ETV Bharat / state

ଗୁହାଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି

ଜୟପୁର ବ୍ଲକ ଅନ୍ତର୍ଗତ ଆମ୍ବାଗୁଡାର ଏକ ଗୁହାଳରୁ ନବଜାତ ପୁତ୍ର ଶିଶୁ ଉଦ୍ଧାର । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶିଶୁକୁ ଉଦ୍ଧାର କରି ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Nov 13, 2022, 12:51 PM IST

ଗୁହାଳରୁ ନବଜାତ ପୁତ୍ର ଶିଶୁ ଉଦ୍ଧାର
ଗୁହାଳରୁ ନବଜାତ ପୁତ୍ର ଶିଶୁ ଉଦ୍ଧାର

କୋରାପୁଟ: ପୁଣି ଅଲୋଡା ନବଜାତ । ଜୟପୁର ବ୍ଲକ ଅନ୍ତର୍ଗତ ଆମ୍ବାଗୁଡାର ଏକ ଗୁହାଳରୁ ନବଜାତ ପୁତ୍ର ଶିଶୁ ଉଦ୍ଧାର ଉଦ୍ଧାର କରାଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶିଶୁକୁ ଉଦ୍ଧାର କରି ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରିଛନ୍ତି । ଶନିବାର ଦିନ ଆମ୍ବାଗୁଡା ନିୟୁ କଲୋନୀରେ ଏକ ଭଙ୍ଗା ଗାଡି ପାଖରେ କୁକୁର ଛୁଆ ସହ ଏକ ନବଜାତ ପଡିରହିଥିବା ଦେଖିଥିଲେ ଜଣେ ଗ୍ରାମବାସୀ । କଲୋନୀର ଟୁନି ଖୋସଲା ଦେଖିବା ପରେ ପ୍ରଥମେ ପୋଲିସ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଖବର ଦେଇଥିଲେ ।

ଗୁହାଳରୁ ନବଜାତ ପୁତ୍ର ଶିଶୁ ଉଦ୍ଧାର, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି

ଏହା ମଧ୍ୟ ପଢନ୍ତୁ: World Kindness Day: ଦୟାଳୁ ମନୋଭାବ ଏକତାର ପ୍ରଥମ ସୋପାନ

ଖବରପାଇ ରାଜେଶ୍ରୀ ଦାଶ ଘଟଣା ସ୍ଥଳରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରିଥିଲେ । ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରି ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ବର୍ତ୍ତମାନ ଶିଶୁପୁତ୍ରଟି ସଂପୂର୍ଣ୍ଣ ବିପଦ ମୁକ୍ତ ରହିଥିବା ନେଇ ଚିକିତ୍ସା କରୁଥିବା ଡାକ୍ତର ସଂଦିପ ତ୍ରିପାଠୀ କହିଛନ୍ତି । ଏନେଇ ଡିସିପିଓ କହିଛନ୍ତି, "ଆମ୍ବାଗୁଡା ନିୟୁ କଲୋନୀରେ ଟୁନି ଖୋସଲା ନାମକ ଜଣେ ବାସିନ୍ଦାଙ୍କ ବାରିପଟେ ଏକ ଭଙ୍ଗା ଗାଡି ରହିଥିଲା । ସେଥିରେ କୁକୁର ଛୁଆ ଜନ୍ମ ଦେଇଥିବାବେଳେ ଏକ ନବଜାତ ମଧ୍ୟ ରହିଥିଲା ।

ଏହା ମଧ୍ୟ ପଢନ୍ତୁ: ବିଜେପିରେ ମିଶିବେ ଥରୁରଙ୍କ ହଜାରେ ସମର୍ଥକ: ହିମନ୍ତ ବିଶ୍ବଶର୍ମା

କୌଣସି କାମ ପାଇଁ ଟୁନି ବାରିପଟକୁ ଯାଇଥିବାବେଳେ, ଶିଶୁ ପୁତ୍ରର କାନ୍ଦ ଶବ୍ଦ ଶୁଣି ଛୁଆକୁ ଆଣି ଘରେ ରଖିବା ସହ ଆମକୁ ଖବର ଦେଇଥିଲେ । ବର୍ତ୍ତମାନ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରିଛୁ । ଡାକ୍ତରଙ୍କ କହିବା ଅନୁସାରେ ଶିଶୁ ପୁତ୍ରଟି ଗୋଟିଏ ଦିନ ପୂର୍ବରୁ ଜନ୍ମ ହୋଇଛି । ଶିଶୁ ପୁତ୍ରର ଅବସ୍ଥା ଠିକଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି ।"

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.