କୋରାପୁଟ: BSF ର ଓଡିଶା ୟୁନିଟ IG ସତୀଶ ଚନ୍ଦ୍ର ବୁଡ଼ାକଟି ଓ ପଡୋଶୀ ଛତିଶଗଡ଼ର ରାଜଧାନୀ ରାୟପୁର BSF ୟୁନିଟର IG ବି.କେ ମେହଟ୍ଟା ଆଜି କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି । ସୀମା ସୁରକ୍ଷା ବଳର ଉଭୟ ବରିଷ୍ଠ ପୋଲିସ ଅଧିକାରୀ ଦୁଇ ଜିଲ୍ଲାରେ ସୁରକ୍ଷା ସ୍ଥିତି ସମୀକ୍ଷା କରିଥିବା ସୂଚନା ରହିଛି ।
କୋରାପୁଟ ଜିଲ୍ଲାର ନାରାୟଣପାଟଣା ସମେତ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ଏବଂ ଆଣ୍ଡ୍ରାହଲ ଓ ତୁଳସୀଡଙ୍ଗରି ଅଞ୍ଚଳ ଗସ୍ତ କରିଥିଲେ ଏହି ଦୁଇ ଅଧିକାରୀ । ଏହି ସମସ୍ତ ଅଞ୍ଚଳର ସୁରକ୍ଷା ସ୍ଥିତିକୁ ସମୀକ୍ଷା କରିବା ସହ ସେଠାରେ ମୁତୟନ ହୋଇଥିବା BSF ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଉଭୟ IG ଙ୍କ ସହ ଉଭୟ ରାଜ୍ୟର ଅନ୍ୟ କିଛି ବରିଷ୍ଠ BSF ଅଧିକାରୀ ମଧ୍ୟ ଗସ୍ତରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ