କୋରାପୁଟ: ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ । କୋରାପୁଟ ଦାମନଯୋଡି ଥାନା ଅନ୍ତର୍ଗତ କୁଡୁମୁଲ ଗ୍ରାମ ନିକଟ ଜଙ୍ଗଲରେ ଚାଲିଥିଲା ଏହି ଜୁଆ ଆଡ୍ଡା । ବୁଧବାର ରାତିରେ ଆଡ୍ଡାରେ ରେଡ୍ କରିଛି ପୋଲିସ । ଘଟଣାସ୍ଥଳରୁ 14 ଜଣଙ୍କୁ ଥାନାକୁ ଆଣି ଅଟକ ରଖାଯାଇଥିବା ଦାମନଯୋଡି ଥାନା ଅଧିକାରୀ ସମ୍ବିତ କୁମାର ବେହେରା ଜଣାଇଛନ୍ତି ।

ଅଭିଯୁକ୍ତଙ୍କ ନିକଟରୁ ନଗତ 1 ଲକ୍ଷ 89 ହଜାର 870 ଟଙ୍କା ଜବତ କରାଯାଇଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ