ETV Bharat / state

‘ଓଡିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୋରାପୁଟ ପିଲାଙ୍କ ଉଚ୍ଚ ଶିକ୍ଷାପ୍ରତି ଆଗ୍ରହ ସୃଷ୍ଟି କରିବ’

author img

By

Published : Aug 30, 2020, 12:22 PM IST

Updated : Aug 30, 2020, 2:00 PM IST

କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ 12 ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଅନଲାଇନ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଷ୍ଚ୍ରପତିଙ୍କ ଠାରୁ ରାଜ୍ୟପାଳ ସମସ୍ତେ ଶୁଭେଚ୍ଛା ଜଣାଇଥିଲେ । ଅଧିକ ପଢନ୍ତୁ...

ଓଡିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୋରାପୁଟ ପିଲାଙ୍କ ଉଚ୍ଚ ଶିକ୍ଷାପ୍ରତି ଆଗ୍ରହ ସୃଷ୍ଟି କରିବ

କୋରାପୁଟ: ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟ ଜିଲ୍ଲାର 14ଟି ବ୍ଲକ ଓ 4 ଟି ପୌରାଞ୍ଚଳରେ ସମୁଦାୟ 18 ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ସହ ଯୋଡି ପିଲାଙ୍କ ମଧ୍ୟରେ ଉଚ୍ଚ ଶିକ୍ଷା ପ୍ରତି ସଚେତନତା ସୃଷ୍ଟି କରାଯିବ । ଏଥସହ ସହ ସେମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟ ପ୍ରତି ଆଗ୍ରହ ସୃଷ୍ଟି କରିବାର ପ୍ରୟାସ କରାଯିବ ବୋଲି ବିଶ୍ବବିଦ୍ୟାଳୟର କୁଳପତି ଆଇ.ରାମବ୍ରହ୍ମମ ଘୋଷଣା କରିଛନ୍ତି । ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ କୋରାପୁଟର 12ତମ ପ୍ରତିଷ୍ଠା ଦିବସ ଅବସରରେ ଏପରି କହିଥିଲେ ।

‘ଓଡିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୋରାପୁଟ ପିଲାଙ୍କ ଉଚ୍ଚ ଶିକ୍ଷାପ୍ରତି ଆଗ୍ରହ ସୃଷ୍ଟି କରିବ’

କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ 12 ତମ ପ୍ରତିଷ୍ଠା ଦିବସ ଅବସରରେ ଭାରତର ରାଷ୍ଟ୍ରପତି ତଥା ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଭିଜିଟର୍ ରାମନାଥ କୋବିନ୍ଦ ବିଶ୍ୱବିଦ୍ୟାଳୟର ଉନ୍ନତି କାମନା କରିବା ସହିତ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ । ମୂଲ୍ୟବୋଧ ଯୁକ୍ତ ଶିକ୍ଷାକୁ ଗୁରୁତ୍ଵ ଦେବା ସହିତ ସେ ଯୁବଶକ୍ତିର ପ୍ରତିଷ୍ଠା ନେଇ ନୂତନ ଆଶା ସଞ୍ଚାର କରିଥିଲେ । ସେହିଭଳି ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଶିକ୍ଷାର ମୂଳ ଭିତ୍ତି ଓ ଆଦର୍ଶ ପ୍ରସଙ୍ଗ ଉତ୍ଥାପନ କରିବା ସହିତ ଅତୀତ ଓ ସାଂପ୍ରତିକ ଭାରତର ମହତ୍ଵପୂର୍ଣ୍ଣ ଯୋଗଦାନକୁ ଉଲ୍ଲେଖ କରିଥିଲେ ।

କେନ୍ଦ୍ର ସରକାରଙ୍କ ମନ୍ତ୍ରିମଣ୍ଡଳର ଶିକ୍ଷାମନ୍ତ୍ରୀ ଡ. ରମେଶ ପୋଖରୀୟାଲ ‘ନିଶଙ୍କ’, ଓ ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍ ଓ ଇସ୍ପାତ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅନ-ଲାଇନରେ ପାଳନ ହେଉଥିବା ପ୍ରତିଷ୍ଠା ଦିବସରେ ସାମିଲ ହୋଇଥିଲେ । ଏହି ଅବସରରେ ନୂତନ କେନ୍ଦ୍ରୀୟ ପାଠାଗାର, ଶୈକ୍ଷିକ-ଗୃହ, ଷ୍ଟାଫ-କ୍ଵାର୍ଟର, ଅଫିସ/ପ୍ରଶାସନିକ ଗୃହ ଆଦିର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଶିକ୍ଷାମନ୍ତ୍ରୀ ମହାମାରୀ କୋଭିଡ-୧୯ ସମୟରେ ‘ଭରୋସା’ ଭଳି କାର୍ଯ୍ୟକ୍ରମ ଦ୍ଵାରା କୋରୋନା ବିରୋଧରେ ଏହି ବିଶ୍ବବିଦ୍ୟାଳୟ କରିଥିବା ସଚେତନତା ମୂଳକ କାର୍ଯ୍ୟ ସହିତ ଅନ-ଲାଇନ ପାଠପଢା ଏବଂ ପରୀକ୍ଷାକୁ ପ୍ରଶଂସା କରିଥିଲେ ।

ସେହିଭଳି ‘ନୂତନ ଶିକ୍ଷା ନୀତି -୨୦୨୦’ ଆଧାରରେ ଶିକ୍ଷା ଓ ତାହାର ବିବିଧ ଦିଗ ସମ୍ପର୍କରେ ଆଲୋଚନା କରିବା ସହିତ ତାହାର ସକରାତ୍ମକ ଦିଗଗୁଡ଼ିକୁ ସେ ଉଲ୍ଲେଖ କରିଥିଲେ । ‘ନାଲକୋ’ ଏବଂ ‘ହାଲ୍’ ଭଳି ଶିଳ୍ପସଂସ୍ଥା ସହିତ ଅନୁବନ୍ଧିତ ହୋଇ ଆଞ୍ଚଳିକ ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବା ଉଚିତ ବୋଲି ଧର୍ମେନ୍ଦ୍ର କହିଥିଲେ । କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥ ପରାମର୍ଶଦାତା ତଥା ସୁଲେଖକ ଡ. ସଂଜୀବ ସାନ୍ୟାଲ୍ ଏହି ପ୍ରତିଷ୍ଠା ଦିବସର ବକ୍ତା ଭାବେ ନିଜର ବ୍ୟାପକ ଦୃଷ୍ଟିଭଙ୍ଗୀକୁ ବିଶ୍ୱବିଦ୍ୟାଳୟ ପରିପ୍ରେକ୍ଷୀରେ ଉପସ୍ଥାପନ କରିଥିଲେ । ଚଳିତ ବର୍ଷ ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ଦ୍ଵାଦଶତମ ଦ୍ଵାଦଶ ପ୍ରତିଷ୍ଠା ଦିବସ ହୋଇଥିବାରୁ ଏହି ଅବସରରେ ୧୨ ଗୋଟି ବୃକ୍ଷ କୁଳପତିଙ୍କଦ୍ଵାରା ରୋପଣ କରାଯାଇଥିଲା । ଏହା ସହିତ ଦ୍ଵାଦଶ ପ୍ରତିଷ୍ଠା ଦିବସ ଅବସରରେ ଏକ ସ୍ମୃତିମୟ ଏକାଦଶ ବର୍ଷର ଅନୁଭୂତିକୁ ଭିତ୍ତି କରି ପ୍ରସ୍ତୁତ ହୋଇଥିବା ‘ସ୍ମରଣିକା’କୁ ଡ. ରମେଶ ପୋଖରୀୟାଲ ‘ନିଶଙ୍କ’ ଏବଂ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କଦ୍ଵାରା ମିଳିତ ଭାବେ ଉନ୍ମୋଚିତ ହୋଇଥିଲା

ବିଶ୍ବବିଦ୍ୟାଳୟର ସାମ୍ବାଦିକତା ଓ ଜନସଞ୍ଚାର ବିଭାଗର ଅଧ୍ୟାପକ ଡ. ସୌରଭ ଗୁପ୍ତା କାର୍ଯ୍ୟକ୍ରମର ସଂଚାଳନ କରିଥିବା ବେଳେ ଅନ୍-ଲାଇନ୍ ମାଧ୍ୟମରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ କୋଭିଡ-୧୯ର ସମସ୍ତ ନିୟମକୁ ଆଖି ଆଗରେ ରଖି ପାଳନ କାରାଯାଇଥିଲା

କୋରାପୁଟରୁ ସିଏଚ.ଶାନ୍ତାକାର ଇଟିଭି ଭାରତ

Last Updated : Aug 30, 2020, 2:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.