ETV Bharat / state

କନ୍ୟା ରତ୍ନ ଏବେ ସଭିଙ୍କ ଆଦର, ବଢୁଛି ପୋଷ୍ୟକନ୍ୟାଙ୍କ ସଂଖ୍ୟା - Koraput

ବଢୁଛି ଝିଅଙ୍କ ଆଦର । କନ୍ୟାସନ୍ତାନକୁ ବୋଝ ଭାବୁଥିବା ବାପା ମା ନବଜାତକୁ ଯେଉଁଠାରେ ରାସ୍ତାକଡରେ ଭିଙ୍ଗି ଦେଉଛନ୍ତି, ସେଠାରେ କିନ୍ତୁ ଅନନ୍ୟ ଉଦାହରଣ ସୃଷ୍ଟି କରିଛି କୋରାପୁଟ ଜିଲ୍ଲା । ପୁଅ ଅପେକ୍ଷା ଅନାଥ ଝିଅଟିକୁ ପୋଷ୍ୟା ସନ୍ତାନ ଭାବରେ ଗ୍ରହଣ କରିବାକୁ ଆଗେଇ ଆସୁଛନ୍ତି ଅନେକ ଲୋକ । ଝିଅଟିଏ ଯେ ପୁଅଙ୍କ ଠାରୁ କୌଣସି ଗୁଣରେ କମ ନୁହେଁ, ଅନେକ ଏହା ହୃଦୟଙ୍ଗମ କରିପାରିଛନ୍ତି । କୋରାପୁଟ ଶିଶୁ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଏକ ତଥ୍ୟରୁ ଏକଥା ସ୍ପଷ୍ଟ ହେଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Feb 21, 2019, 3:49 PM IST

କୋରାପୁଟ: ଜିଲ୍ଲା ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଓ ସିଡବ୍ଲ୍ୟୁସି ମାଧ୍ୟମରେ ଅନାଥ ଶିଶୁଙ୍କୁ ପୋଷ୍ୟଗ୍ରହଣ କରାଯାଉଛି । ବିଭିନ୍ନ ସମୟରେ ଅନେକ ସ୍ଥାନରୁ ଉଦ୍ଧାର ହୋଇଥିବା ଶିଶୁଙ୍କୁ ସରକାରୀ ଗାଇଡ ଲାଇନ ଅନୁସାରେ ଇଚ୍ଛୁକ ଅଭିଭାବକଙ୍କୁ ହସ୍ତାନ୍ତର କରାଯାଉଛି । ଏପର୍ଯ୍ୟନ୍ତ 54 ଅନାଥ ଶିଶୁଙ୍କୁ ପୋଷ୍ୟା ସନ୍ତାନ ଭାବରେ ନୂତନ ଅଭିଭାବକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଏହା ମଧ୍ୟରେ 8 ବିଦେଶୀ ଅଭିଭାବକ ଅଛନ୍ତି ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି 54 ଶିଶୁଙ୍କ ମଧ୍ୟରୁ 28 ଜଣ ଝିଅ ଅଛନ୍ତି । ସେହିପରି ବିଦେଶୀ ଅଭିଭାବକ ଆପଣେଇଥିବା 8 ଶିଶୁଙ୍କ ମଧ୍ୟରୁ 5 ଜଣ ଝିଅ । ଅର୍ଥତ ଝିଅଙ୍କୁ ପୋଷ୍ୟା କନ୍ୟା ସନ୍ତାନ ଭାବରେ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ଅଭିଭାବକ ।

ସୂଚନାଯୋଗ୍ୟ, ଶିଶୁଙ୍କୁ ପୋଷ୍ୟ ଗ୍ରହଣ କରିବା ସମୟରେ ୨୦୧୫ ମସିହାର ଜୁଭେନାଇଲ ଜଷ୍ଟିସ ଆକ୍ଟ ଅନୁଯାୟୀ କେନ୍ଦ୍ରୀୟ ପୋଷ୍ୟଗ୍ରହଣ ଅଧିନିୟମକୁ ଅବଲମ୍ବନ କରିବାକୁ ପଡେ । ଅନାଥ ଶିଶୁଙ୍କୁ ରଖିବା ପାଇଁ ଜିଲ୍ଲାର ଦଶମନ୍ତପୁରରେ ଶିଶୁ ଯତ୍ନ କେନ୍ଦ୍ର ରହିଛି । ବିଭିନ୍ନ ସ୍ଥାନରୁ ଉଦ୍ଧାର ହୋଇଥିବା ଅନାଥ ଶିଶୁଙ୍କୁ ଏହି କେନ୍ଦ୍ରରେ ପ୍ରଥମେ ରଖାଯାଇ ଆବଶ୍ୟକ ଯତ୍ନ ନିଆଯାଏ । ପରେ ଯଦି କୌଣସି ଅଭିଭାବକ ଶିଶୁଙ୍କୁ ନେବାକୁ ଚାହିଁଲେ, ସରକାରୀ ଗାଇଡ ଲାଇନ ଅନୁସାରେ ତାଙ୍କୁ ହସ୍ତାନ୍ତର କରାଯାଏ ।

କୋରାପୁଟରୁ ସି.ଏଚ. ଶାନ୍ତାକାର, ଇଟିଭି ଭାରତ

sample description
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.