ETV Bharat / state

ଦୁର୍ନୀତି ନିବାରଣ ସପ୍ତାହ ପାଳନ, ଲାଞ୍ଚ ବିରୋଧୀ ଶପଥ ନେଲେ ଅଧିକାରୀ

author img

By

Published : Oct 27, 2020, 5:53 PM IST

ଲାଞ୍ଚ ବିରୋଧରେ ଶପଥ ନେଇଛନ୍ତି କୋରାପୁଟ ଜିଲ୍ଲାର ବିଭିନ୍ନ ପ୍ରଶାସନିକ ଅଧିକାରୀ । ପଢନ୍ତୁ ଅଧିକ ....

ଲାଞ୍ଚ ବିରୋଧୀ ଶପଥ ନେଲେ ଅଧିକାରୀ
ଲାଞ୍ଚ ବିରୋଧୀ ଶପଥ ନେଲେ ଅଧିକାରୀ

କୋରାପୁଟ: ଆଜି ଦୁର୍ନୀତି ନିବାରଣ ସପ୍ତାହ ପାଳନର ପ୍ରଥମ ଦିନ ଅବସରରେ ଲାଞ୍ଚ ବିରୋଧରେ ଶପଥ ନେଇଛନ୍ତି କୋରାପୁଟ ଜିଲ୍ଲାର ବିଭିନ୍ନ ପ୍ରଶାସନିକ ଅଧିକାରୀ। ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପ୍ରଶାସନିକ ଅଧିକାରୀ ଦୁର୍ନୀତି ବିରୁଦ୍ଧରେ ଲଢ଼ିବା ପାଇଁ ଶପଥ ପାଠ କଲେ ।

ଲାଞ୍ଚ ବିରୋଧୀ ଶପଥ ନେଲେ ଅଧିକାରୀ

ଜୀବନରେ ସାଧୁ୍ତା ବଜାୟ ରଖିବା ସହ ଚାକିରି କାଳରେ ଲୋଙ୍କଙ୍କୁ ମୁକ୍ତ ସେବା ପ୍ରଦାନ କରିବା ପାଇଁ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ଶପଥ ପାଠ କରାଇଥିଲେ । କୋଭିଡ ନିୟମ ପାଳନ ସହ ସାମାଜିକ ଦୁରତା ଓ ମାସ୍କ ପରିଧାନ କରି ଏହି ସମୁହ ଶପଥ ପାଠ କାର୍ଯ୍ଯକ୍ରମ ଆୟୋଜିତ ହୋଇଥିଲା ।

ତେବେ କୋଭିଡ କଟକଣା ଯୋଗୁଁ ଜିଲ୍ଲା ମୁଖ୍ୟାଳୟ ବ୍ୟତିତ ଅନ୍ୟ କୌଣସି ସ୍ଥାନରେ କୈଣସି କାର୍ଯ୍ୟକ୍ରମ କିମ୍ବା ସଭାସମିତି କରାଯାଇନଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

କୋରାପୁଟୁରୁ ସି ଏଚ ସାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.