ETV Bharat / state

ରୋବ ଡ୍ୟାନ୍ସରଙ୍କୁ ସିପାହୀଙ୍କ ସହାୟତା, ପ୍ରଦାନ କଲେ 20 ହଜାର - osap soilder help young star of rob dancer

ଦଶମନ୍ତପୁରର ଯୁବ ପ୍ରତିଭା ରୋବ ଡ୍ୟାନ୍ସର ସୋମନାଥ ଓ ଜଗନ୍ନାଥ ନାଗଙ୍କୁ ସହାୟତାର ହାତ ବଢ଼ାଇଛନ୍ତି କୋରାପୁଟସ୍ଥିତ ଓଏସଏପିର ସିପାହୀ ଜୟରାମ ପୂଜାରୀ । ପ୍ରଦାନ କରିଛନ୍ତି 20 ହଜାର ଟଙ୍କା । ଅଧିକ ପଢନ୍ତୁ...

ରୋବ ଡ୍ୟାନ୍ସରଙ୍କୁ ସିପାହୀଙ୍କ ସହାୟତା, ପ୍ରଦାନ କଲେ 20 ହଜାର

author img

By

Published : Feb 19, 2021, 1:49 PM IST

କୋରାପୁଟ: ଦଶମନ୍ତପୁରର ଯୁବ ପ୍ରତିଭା ରୋବ ଡ୍ୟାନ୍ସର ସୋମନାଥ ଓ ଜଗନ୍ନାଥ ନାଗଙ୍କୁ ସହାୟତାର ହାତ ବଢ଼ାଇଛନ୍ତି କୋରାପୁଟସ୍ଥିତ ଓଏସଏପିର ସିପାହୀ ଜୟରାମ ପୂଜାରୀ । ଗରିବ ପରିବାରରୁ ଆସିଥିବା ଏହି ଦୁଇଜଣ କଳାକାରଙ୍କ ପ୍ରଦର୍ଶନ ଓ ସେମାନଙ୍କ ମଧ୍ୟରେ ଆଗକୁ ବଢ଼ିବାର ପ୍ରୟାସରେ ପ୍ରଭାବିତ ହୋଇ ଜୟରାମ ପୂଜାରୀ ନିଜ ତରଫରୁ 20 ହଜାର ଟଙ୍କାର ସହାୟତା ପ୍ରଦାନ କରିଛନ୍ତି ।

ରୋବ ଡ୍ୟାନ୍ସରଙ୍କୁ ସିପାହୀଙ୍କ ସହାୟତା, ପ୍ରଦାନ କଲେ 20 ହଜାର

ବିନା କୌଣସି ସ୍ବତନ୍ତ୍ର ତାଲିମ ନନେଇ ମଧ୍ୟ ସେମାନେ ପ୍ରଦର୍ଶନ କରୁଥିବା କଳା କୌଶଳ ସମସ୍ତଙ୍କୁ ଆଚମ୍ବିତ କରିଛି । ସେମାନେ ନିଜର ଏହି ନୃତ୍ୟକୁ ନେଇ ଏକ ଆଲବମ କରିବାର ସ୍ବପ୍ନ ଦେଖିଥିବା ପ୍ରକାଶ କରିବା ପରେ ସେ ଏହି ସହାୟତା ରାଶି ପ୍ରଦାନ କରିଥିବା ଜଣାଇଛନ୍ତି ।

ତେବେ ତାଙ୍କର ଏହି ସହାୟତା କିଛି ମାତ୍ରାରେ ଏହି କଳାକାରଙ୍କ ସ୍ବପ୍ନକୁ ସାକାର କରିବା ଦିଗରେ ଉପଯୋଗୀ ହେବ ନିଶ୍ଚୟ । ସରକାରୀ ସହଯୋଗ ମିଳିଲେ ବଣର ମଲ୍ଲି ବଣରେ ଫୁଟି ମଉଳି ନଯାଇ ନିଜ ପାଇଁ ତଥା ଏହି ଅଞ୍ଚଳ ପାଇଁ ଗୌରବ ଆଣିପାରିବେ ବୋଲି ଓଏସଏପିର ସିପାହୀ ଆଶା ପ୍ରକାଶ କରିଛନ୍ତି । ଅପରପକ୍ଷରେ ପାଇଥିବା ଆର୍ଥିକ ସହଯୋଗକୁ ଠିକ ବାଟରେ ବିନିଯୋଗ କରି ଆଗକୁ ଆହୁରି ଉନ୍ନତମାନର ପ୍ରଦର୍ଶନ କରିପାରିବେ ବୋଲି ଜଗନ୍ନାଥ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.