କୋରାପୁଟ: ଆଜି(ଶନିବାର) କୋରାପୁଟ ଜିଲ୍ଲାପାଳଙ୍କ ସଭାଗୃହରେ ଦକ୍ଷିଣାଞ୍ଚଳ ଆରଡିସି ତପଙ୍ଗ ଆଓ, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଳାର ବିଭିନ୍ନ ବିଷୟକୁ ନେଇ ବିଷଦ ଆଲୋଚନା କରିଛନ୍ତି । କୋରାପୁଟର ଜିଲ୍ଲାପାଳ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ, ଜୟପୁର ଓ କୋରାପୁଟର ଉପଜିଲ୍ଲାପାଳଙ୍କ ସମେତ ରେଳ ବିଭାଗ ଓ ଜମି ଅଧିଗ୍ରହଣ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଏହା ଅନୁଷ୍ଠିତ ହୋଇଥିଲା ।
ଏହି ଆଲୋଚନାରେ ଜୟପୁରରୁ ନବରଙ୍ଗପୁର ଓ ମାଲକାନଗିରି ପର୍ଯ୍ୟନ୍ତ ରେଳ ଲାଇନ ନିର୍ମାଣ କାର୍ଯ୍ୟର ଅଗ୍ରଗତି ତଥା ଜୟପୁର ବିମାନବନ୍ଦର ପାଇଁ ଜମି ଅଧିଗ୍ରହଣର ଅଗ୍ରଗତି ସମ୍ପର୍କରେ ଆରଡିସି ସମୀକ୍ଷା କରିଥିବା ଜଣାପଡ଼ିଛି । ଏହି ତିନୋଟି ଜିଲ୍ଲାରେ ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତିର ସମୀକ୍ଷା କରିବା ସହ କୋରାପୁଟ ଜିଲ୍ଲାରେ ଆନ୍ଧ୍ର ସୀମାନ୍ତରେ ଥିବା କୋଟିଆ ପଞ୍ଚାୟତରେ କିପରି ଶୃଙ୍ଖଳିତ ଭାବର ନିର୍ବାଚନ ସଂଗଠିତ ହୋଇପାରିବ, ସେନେଇ ମଧ୍ୟ ଆଲୋଚନା ହୋଇଥିବା ସୂଚନା ମିଳିଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ