ETV Bharat / state

କୋରାପୁଟରେ ପହଞ୍ଚିଲା ଓଡିଶା ଏଫସି ପ୍ରତିଭା ଅନ୍ବେଷଣ ଟିମ

author img

By

Published : Oct 18, 2021, 3:38 PM IST

Updated : Oct 18, 2021, 4:17 PM IST

ଜିଲ୍ଲାରେ ଅନେକ ଫୁଟବଲ ପ୍ରତିଭା ରହିଛନ୍ତି ଯେଉଁମାନେ ଜାତୀୟ ସ୍ତରରେ ଖେଳିବାର ଦକ୍ଷତା ରଖିଛନ୍ତି । ଏହା ଓଡିଶା ଫୁଟବଲ କ୍ଲବର ଗ୍ରାସ୍‌ ରୁଟସ୍‌ ଟୁର୍‌ ମ୍ୟାନେଜର ସୁମନ ଦାସ କୋରାପୁଟ ଗସ୍ତ କରି ପ୍ରତିଭା ଚିହ୍ନଟ ବେଳେ କହିଛନ୍ତି । ଅଧିକ ପଢନ୍ତୁ...

Odisha fc grass root tour at koraput
କୋରାପୁଟରେ ପହଞ୍ଚିଲା ଓଡିଶା ଫୁଟବଲ କ୍ଲବ

କୋରାପୁଟ: ଜିଲ୍ଲାରେ ଅନେକ ଫୁଟବଲ ପ୍ରତିଭା ରହିଛନ୍ତି ଯେଉଁମାନେ ଜାତୀୟ ସ୍ତରରେ ଖେଳିବାର ଦକ୍ଷତା ରଖିଛନ୍ତି । ଏହା କହିଛନ୍ତି ଓଡିଶା ଫୁଟବଲ କ୍ଲବର ଗ୍ରାସ୍‌ ରୁଟସ୍‌ ଟୁର୍‌ ମ୍ୟାନେଜର ସୁମନ ଦାସ । ଇଣ୍ଡିଆନ ସୁପର ଲିଗ ଟିମ ଓଡିଶା ଏଫସି ବିଭିନ୍ନା ଜିଲ୍ଲା ଗସ୍ତ କରି ଫୁଟବଲ ପ୍ରତି ଆଗ୍ରହୀ ପ୍ରତିଭା ମାନଙ୍କୁ ଚିହ୍ନଟ କରିବା କାର୍ଯ୍ୟକ୍ରମ ଚଳାଇଛି । ଏହିକ୍ରମରେ ଟିମ କୋରାପୁଟରେ ଫୁଟବଲ ଖେଳର ପ୍ରଚାର ପାଇଁ ପହଞ୍ଚିଥିଲା । ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନେକ ଯୁବ ଖେଳାଳି ଏହି କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥିଲେ ।

କୋରାପୁଟରେ ପହଞ୍ଚିଲା ଓଡିଶା ଏଫସି ପ୍ରତିଭା ଅନ୍ବେଷଣ ଟିମ

କୋରାପୁଟର ବିଭିନ୍ନ ଅଞ୍ଚଳରୁ ଆସିଥିବା ଶତାଧିକ ଫୁଟବଲ ଖେଳାଳିଙ୍କୁ ଫୁଟବଲ ଖେଳ ଓ ଖେଳକୁ ନେଇ ସମ୍ଭାବ୍ୟ କ୍ୟାରିୟର ସମ୍ପର୍କରେ ସେ ସୂଚନା ଦେଇଥିଲେ । ଓଡିଶା ଫୁଟବଲ କ୍ଲବର ପ୍ରଶିକ୍ଷକ ମାନେ ଫୁଟବଲ ଖେଳିବାର ନୂତନ କୌଶଳ ଶିଖିବାର ସୁଯୋଗ ମଧ୍ୟ ପ୍ରଦାନ କରିଥିଲେ । ଯୁବପିଢିଙ୍କ ନିକଟରେ ଫୁଟବଲ ପ୍ରତି ଅନେକ ଉତ୍ସାହ ରହିଛି । ତେବେ ଉପଯୁକ୍ତ ଖେଳ ପଡିଆ ଓ ଫୁଟବଲ ପ୍ରଶିକ୍ଷକଙ୍କ ଆବଶ୍ୟକତା ଥିବା ଖେଳାଳିମାନେ ମତ ଦେଇଛନ୍ତି ।

କୋରାପୁଟରୁ ସି ଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Oct 18, 2021, 4:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.