ETV Bharat / state

ସୁସ୍ଥ ହୋଇ କୋରାପୁଟ ଫେରିଲେ ପଦ୍ମଶ୍ରୀ କମଳା ପୁଜାରୀ

author img

By

Published : Aug 30, 2022, 2:05 PM IST

ସୁସ୍ଥ ହେବା ପରେ ଆଜି କୋରାପୁଟ ଫେରିଛନ୍ତି ପଦ୍ମଶ୍ରୀ କମଳା ପୁଜାରୀ । ଗତ କିଛିଦିନ ପୂର୍ବେ ସେ ଅସୁସ୍ଥ ହେବାରୁ ତାଙ୍କୁ କଟକ SCB ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅଧିକ ପଢନ୍ତୁ

ସୁସ୍ଥ ହୋଇ କୋରାପୁଟ ଫେରିଲେ ପଦ୍ମଶ୍ରୀ କମଳା ପୁଜାରୀ
ସୁସ୍ଥ ହୋଇ କୋରାପୁଟ ଫେରିଲେ ପଦ୍ମଶ୍ରୀ କମଳା ପୁଜାରୀ

କୋରାପୁଟ: ସୁସ୍ଥ ହେଲେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କମଳା ପୁଜାରୀ । ସୁସ୍ଥ ହେବା ପରେ ଆଜି କୋରାପୁଟ ଫେରିଛନ୍ତି ପଦ୍ମଶ୍ରୀ କମଳା ପୁଜାରୀ । ଗତ କିଛିଦିନ ପୂର୍ବେ ସେ ଅସୁସ୍ଥ ହେବାରୁ ତାଙ୍କୁ ଜୟପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ଡାକ୍ତରୀ ଟିମ୍ ଓ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

ସେଠାରେ ତାଙ୍କ କିଡନୀରେ ସମସ୍ୟା ଥିବା ଜଣାପଡିଥିଲା । ଏହାପରେ ଚିକିତ୍ସା ଜାରି ରହିବା ପରେ ତିନିମାସ ପାଇଁ ଔଷଧ ଦେବାସହ ସେ ଆଜି ଜିସଚାର୍ଜ ହୋଇଥିବା କମଳା ପୁଜାରୀଙ୍କ ସହ କଟକ ଯାଇଥିବା ସ୍ବେଚ୍ଛାସେବୀ ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ ସୁସ୍ଥ ଅନୁଭବ କରୁଥିବା କହିଛନ୍ତି କମଳା ପୁଜାରୀ । ପ୍ରଥମେ କମଳା ପୂଜାରୀଙ୍କୁ ଜ୍ଵର ହେବାରୁ ତାଙ୍କୁ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-କଟକ SCBରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ

ତେବେ ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥିଲା । ଏହାପରେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଇଥିବାବେଳେ ସବୁ ସମସ୍ୟାରୁ ଉପଷମ ମିଳିଥିଲେ ମଧ୍ୟ ତାଙ୍କର ୟୁରିଆ କ୍ରୀୟଟିନ ଅଧିକ ରହୁଥିବା ଜଣାପଡିଥିଲା । ଫଳରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ SCBକୁ ସ୍ଥାନାନ୍ତର କରଯାଇଥିଲା । ବର୍ତ୍ତମାନ ତିନିମାସର ଔଷଧ ସେବନ କରିବା ପରେ ପୁଣିଥରେ ଡାକ୍ତର ତାଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରିବେ । ଆଜି ସେ ସୁସ୍ଥ ହୋଇ ଫେରୁଥିବା ଖବର ପାଇ କୋରାପୁଟର ଅନେକ ବ୍ୟକ୍ତି ସ୍ବାଗତ ଜଣାଇବା ସହିତ ତାଙ୍କ ଆରୋଗ୍ୟ କାମନା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.