ETV Bharat / state

କୋଟିଆରେ ଆନ୍ଧ୍ରର ଜଳବିଦ୍ୟୁତ ପ୍ରକଳ୍ପକୁ ବିରୋଧ କଲେ ପଟ୍ଟାଙ୍ଗି ବିଧାୟକ

author img

By

Published : Dec 28, 2021, 10:57 PM IST

କୋଟିଆ ଅଞ୍ଚଳର ସୁନ୍ଦର ପର୍ବତମାଳା ସାଙ୍ଗକୁ ଚିରନ୍ତନି ଝରଣା ରାଜି ଉପରେ ଆନ୍ଧ୍ର ଆଖିପକାଇଥିବା ଅନୁମାନ କରାଯାଉଛି । ଆନ୍ଧ୍ରର ଜଳବିଦ୍ୟୁତ ଯୋଜନାକୁ ବିରୋଧ କଲେ ପଟ୍ଟାଙ୍ଗି ବିଧାୟକ। ଅଧିକ ପଢନ୍ତୁ

କୋଟିଆରେ ଆନ୍ଧ୍ରର ଜଳବିଦ୍ୟୁତ ପ୍ରକଳ୍ପକୁ ବିରୋଧ କଲେ ପଟ୍ଟାଙ୍ଗି ବିଧାୟକ
କୋଟିଆରେ ଆନ୍ଧ୍ରର ଜଳବିଦ୍ୟୁତ ପ୍ରକଳ୍ପକୁ ବିରୋଧ କଲେ ପଟ୍ଟାଙ୍ଗି ବିଧାୟକ

କୋରାପୁଟ: କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ରର ଜଳବିଦ୍ୟୁତ ଯୋଜନାକୁ ବିରୋଧ କଲେ ପଟ୍ଟାଙ୍ଗି ବିଧାୟକ । କୋଟିଆ ଅଞ୍ଚଳର ସୁନ୍ଦର ପର୍ବତମାଳା ସାଙ୍ଗକୁ ଚିରନ୍ତନି ଝରଣା ରାଜି ଉପରେ ଆନ୍ଧ୍ର ଆଖିପକାଇଥିବା ଅନୁମାନ କରାଯାଉଛି ।

ଆଜି କୋଟିଆର ବିଭିନ୍ନ ଗ୍ରାମକୁ ବିଜୟନଗର ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ ପାୱାର ଜେନେରସନ କମ୍ପାନୀର କିଛି କର୍ମକର୍ତ୍ତା ଆସି ତଳ ଗଞ୍ଜେଇପଦର ଠାରେ ପାୱାର ଜେନେରେସନ ପ୍ଲାଣ୍ଟ ସ୍ଥାପନା ପାଇଁ ସର୍ଭେ କରିବାକୁ ଆସିଥିବା ବେଳେ ସେମାନଙ୍କୁ ପଟ୍ଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ ତୀବ୍ର ବିରୋଧ କରିଥିଲେ ।

ଓଡିଶା ମାଟିରେ ଆନ୍ଧ୍ର ସରକାରଙ୍କ ଯୋଜନାକୁ କାର୍ଯ୍ୟକାରୀ ହେବାକୁ ଦିଆଯିବ ନାହିଁ ବୋଲି ଯୁକ୍ତି ବାଢିବା ପରେ ଆନ୍ଧ୍ରରୁ ଆସିଥିବା ଏହି ଟିମ ଫେରିଯାଇଥିଲେ । ଗତ କିଛିଦିନ ପୂର୍ବେ ଅନୁରୂପ ଭାବେ ଆନ୍ଧ୍ର ପ୍ରଦେଶର ନ୍ୟୁ ଏଣ୍ଡ ରିନ୍ୟୁଏବଲ ଏନର୍ଜି ଡେଭେଲପମେଣ୍ଟ କର୍ପୋରେସନ, ଏନଆରଇଡିର ମେନେଜର ଙ୍କ ସହିତ ଦିଲ୍ଲୀ ସ୍ଥିତ ଏନଟିପିସିର ବିଶେଷଜ୍ଞ ଗସ୍ତ କରି କୋଟିଆ ଅଂଚଳରେ କ୍ଷୁଦ୍ର ଜଳ ବିଦ୍ୟୁତ ଯୋଜନାର ସମ୍ଭାବନାକୁ ପରୀକ୍ଷା ନିରୀକ୍ଷା କରିବା ପାଇଁ ଆସିଥିଲେ ଯାହାର ତୀବ୍ର ବିରୋଧ କରାଯାଇଥିଲା ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.