ETV Bharat / state

କୋରାପୁଟରେ 196ଟି ଉଠା ଜଳସେଚନ ପମ୍ପ ଖରାପ: ବିଭାଗୀୟ ଯନ୍ତ୍ରୀ - koraput news

ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରତି ଜିଲ୍ଲାରେ ଫେବୃଆରୀ 1 ତାରିଖରୁ ପାଣି ପଞ୍ଚାୟତ ପକ୍ଷ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

କୋରାପୁଟରେ ପାଣି ପଞ୍ଚାୟତ ପକ୍ଷ
pani panchayat programme
author img

By

Published : Feb 2, 2023, 2:22 PM IST

ପାଣି ପଞ୍ଚାୟତ ପକ୍ଷ

କୋରାପୁଟ: ଜିଲ୍ଲାରେ ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷର ଆରମ୍ଭ ହୋଇଛି । ଫେବୃଆରୀ 1 ତାରିଖରୁ ପ୍ରତି ଜିଲ୍ଲାରେ ପାଣି ପଞ୍ଚାୟତ ପକ୍ଷ ଆରମ୍ଭ ହୋଇଛି । କୋରାପୁଟରେ ମଧ୍ୟ ଏହି ପକ୍ଷ ପାଳନ ହୋଇଛି । ସମୁଦାୟ ନଦୀ ଜଳକୁ ଜମିରେ ଜଳସେଚନ କରିବା ପାଇଁ ସ୍ଥାପନା କରାଯାଇଥିବା 1645ଟି ଉଠା ଜଳସେଚନ ପମ୍ପ ମଧ୍ୟରୁ 1449ଟି କାର୍ଯ୍ୟକ୍ଷମ ଥିବା ବେଳେ ବାକି 196ଟି ଖରାପ ହୋଇ ପଡିଥିବା ଉଠା ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ରମେଶ ଚନ୍ଦ୍ର ସାହୁ ଜଣାଇଛନ୍ତି ।

ତେବେ ଏସବୁର ତୁରନ୍ତ ମରାମତି କରାଯାଇ ଜଳସେଚନ ପାଇଁ ଉପଯୁକ୍ତ କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ସେ କହିଛନ୍ତି । ସେହିପରି ଜିଲ୍ଲାରେ 3053 ଟି ଡିପ ବୋରୱେଲ ଦ୍ବାରା 16,335 ହେକ୍ଟର ଚାଷ ଜମିକୁ ଜଳସେଚନ କରାଯାଉଥିବା ସେ ସୂଚନା ଦେଇଛନ୍ତି । ବିଗତ ବର୍ଷ ଗୁଡିକରେ ସରକାରୀ ରିହାତି ଦରରେ ନିଜ ଜମିରେ ଉଠା ଜଳସେଚନର ସୁବିଧା ପାଇବା ପାଇଁ ଆବେଦନ କରିଥିବା 700ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଚଳିତ ବର୍ଷ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ଆସନ୍ତା ଦିନ ଗୁଡିକରେ ଆସୁଥିବା ଗ୍ରୀଷ୍ମ ଋତୁରେ ଜନତାଙ୍କୁ ଜଳକଷ୍ଟରୁ ଦୂରରେ ରଖିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଥିବା ଜିଲ୍ଲାପାଳ ଅବଦଲ ଅକ୍ତର ଜଣାଇଛନ୍ତି ।

ଏହା ବି ପଢନ୍ତୁ...ଜେଲରୁ ବାହାରି ବଡ଼ ଭାଇ ବିକୁଥିଲା ଡ୍ରଗ୍ସ, ପୋଲିସ ମିତ୍ର ସାନଭାଇ କରୁଥିଲା ସହଯୋଗ

ତେବେ ପାଣି ପଞ୍ଚାୟତ ପ୍ରତିଷ୍ଠା କରିବା ପଛରେ ଥିବା ଉଦ୍ଦେଶ୍ୟ ଅନେକ ମାତ୍ରାରେ ଦିଗ ହରାଇଥିବା ଯୋଗୁଁ ଜିଲ୍ଲାରେ ଆରମ୍ଭ ହୋଇଥିବା ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ତାକୁ ସକ୍ରିୟ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଜିଲ୍ଲାପାଳ ଅବଦଲ ଅକ୍ତର ।

ଏହା ବି ପଢନ୍ତୁ...ତୋଷାଳି ମେଳା ଆରମ୍ଭ, ବୁଲୁଛନ୍ତି ଖାଉଛନ୍ତି କିଣୁଛନ୍ତି ରାଜଧାନୀବାସୀ

ପ୍ରକାଶ ଥାଉ କି, ଫେବୃଆରୀ ୧ ତାରିଖରେ ସମସ୍ତ ଡିଭିଜନ ସ୍ତରରେ, ଫେବୃଆରୀ ୮ ରେ ସମସ୍ତ ଜିଲ୍ଲା ଏବଂ ଫେବୃଆରୀ ୧୫ରେ ରାଜ୍ୟସ୍ତରରେ ଏହିପରି ୩ଟି ସ୍ତରରେ ପାଳନ କରାଯିବ । ପାଣି ପଞ୍ଚାୟତର ଭୂମିକା ସମ୍ପର୍କରେ ବାର୍ତ୍ତା ନେଇ ସଚେତନତା ରଥ ପରିକ୍ରମା କରିବ । ଏହି ରଥ ପରିକ୍ରମା କାର୍ଯ୍ୟକୁ ବିଭିନ୍ନ ସ୍ଥାନରେ ସ୍ଥାନୀୟ ବିଧାୟକ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ମନ୍ତ୍ରୀମାନେ ପତାକା ଦେଖାଇ ଶୁଭାରମ୍ଭ କରିବେ । କୋଭିଡ ପରିପ୍ରେକ୍ଷୀରେ ଗତ ୨ ବର୍ଷ ଧରି ଏହି ପକ୍ଷ ପାଳନ କରାଯାଇ ପାରିନଥିଲା । ବିଭିନ୍ନ ଡିଭିଜନସ୍ତରରେ ବିଦ୍ୟାଳୟଗୁଡିକରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ ଲିଖନ, ଚିତ୍ର ଓ କୁଇଜ ଆଦି ପ୍ରତିଯୋଗିତା ଆରମ୍ଭ ହୋଇଛି । ଏଥରେ କୃର୍ତ୍ତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.