ETV Bharat / state

ବାଲ୍ୟ ବିବାହ ଭୟରେ ପାଠ ପଢ଼ୁଛନ୍ତି ଆଦିବାସୀ ଛାତ୍ରୀ, ପାହାଡ ଉପରେ ଚାଲିଛି ପାଠପଢା

author img

By

Published : Jul 12, 2021, 10:37 PM IST

Updated : Jul 12, 2021, 10:55 PM IST

ଆଦିବାସୀ ଛାତ୍ରୀଙ୍କ ବାଲ୍ୟ ବିବାହ ସହ ଦାଦନ ଶ୍ରମିକ ହେବାର ଆଶଙ୍କାକୁ ଏଡ଼ାଇ ଦେବାପାଇଁ କୋରାପୁଟ ପଞ୍ଚପଟ୍ଟମାଳି ପର୍ବତ ଉପରେ ମୁକ୍ତାକାଶ ବିଦ୍ୟାଳୟ ଖୋଲିଛନ୍ତି ଆଦର୍ଶ ବିଦ୍ୟାଳୟର ପରିଚାଳକ । ଅଧିକ ପଢ଼ନ୍ତୁ...

open air school, school for tribal girls, kakirigumma of koraput,  trouble in online classes, less smartphones, no internet service, adarsha vidyalay, ମୁକ୍ତାକାଶ ବିଦ୍ୟାଳୟ, ଆଦିବାସୀ ଛାତ୍ରୀ, ବାଲ୍ୟ ବିବାହ, ଖୁଡିପଦରରେ ୱାର୍ଡ ସଂସ୍ଥା , ଆଦର୍ଶ ବିଦ୍ୟାଳୟ, କୋରୋପୁଟ କାକୀରିଗୁମ୍ମା
ପାଠପଢ଼ୁଛନ୍ତି ଆଦିବାସୀ ଛାତ୍ରୀ, ଖୋଲିଛି ମୁକ୍ତାକାଶ ବିଦ୍ୟାଳୟ

କୋରାପୁଟ: ଗତ ବର୍ଷ ଠାରୁ ସର୍ବତ୍ର ସ୍କୁଲ କଲେଜ କୋରୋନାର ପ୍ରଭାବରେ ବନ୍ଦ ପଡିଛି । ସରକାରଙ୍କ କଡ଼ା ନିର୍ଦ୍ଦେଶକୁ ମାନି ସହରଠାରୁ ଗାଁ ପର୍ଯ୍ୟନ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟକୁ ପିଲାଙ୍କୁ ଆସିବା ପାଇଁ ମନା କରାଯାଇଛି । କିନ୍ତୁ କୋରାପୁଟ ଜିଲ୍ଲା କାକୀରିଗୁମ୍ମାରେ ଚାଲିଛି ମୁକ୍ତାକାଶ ବିଦ୍ୟାଳୟ । କାରଣ ଗାଁରେ ନାହିଁ ଉନ୍ନତମାନର ମୋବାଇଲ ସିଗନାଲ । ସେପଟେ ସ୍ମାର୍ଟ ଫୋନର ଅଭାବରେ ଅନଲାଇନ କ୍ଳାସ କରି ନପାରି ଘରେ ବସିରହି ଅନାଗତ ଭବିଷ୍ୟତକୁ ଚାହିଁ ରହିଛନ୍ତି ଛାତ୍ରଛାତ୍ରୀ । ଖାସକରି ଏପରି ସ୍ଥିତିରେ ଛାତ୍ରୀମାନଙ୍କୁ ସମ୍ଭାବ୍ୟ ବାଲ୍ୟ ବିବାହ ଓ ଦାଦନ ଶ୍ରମିକ ହେବାରୁ ସୁରକ୍ଷା ପ୍ରଦାନ କରିବାକୁ ପ୍ରୟାସ ଜାରି ଖୁଡିପଦରରେ ୱାର୍ଡ ସଂସ୍ଥା ଦ୍ଵାରା ଚାଲୁଥିବା ଆଦର୍ଶ ବିଦ୍ୟାଳୟର ପରିଚାଳକ ମାନେ ।

ଏହି ବିଦ୍ୟାଳୟରେ ବିଶେଷ କରି ପାହାଡ ପର୍ବତ ଘେରା ଅଞ୍ଚଳରେ ରହୁଥିବା କନ୍ଧ ଜନଜାତିର ଝିଅ ମାନେ ପଢିବାକୁ ଆସନ୍ତି । କିନ୍ତୁ ମହାମାରୀ ଯୋଗୁଁ ସ୍କୁଲ ବନ୍ଦ ହେବାରୁ ତାଙ୍କୁ ସ୍ବଳ୍ପ ବୟସରୁ ବିବାହ କରାଇ ଦେବାର ସମ୍ଭାବନା ଅଧିକ ରହିଛି । ଏହି କଥାକୁ ହୃଦୟଙ୍ଗମ କରି ସେମାନଙ୍କ ପାଇଁ ପାଠପଢା କିପରି ପୁନଃ କରାଯାଇପାରିବ ସେ ନେଇ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ରାମକୃଷ୍ଣ ସୁରଦେବଙ୍କ ଭଳି ପରାମର୍ଶଦାତାଙ୍କ ସହ ଆଲୋଚନା କରାଯାଇଥିଲା । ଅନେକ ଆଲୋଚନା ପରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ନବମ ଶ୍ରେଣୀରେ ପଢୁଥିବା ଝିଅଙ୍କ ପାଖକୁ ଯାଇ ପାଠ ପଢାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ଏହି କ୍ରମରେ ଦାମନଯୋଡିରେ ଥିବା ନାଲ୍କୋ ଖଣିର ପାଦଦେଶରେ ତଥା ନିକଟସ୍ଥ ପଞ୍ଚପଟ୍ଟମାଳୀ ପର୍ବତର ଏକ ନିବୃତ କୋଣ ଉପର ଗଡତି ଓ ମୁଣ୍ଡ ଗଡତି ତଥା ଦୂରରେ ଥିବା ଭିତରଗଡ ଠାରେ ଅସ୍ଥାୟୀ ବିଦ୍ୟାଳୟ ଖୋଲିଦିଆଗଲା । ଉପର ଗଡତି ଓ ମୁଣ୍ଡ ଗଡତି ଗ୍ରାମର ମଧ୍ୟ ଭାଗରେ ଏକ ପାହାଡିଆ ସମତଳ ଅଞ୍ଚଳରେ ବିଶାଳ ବୃକ୍ଷ ମୂଳରେ ରହିଛି ଏହି ମୁକ୍ତାକାଶ ବିଦ୍ୟାଳୟ । କୋଭିଡ଼ ନିୟମାବଳୀର ସମସ୍ତ ସର୍ତ୍ତକୁ ମାନି ଖୋଲାଯାଇଥିବା ଅସ୍ଥାୟୀ ବିଦ୍ୟାଳୟକୁ ଏହି ଦୁଇଟି ଗ୍ରାମରୁ 23 ଜଣ ଝିଅ ସବୁଦିନ ପଢିବାକୁ ଆସୁଥିବା ଏହି ବିଦ୍ୟାଳୟର ଶିକ୍ଷକ ଭଗବାନ ହିକକା ଜଣାଇଛନ୍ତି ।

ସେପଟେ ସେମିଳିଗୁଡା, ଦାମନଯୋଡି ଓ ଅନ୍ୟାନ୍ୟ ଅଞ୍ଚଳରେ ରହୁଥିବା ଏହି ଶିକ୍ଷକ ଶିକ୍ଷୟତ୍ରୀଙ୍କ ପାଇଁ ମଧ୍ୟ ସେହି ସ୍ଥାନକୁ ଯିବା କିଛି କମ କଷ୍ଟଦାୟକ ନୁହେଁ । ତଥାପି ପିଲାଙ୍କ ଆବଶ୍ୟକତାକୁ ଆଖିରେ ରଖି ସେମାନଙ୍କ ପାଖରେ ପହଞ୍ଚିବା ସହ ପ୍ରତ୍ୟେକ ବିଷୟକୁ ପ୍ରାଞ୍ଜଳ ଭାବରେ ବୁଝାଇବା ପାଇଁ ବ୍ୟବହାର ଉପଯୋଗୀ ଶିକ୍ଷଣ ସାମଗ୍ରୀକୁ ପ୍ରସ୍ତୁତ କରି ଛାତ୍ରଛାତ୍ରୀଙ୍କୁ ପଢ଼ାଇବାରେ ଲାଗିଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Jul 12, 2021, 10:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.