କୋରାପୁଟ: ବାଜିଲା ପଞ୍ଚାୟତ ନିର୍ବାଚନ ବିଗୁଲ । ୫ଟି ପର୍ଯ୍ୟାୟରେ ମତଦାନ କରିବେ ଭୋଟର । ଫେବୃଆରୀ ୧୬ରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟ ନିର୍ବାଚନ ଆୟୁକ୍ତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ପରେ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଚାଲିଛି । ତେବେ କୋରାପୁଟରେ ମଧ୍ୟ ଜୋରସୋରରେ ଚାଲିଛି ପ୍ରସ୍ତୁତି । ନିର୍ବାଚନ କମିଶନରଙ୍କ ନିର୍ଦେଶ କ୍ରମେ ଅସ୍ଥାୟୀ ବ୍ୟାନର ଓ ହୋର୍ଡିଂକୁ ହଟାଇଛି କୋରାପୁଟ ମୁନିସିପାଲିଟି ।
କୋରାପୁଟର ଗଳିକନ୍ଦିରେ ସରକାରୀ ଯୋଜନାର ଜଳ ସଂରକ୍ଷଣ, ରାସ୍ତାର ରକ୍ଷଣାବେକ୍ଷଣର ଆବଶ୍ୟକତା, ପରିବେଶ ସୁରକ୍ଷା କରିବା ଭଳି ବିଭିନ୍ନ ବାର୍ତ୍ତା ଯୋଗାଉଥିବା ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟର ଓ ବିଶାଳ ହୋର୍ଡିଂ ଭରପୁର ହୋଇଛି । ତେବେ ସେଥିମଧ୍ୟରୁ କିଛି ସ୍ଥାୟୀ ଭାବରେ ଅନେକ ଦିନ ରହିଲା ଭଳି ତିଆରି ହୋଇଥିବା ବେଳେ ଆଉ କିଛି ସାମୟିକ ସ୍ଥିତିକୁ ନେଇ ବାର୍ତ୍ତା ବହନ କରୁଛନ୍ତି । ପଂଚାୟତ ନିର୍ବାଚନ ପୂର୍ବରୁ ଅସ୍ଥାୟୀ ବ୍ୟାନର ଓ ହୋର୍ଡିଂକୁ ହଟାଇବା ସହ ସ୍ଥାୟୀ ହୋର୍ଡିଂ ଗୁଡିକୁ ନିର୍ବାଚନ ଶେଷ ହେବା ଘୋଡ଼ାଇ ରଖାଯିବ ବୋଲି ପୋୖରାଧିକାରୀ ସ୍ବସ୍ତିକ ଜମାଦାର ସୂଚନା ଦେଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ