ETV Bharat / state

କୋଟିଆରେ ଛକାପଞ୍ଝା; ପଟ୍ଟାଙ୍ଗି ବିଧାୟକ-ଆନ୍ଧ୍ର ଅଧିକାରୀ ମୁହାଁମୁହିଁ

author img

By

Published : Oct 13, 2021, 10:22 PM IST

କିଛି ଦିନର ବିରତି ପରେ କୋଟିଆ ଅଞ୍ଚଳ ଭିତରକୁ ଅବାଧ ପ୍ରବେଶ କରି ଅଞ୍ଚଳବାସୀଙ୍କୁ ନିଜ ରାଜ୍ୟ ଆଡକୁ ଆକର୍ଷିତ କରୁଛି ଆନ୍ଧ୍ର ପ୍ରଦେଶ । ଏନେଇ ପଟ୍ଟାଙ୍ଗି ବିଧାୟକ ଓ ଆନ୍ଧ୍ର ପ୍ରଶାସନିକ ଅଧିକାରୀ ମୁହାଁମୁହିଁ ହୋଇଛନ୍ତି । ଅଧିକ ପଢ଼ନ୍ତୁ...

ପୁଣି କୋଟିଆରେ ପଶିଲା ଆନ୍ଧ୍ର, ପଟ୍ଟାଙ୍ଗି ବିଧାୟକ ଆନ୍ଧ୍ର ପ୍ରଶାସନିକ ଅଧିକାରୀ ମୁହାଁମୁହିଁ

କୋରାପୁଟ: କୋଟିଆ ପଞ୍ଚାୟତରେ ପଶି ମେଳି କରୁଛି ଆନ୍ଧ୍ର । ଏନେଇ ଆନ୍ଧ୍ରପ୍ରଦେଶର ସମର୍ଥକଙ୍କ ଦ୍ଵାରା କୋଟିଆ ପଞ୍ଚାୟୟତର 10ଟି ଗ୍ରାମର ଲୋକଙ୍କୁ ନେଇ ହୋଇଛି ମେଳି । ତେବେ ଅଞ୍ଚଳର ଫଗୁଣସିନେରୀରେ ଓଡ଼ିଶାର ବିଦ୍ୟାଳୟ ସ୍ଥାପନ ହୋଇଥିଲେ ସୁଦ୍ଧା ଓଡିଆ ପାଠ୍ୟକ୍ରମ ପଢା ନଯିବା କାରଣରୁ ଅଞ୍ଚଳର ଛାତ୍ରଛାତ୍ରୀ ଆନ୍ଧ୍ରପ୍ରଦେଶର ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ତେଲୁଗୁରେ ପଢିବା ପାଇଁ ବାଧ୍ୟ ହୋଇଥିଲେ ।

ତେଣୁ ଓଡିଶା ଦ୍ବାରା ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ କରି ଲୋକଙ୍କୁ ଓଡିଶା ଆଡକୁ ଆକର୍ଷିତ କରାଇବାର ପ୍ରଚେଷ୍ଟା କରାଯାଉଛି ବୋଲି ଅଭିଯୋଗ କରି ଏହି ନିର୍ବାଚନକୁ କିପରି ଭଣ୍ଡୁର କରାଯିବ ସେନେଇ ଆଜି (ବୁଧବାର) ଆନ୍ଧ୍ରପ୍ରଦେଶର କିଛି ଏଜେଣ୍ଟ ଜନସାଧାରଣଙ୍କୁ ପ୍ରବର୍ତାଇଛନ୍ତି । ତେବେ ଆନ୍ଧ୍ରପ୍ରଦେଶର ଏପରି ହୀନ ଚକ୍ରାନ୍ତକୁ ପଟ୍ଟାଙ୍ଗି ପଞ୍ଚାୟତ ସମିତି ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗି ତୀବ୍ର ବିରୋଧ କରିଛନ୍ତି । ଆଉ ଆନ୍ଧ୍ରର ଏହି ଷଡଯନ୍ତ୍ରକୁ କୌଣସି ପରିସ୍ଥିତିରେ ଅଞ୍ଚଳବାସୀଙ୍କୁ ସମସ୍ୟର ସମ୍ମୁଖୀନ ହେବାକୁ ଦିଆଯିବନି ବୋଲି ଦୃଢୋକ୍ତି ଦେଇଛନ୍ତି ।

ସୂଚନାନୁସାରେ ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ (ITDA) ପ୍ରକଳ୍ପ ଅଧିକାରୀ କୂର୍ମନାଥ ଫଗୁଣସିନେରୀରେ ଆସି ପହଞ୍ଚିଛନ୍ତି । କିନ୍ତୁ ଘଟଣାସ୍ଥଳରେ ପଟ୍ଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ ପହଁଞ୍ଚି କୂର୍ମନାଥଙ୍କୁ ଫେରିଯିବା ପାଇଁ ତାଗିଦ କରିଥିଲେ । ତେବେ ଉଭୟଙ୍କ ମଧ୍ୟରେ ଆଲୋଚନା ପରେ ଉଭୟେ ଘଟଣାସ୍ଥଳରୁ ଫେରିଯାଇଥିବା ଦେଖିବାକୁ ମିଳିଛି ।

ଏନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତାଷ ପ୍ରକାଶ ପାଇବା ସହ ଆନ୍ଧ୍ରପ୍ରଦେଶର ହୀନ ଚକ୍ରାନ୍ତ ବିରୋଧରେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.