିଷେଧ କରିବା ପରେ ପ୍ରଚୁର ଦୀପ ବିକ୍ରି ହେବ ବୋଲି କୁମ୍ଭାରମାନେ ଆଶାବାନ୍ଧି ବସିଥିବା ଜଣାପଡିଛି ।

ବାଣ ନିଷେଧ ପରେ ଭଲ ଦୀପ ବ୍ୟବସାୟ ଆଶାରେ କୁମ୍ଭାର ସଂପ୍ରଦାୟ

ଜିଲ୍ଲାର କୁମ୍ଭାର ଲିମକା ଗ୍ରାମର 35 ଖଣ୍ଡ ପରିବାର ପ୍ରତିବର୍ଷ ଅନ୍ୟୂନ 10ରୁ 12 ଲକ୍ଷ ଦୀପ ତିଆରି କରିଥାନ୍ତି । ସାରା ପରିବାର ଏହି କାର୍ଯ୍ୟରେ ପ୍ରତିବର୍ଷ ନିଜକୁ ସାମିଲ କରିଦେଉଥିବାବେଳେ ଚଳିତ ବର୍ଷ କିନ୍ତୁ ଚିତ୍ର କିଛି ଅଲଗା । କୁମ୍ଭାରମାନେ ନିଜ ହାତ ତିଆରି ବିଭିନ୍ନ ଡିଜାଇନର ଦୀପ ଗୁଡିକୁ ବଜାରରେ ବିକ୍ରି କରିଥାନ୍ତି ।

ପ୍ରତିବର୍ଷ ଦୀପାବଳୀ ପାଇଁ ଗ୍ରାହକମାନେ ବଜାରରେ ଭିଡ ଜମାଇଥାନ୍ତି । କିନ୍ତୁ ଚଳିତ ବର୍ଷ କୋରୋନା ସଂକ୍ରମଣ ଦୃଷ୍ଟିରୁ ବଜାର ସେତେ ମାତ୍ରାରେ ଗ୍ରାହକ ଆସୁନାହାଁନ୍ତି, ଫଳରେ କୁମ୍ଭାରମାନେ ନିଜେ ଦୀପଗୁଡିକୁ ବିକ୍ରି ନକରି ବ୍ୟବସାୟୀଙ୍କ ପାଖରେ ଛାଡି ଦେଇ ଆସୁଛନ୍ତି । କିନ୍ତୁ ଦୀପଗୁଡିକ ଦୋକାନରେ ପଡିରହିଥିଲେ ମଧ୍ୟ ଗ୍ରାହକଙ୍କ ଅଭାବରୁ ଦୋକାନୀ ମଧ୍ୟ ତା'ର ମୂଲ୍ୟ ଠିକ ସମୟରେ ଓ ଉଚିତ ପରିମାଣରେ ଦେବାରେ ସମର୍ଥ ହେଉନଥିବା କୁମ୍ଭାରମାନେ କହିଛନ୍ତି ।

ତେବେ ଚଳିତ ବର୍ଷ ନିସ୍ତବ୍ଦ ଦୀପାବଳି ପାଳିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏଣୁ ବଜାରରେ ବାଣ ବିକ୍ରି ଉପରେ ସରକାରୀ ନିଷେଧ ଲଗାଯାଇଛି । ତେବେ ଦୀପାବଳି ବଜାରରେ ବାଣ ବିକ୍ରି ନ ହେଲେ ମାଟି ଦୀପର ଭଲ ବ୍ୟବସାୟ ହେବ ବୋଲି କୁମ୍ଭାରମାନେ ଆଶାପୋଷଣ କରିଥିବା ଜଣାପଡିଛି ।

କୋରାପୁଟରୁ ସି.ଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.