ETV Bharat / state

SBI ବ୍ୟାଙ୍କରୁ ଚୋରି ଘଟଣା, ରାତିରେ ବ୍ୟାଙ୍କ ଭିତରେ ଲୁଚି ରହି କର୍ମଚାରୀ ଘଟାଇଥିଲେ କାଣ୍ଡ

author img

By

Published : Jan 16, 2022, 3:49 PM IST

କୋରାପୁଟରେ SBI ବ୍ୟାଙ୍କରୁ ଚୋରି ଘଟଣା । ଚୋରି ଘଟଣାରେ ଲିପ୍ତ ଥିବା ପୂର୍ବତନ କର୍ମଚାରୀଙ୍କୁ ଧରିଲା ପୋଲିସ । ଅଧିକ ପଢନ୍ତୁ

SBI ବ୍ୟାଙ୍କରୁ ଚୋରି ଘଟଣା, ରାତିରେ ବ୍ୟାଙ୍କ ଭିତରେ ଲୁଚି ରହି କର୍ମଚାରୀ ଘଟାଇଥିଲେ କାଣ୍ଡ
SBI ବ୍ୟାଙ୍କରୁ ଚୋରି ଘଟଣା, ରାତିରେ ବ୍ୟାଙ୍କ ଭିତରେ ଲୁଚି ରହି କର୍ମଚାରୀ ଘଟାଇଥିଲେ କାଣ୍ଡ

କୋରାପୁଟ: ଜିଲ୍ଲାର ଲକ୍ଷ୍ମୀପୁରସ୍ଥିତ SBI ବ୍ୟାଙ୍କରେ ସୁନା ଚୋରି ହୋଇଥିବା ଘଟଣା । ଏହାର ପର୍ଦ୍ଦାଫାଶ କରିଛି ସିସିଟିଭି ଫୁଟେଜ । ଅନିୟମିତତା କାରଣରୁ ବ୍ୟାଙ୍କରୁ କଢା ଯାଇଥିବା କର୍ମଚାରୀ ଜଣକ ବ୍ୟାଙ୍କରୁ ଲୁଟ କରିଥିବା ଜଣାପଡ଼ିଛି । ତେବେ ସିସିଟିଭି ଫୁଟେଜର ଚୋରି ସମୟର ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ଏ ସମ୍ପର୍କରେ କୋରାପୁଟ SP ବରୁଣ ଗୁଣ୍ଟାପଲି ସୂଚନା ଦେଇଛନ୍ତି ।

ଗତ ବର୍ଷ ନଭେମ୍ବର ମାସ 30 ତାରିଖରେ ବ୍ୟାଙ୍କର ଜଣେ ପୂର୍ବତନ କର୍ମଚାରୀ ଯାହାକୁ କି ଅନିୟମିତତା କାରଣରୁ ବାହାର କରାଯାଇଥିଲା । ସେ ବ୍ୟାଙ୍କ ଭିତରେ କିଛି କାମ ଦର୍ଶାଇ ଦିନବେଳା ବ୍ୟାଙ୍କକୁ ଯାଇଥିଲେ । ସେହିଦିନ ହିଁ ସେ ବ୍ୟାଙ୍କରୁ ନ ବାହାରି ବ୍ୟାଙ୍କ ଭିତରେ ଏକ କୋଠରୀରେ ଲୁଚି ରହିଯାଇଥିଲେ। ସଂଧ୍ୟା ସମୟରେ କର୍ମଚାରୀମାନେ ବାହାର ପଟୁ ତାଲା ପକାଇ ଚାଲିଯିବା ପରେ ରାତ୍ରରେ କୋଠରୀରୁ ବାହାରି କର୍ମଚାରୀ ଜଣକ ଘଟାଇଥିଲେ ଏହି କାଣ୍ଡ ।

ବ୍ୟାଙ୍କ ମ୍ୟାନେଜରଙ୍କ ରୁମରେ ଥିବା ଷ୍ଟ୍ରଙ୍ଗରୁମ୍ ଓ ଲକରର ଚାବି ବାହାର କରି ଦେଢ କେଜିରୁ ଊର୍ଦ୍ଧ୍ବ ସୁନା ବାହାର କରି ପୁଣି ପୂର୍ବ ଭଳି ଲକର ସମେତ ଷ୍ଟ୍ରଙ୍ଗ ରୁମରେ ତାଲା ପକାଇଥିଲେ । ଏହାପରେ ପୁଣି ଲୁଚି ରହିଯାଇଥିଲେ । ସକାଳ ହେବା ପରେ ବ୍ୟାଙ୍କ ଖୋଲା ଯିବା ପରେ ଚୋରି ହୋଇଥିବା ସମ୍ବନ୍ଧରେ ସାମାନ୍ୟ ଟିକେ ସୁରାକ୍ ମଧ୍ୟ କେହି ପାଇନଥିଲେ । ଏହାର ସୁଯୋଗ ନେଇ ଘଣ୍ଟାଏ ପରେ ଅତି ଆରାମରେ ଚୋର ବ୍ୟାଙ୍କରୁ ପଳାଇଯାଇଥିବା ସିସିଟିଭି ଫୁଟେଜରୁ ଜଣାପଡିଛି ।

ଚୋରି ସମୟର ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହୋଇ ରହିଛି । ଏହାକୁ ଯାଞ୍ଚ କରିବା ପରେ ଚୋରି କାଣ୍ଡ ସମ୍ପର୍କରେ ଜଣାପଡ଼ିଥିଲା । ଏହାପରେ ଚୋରକୁ ଗିରଫ କରିବା ସହ ପୋଲିସ ଉକ୍ତ କର୍ମଚାରୀଙ୍କ ଘରେ ରେଡ଼ କରି ଚୋରି ହୋଇଥିବା ସମସ୍ତ ସୁନା ଓ ଲକ୍ଷାଧିକ ନଗଦ ଟଙ୍କା ଜବତ କରିଛି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.