ETV Bharat / state

ଓଡ଼ିଶାର ରାସ୍ତା ଅନ୍ୟ ରାଜ୍ୟ ଗୁଡ଼ିକ ତୁଳନାରେ ବହୁତ୍ ଭଲ: ମନ୍ତ୍ରୀ ପ୍ରଫୁଲ ମଲ୍ଲିକ

author img

By

Published : Jun 21, 2022, 8:57 PM IST

କୋରାପୁଟରେ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ । କୋଲାବ ଡ୍ୟାମର ସିନ୍ଧିପୁଟ ଘାଟରେ ହେବ ହାଇଲେବଲ୍‌ ବ୍ରିଜ୍‌ । ଅଧିକ ପଢ଼ନ୍ତୁ

କୋରାପୁଟରେ ପୂର୍ତ୍ତ ବିଭାଗ ମନ୍ତ୍ରୀ, ଲମତାପୁଟ ଗସ୍ତ କରି ସିନ୍ଧିପୁଟ ଘାଟ କଲେ ପରିଦର୍ଶନ

କୋରାପୁଟ : କୋରାପୁଟରେ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ । ଲମତାପୁଟ ଗସ୍ତ କରି ସିନ୍ଧିପୁଟଘାଟ ପରିଦର୍ଶନ କରିଛନ୍ତି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ । କୋଲାବ ଡ୍ୟାମର ସିନ୍ଧିପୁଟ ଘାଟରେ ହେବ ହାଇଲେବଲ୍‌ ବ୍ରିଜ୍‌ । ୬୭ କୋଟି ଟଙ୍କା ବ୍ୟୟରେ ପୋଲ ନିର୍ମାଣ ହେବ। ଏହାଦ୍ୱାରା ଲମତାପୁଟ ବ୍ଲକର ୪ଟି ପଞ୍ଚାୟତବାସୀ ଉପକୃତ ହେବେ ବୋଲି କହିଛନ୍ତି ମନ୍ତ୍ରୀ ।

ଏହି ପରିପ୍ରେକ୍ଷୀରେ ସିନ୍ଧିପୁଟଘାଟ ପରିଦର୍ଶନ କରି ମନ୍ତ୍ରୀ ପ୍ରଫୁଲ୍ଲ କହିଛନ୍ତି ଓଡ଼ିଶାର ରାସ୍ତାର ସ୍ଥିତି ଅନ୍ୟ ରାଜ୍ୟ ଗୁଡ଼ିକ ତୁଳନାରେ ବହୁତ୍ ଭଲ ।ମାଲକାନଗିରି ଓ କୋରାପୁଟ ଜିଲ୍ଲା ଗସ୍ତରେ ଆସିଥିବା ମନ୍ତ୍ରୀ ଆଜି କୋରାପୁଟ ଠାରେ କୋରାପୁଟ ଓ ଜୟପୁର ପୂର୍ତ୍ତ ବିଭାଗ ଅଧିନରେ ଚାଲିଥିବା ବିଭିନ୍ନ ରାସ୍ତା କାମର ସମୀକ୍ଷା କରିବାସହ ଲମତାପୂଟ ବ୍ଲକ ଅନ୍ତର୍ଗତ ସିନ୍ଧିପୁଟ ଠାରେ ନିର୍ମାଣ ହେବାକୁ ଥିବା ପୋଲ ନିକଟକୁ ସମ୍ପୃକ୍ତ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ସହ ଯାଇ ସ୍ଥିତି ପରଖିଥିଲେ ।

କୋରାପୁଟରେ ନିର୍ମାଣାଧୀନ ହସ୍ପିଟାଲ ଓ ଜୟପୁର ସ୍ଥିତ ବିମାନ ବନ୍ଦରରେ ଚାଲିଥିବା କାର୍ଯ୍ୟ ତଦାରଖ କରି କାର୍ଯ୍ୟରେ ହେଉଥିବା ଅଗ୍ରଗତିରେ ମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି । କୋଟିଆ ଅଞ୍ଚଳରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ଅନୁପ୍ରବେଶ ସମ୍ପର୍କରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଚତୁରତାର ସହ ଏଡ଼ାଇ ଦେବାକୁ ଯାଇ ଦେଶର ଫେଡେରାଲ ଷ୍ଟ୍ରକଚରରେ ସମସ୍ତେ ନିଜ ନିଜ ସୀମା ସମ୍ପର୍କରେ ଜାଣିଛନ୍ତି ବୋଲି ମତବ୍ୟକ୍ତ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.