ETV Bharat / state

ଗଞ୍ଜେଇ ଚୋରାଚାଲଣବେଳେ ପୋଲିସର ଚଢାଉ, ଜଣେ ଗିରଫ - Police raid in Cannabis smuggling

ଗଞ୍ଜେଇ ଚୋରାଚାଲଣବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ । ଜଣେ ଗିରଫ । ଅଧିକ ପଢନ୍ତୁ...

ଗଞ୍ଜେଇ ଚୋରାଚାଲଣ ବେଳେ ପୋଲିସର ଚଢାଉ,  ଜଣେ ଗିରଫ

author img

By

Published : Jun 26, 2021, 2:59 PM IST

କୋରାପୁଟ: ଗଞ୍ଜେଇ ଚୋରାଚାଲଣବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ । ମାଲକାନଗିରିରୁ ଭୁବନେଶ୍ବର ଅଞ୍ଚଳକୁ ଗଞ୍ଜେଇ ଚାଲାଣ ହେଉଥିବାବେଳେ ମାଛକୁଣ୍ଡ ଓ ଲମତାପୁଟ ପୋଲିସ ହାତରେ ଧରାପଡିଥିଲା । ଅନକାଡେଲି -ମାଛକୁଣ୍ଡ ଚାଙ୍ଗୁଡ଼ିପଡା ରାସ୍ତା ଦେଇ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ପୋଲିସ ଗଞ୍ଜେଇ ଭର୍ତ୍ତି ଗାଡି ଉପରେ ଚଢାଉ କରି ଇନୋଭା କାର ସହ ଏକ ପାଇଲେଟିଙ୍ଗ ମୋଟରସାଇକେଲକୁ ଜବତ କରିଛି । ତେବେ ଘଟଣାସ୍ଥଳରୁ ଜଣଙ୍କୁ ଗିରଫ କରାଯାଇଥିବାବେଳେ 3ଜଣ ଚମ୍ପଟ ମାରିଥିବା ଜଣାପଡିଛି । ଗିରଫ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଅଣ୍ଡରାହାଲ ଗାଁର ରଘୁ ହାନ୍ତାଳ ।

ଗଞ୍ଜେଇ ଚୋରାଚାଲଣବେଳେ ପୋଲିସର ଚଢାଉ, ଜଣେ ଗିରଫ

ତେବେ ଗାଡ଼ିକୁ 101କେଜି 5ଶହ ଗ୍ରାମ ଗଞ୍ଜେଇ ମଧ୍ୟ ଜବତ କରାଯାଇଛି । ଯାହାର ମୂଲ୍ୟ ୩ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । । ମାଲକାନଗିରି ଅନଡ୍ରାହାଲ ଅଞ୍ଚଳରୁ ମାଛକୁଣ୍ଡ, ଚାଙ୍ଗୁଡ଼ିପଡା ରାସ୍ତା ଦେଇ ଦାମନଯୋଡିରେ ପହଞ୍ଚି ସେଠାରୁ ଭୁବନେଶ୍ବରକୁ ଗଞ୍ଜେଇ ଚାଲାଣ କରାଯିବାର ଯୋଜନା କରାଯାଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ତେବେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଏଥିରେ ସଂପୃକ୍ତ ରହିଥିବା ଅନୁମାନ କରାଯାଉଛି । ପୋଲିସ ଏହାର ଅଧିକ ତଦନ୍ତ କରୁଥିବା ମାଛକୁଣ୍ଡ ପୁଲିସ ସୂଚନା ଦେଇଛି ।

କୋରାପୁଟ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.