ETV Bharat / state

ଅପହଞ୍ଚ ଇଲାକାର ବିକଳାଙ୍ଗ ସ୍ୱାସ୍ଥ୍ୟସେବା - Koraput

କୋରାପୁଟ ସେମିଳିଗୁଡା ବ୍ଲକ ନାହିଁନାହିଁରେ ଚାଲିଛି ସ୍ୱାସ୍ଥ୍ୟାବସ୍ଥା। ଗୋଟିଏ ମାତ୍ର ଚିକିତ୍ସାଳୟରେ ବ୍ଲକର 20 ହଜାର ରୋଗୀ ଚିକିତ୍ସିତ ହେଉଥିବା ବେଳେ ମାତ୍ର ଗୋଟିଏ ଡାକ୍ତର ଅଛନ୍ତି । ଯାହାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିବା ସହିତ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ଦାବି କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Mar 29, 2019, 1:12 PM IST

Updated : Mar 30, 2019, 7:33 AM IST

କୋରାପୁଟ: ବଢୁଛି ସହରର ସୀମାରେଖା । ବୃଦ୍ଧି ପାଉଛି ଜନସଂଖ୍ୟା । ହେଲେ ଆଜି ବି ସହରର ଅବସ୍ଥା ଠିକ ପୂର୍ବଭଳି । ଚିକିତ୍ସା ପାଇଁ ଆଖପାଖ ସହର ଉପରେ କରିବାକୁ ପଡୁଛି ନିର୍ଭରଶୀଳ । କୋରାପୁଟ ଜିଲ୍ଲାର ବ୍ୟବସାୟିକ ପ୍ରାଣକେନ୍ଦ୍ର କୁହାଯାଉଥିବା ସେମିଳିଗୁଡାରେ ଦେଖାଦେଇଛି ସ୍ୱାସ୍ଥ୍ୟସେବାର ବିକଳ ଚେହେରା । 20 ହଜାର ଲୋକଙ୍କ ପାଇଁ କେବଳ ଜଣେ ଡାକ୍ତରଙ୍କୁ ନେଇ ଏଠି ଚାଲିଛି ଚିକିତ୍ସା ।

ନନ୍ଦପୁର ଓ ବିଶାଖାପାଟଣା ଆଡକୁ ଯାଉଥିବା ରାସ୍ତାରେ ଥିବା ଚିକିତ୍ସାଳୟ ଉପରେ ସେମିଳିଗୁଡାର ବ୍ଲକବାସୀ ଭରସା କରୁଛନ୍ତି । ହେଲେ 20 ହଜାର ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳରେ କେବଳ ଏ ଗୋଟିଏ ଚିକିତ୍ସାଳୟ ଏବେ ଅଞ୍ଚଳବାସୀଙ୍କ ଚିନ୍ତାର କାରଣ ପାଲଟିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ସେମିଳିଗୁଡା ଓ ସୁନାବେଡ଼ାରେ ମିଗ ଓ ସୁଖୋଇ ବିମାନ ତିଆରି କରୁଥିବା ଏଚଏଏଲ ଏବଂ ବକ୍ସାଇଟ ଉତ୍ତୋଳନ କରି ପ୍ରାଥମିକ ବିଶୋଧନ କରୁଥିବା ନାଲକୋ କମ୍ପାନୀ ଗଢି ଉଠିବଢିଚାଳିଛି ସହର । ହେଲେ ଆଜି ଯାଏ ଏହି ସହରକୁ ଉପଖଣ୍ଡ ମାନ୍ୟତା ପ୍ରଦାନ କରାଯାଇଛି ନା ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ଯୋଗାଇ ଦିଆଯାଇଛି । ଯାହାକୁ ନେଇ ଅଞ୍ଚଳବାସୀ ଚିନ୍ତା ପ୍ରକଟ କରିବା ସହ ସମସ୍ତ ରାଜନେତା ତଥା ନେତାଙ୍କୁ ଦାବି ଜଣାଇଛନ୍ତି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଡବ୍ଲ୍ୟୁଏଚଓ ଅନୁଯାୟୀ ହଜାରେ ଲୋକଙ୍କ ପାଇଁ ଜଣେ ଡାକ୍ତର ରହିବା ଆବଶ୍ୟକ । ୨୦୧୭ରେ କରାଯାଇଥିବା ଏକ ଆକଳନ ଅନୁଯାୟୀ ଭାରତବର୍ଷରେ ପ୍ରତି ୧୫୯୭ ଜଣଙ୍କ ପାଇଁ ଜଣେ ଡାକ୍ତର ରହିଥିବା ବେଳେ ଓଡ଼ିଶାରେ ୨୭୪୯ ଜଣଙ୍କ ପାଇଁ ଜଣେ ଡାକ୍ତର ରହିଛନ୍ତି । ଯାହା ଏକ ଚିନ୍ତାର ବିଷୟ ପାଲଟିଛି ।

ସେପଟେ, ଯଦି କୌଣସି ରାଜନୈତିକ ଦଳ ତଥା ନେତାଙ୍କ ଠାରୁ ଲିଖିତ ପ୍ରତିଶ୍ରୁତି ନ ମିଳେ, ତେବେ ଏଥର ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ସେମିଳିଗୁଡାବାସୀ ।

କୋରାପୁଟରୁ ସିଏଚ.ଶାନ୍ତାକାର, ଇଟିଭି ଭାରତ

||ବରଗଡ ||

    ବରଗଡ ଜିଲ୍ଲା ବିଜେପି ଦଳର ୨୦୧୯ ସାଧାରଣ ନିର୍ବାଚନ ରେ ମଇଦାନକୁ ଓହଲ୍ଲାଇବା ପାଇଁ ବହୁ ଆଶାୟୀ ପ୍ରାର୍ଥୀ ରହିଥିବା ବେଳେ ବିଜେପି ତାର ଦଳୀୟ ପ୍ରାର୍ଥୀ ଘୋଷଣା କରିବା ପରେ ବରଗଡ ବିଜେପି ଦଳରେ ଅସନ୍ତୋଷ ର ବାତାବରଣ ସୃଷ୍ଟି ହୋଇଯାଇଛି | କିଏ ଦଳରୁ ଇସ୍ତଫା ଦେଉଛି ତ ଆଉ କିଏ ପଦ୍ମ ଛାଡି ଶଙ୍ଖ ଫୁକୁଛି  ଏବଂ କିଏ ଦଳ ଛାଡିବାପାଇ ଲବି ମଧ୍ୟ କରୁଛନ୍ତି  |ତେବେ ବରଗଡ ଜିଲ୍ଲା ରାଜନୀତି ରେ ବିଜେପି କୁ  କୌଣସି ପ୍ରଭାବ ପଡିବ ନାହି ବୋଲ ବିଜେପି ଦଳର କର୍ମକର୍ତ୍ତା ମାନେ କହିଛନ୍ତି |
  
          ବରଗଡ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ଦଳ ତାର ଦଳୀୟ ପ୍ରାର୍ଥୀ ଘୋଷଣା କରିବା ପରେ ଦଳରେ ସୃଷ୍ଟି ହୋଇଛି ଅଶାନ୍ତର ଝଡ ଓ ଅନୋମାଳିନ୍ୟ ଏବଂ ଏହାର ଫାଇଦା ଉଠାଇ ନିଜ ଦଳରେ ସାମିଲ କରିବାକୁ ବିଜେଡି ଦଳ ହୋଇପଡିଛି ତତ୍ପର | ପ୍ରଥମେ ବିଜେପି ର ଡ଼ା.ରାମକୃଷ୍ଣ ପୁରୋହିତ ବିଜେପି ରୁ ଇସ୍ତଫା ଦେଲେ , ପରେ ପରେ RSS ଓ BJP ର ବହୁ ପୁରୁଣା କର୍ମୀ ତଥା ଲୋକସଭା ଆସନର ପୂର୍ବତନ ବିଜେପି ପ୍ରାର୍ଥୀ ସୁବାଶ ଚୌହାନ ସହିତ ଦଳର ଅନ୍ୟତମ କର୍ମୀ ଦେବବ୍ରତ ମିଶ୍ର ଦଳ ନିଜ ଛାଡି ଆଜି ବିଜେଡି ରେ ଯୋଗଦାନ କରିଛନ୍ତି |  ସେହିପରି ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସୁଶାନ୍ତ ମିଶ୍ର ଓ  ବିଜେପୁର ବିଧାନସଭା ମଣ୍ଡଳୀରେ ଅଶୋକ ପାଣିଗ୍ରାହୀ ମଧ୍ୟ ବିଜେପି ଦଳ ଉପରେ ଖଫା ରହିଥିବା ବେଳେ ଅଶୋକ ପାଣିଗ୍ରାହୀ ମଧ୍ୟ ବିଜେପି ଦଳରୁ ଇସ୍ତଫା ଦେବାକୁ ମନସ୍ଥ କରୁଥିବା ଜଣାପଡିଛି |ତେବେ ସୁବାଶ ଚୌହାନ ଙ୍କ ବିଜେଡି ଦଳରେ ମିଶିବାକୁ ନେଇ ଜିଲ୍ଲା ତଥା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ବରଗଡ ବିଜେପି ଦଳର କର୍ମକର୍ତ୍ତା ଓ ସ୍ଥାନୀୟ ଭୋଟର ଉପରେ କୋଣସି ପ୍ରଭାବ ପଡିବ ନାହି ବୋଲି ଦଳୀୟ କର୍ମୀ ମାନେ କହିଛନ୍ତି | ତେବେ ଦଳୀୟ ଟିକେଟକୁ ନେଇ ଉପୁଜିଥିବା ବିଜେପି ଦଳର ଏହି ସମସ୍ୟା ଦଳକୁ ନିର୍ବାଚନରେ କେତେ ପ୍ରଭାବିତ କରିବ ତାହା ନିର୍ବାଚନ ଫଳାଫଳ ପରେ ହିଁ ଜଣାପଡିବା |

ବାଇଟ ଓ ଭିଡିଓ MOJO ରେ ଯାଇଛି |

slug- ODbargarh_bjp_rajesh_270319

ବାଇଟ ୧ - ରାମକୃଷ୍ଣ ପୁରୋହିତ ( ଇସ୍ତାଫା ଦେଇଥିବା ବିଜେପି କର୍ମୀ ) 
ବାଇଟ ୨- ଅକ୍ରୁର ମଲ୍ଲିକ ( ବିଜେପି ନଗର ସଭାପତି )
ବାଇଟ ୩- ସନଥ ଗଡ଼ତିଆ ( ବିଜେପି ପ୍ରାର୍ଥୀ ) 
Last Updated : Mar 30, 2019, 7:33 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.