ETV Bharat / state

ଜୟପୁରରେ ଡିଷ୍ଟ୍ରିକ୍ଟ କୋର୍ଟର ନୂତନ ଭବ୍ୟଭବନ ଉଦଘାଟିତ - ଜୟପୁର ଡିଷ୍ଟ୍ରିକ୍ଟ କୋର୍ଟ

ଭର୍ଚ୍ଚୁଆଲ ମାଧ୍ୟମରେ କୋରାପୁଟ ଜୟପୁରରେ ଡିଷ୍ଟ୍ରିକ୍ଟ କୋର୍ଟର ନୂତନ ଭବ୍ୟଭବନ ଉଦଘାଟିତ ହୋଇଛି । ଅଧିକ ପଢନ୍ତୁ...

ଜୟପୁରରେ ଡିଷ୍ଟ୍ରିକ୍ଟ କୋର୍ଟର ନୂତନ ଭବ୍ୟ ଭବନ ଉଦଘାଟିତ

author img

By

Published : Sep 10, 2021, 8:42 PM IST

କୋରାପୁଟ: ହାଇକୋର୍ଟର ମୁଖ୍ୟ ବିଚାରପତି ଏସ ମୁରଲୀଧରନଙ୍କ ଦ୍ଵାରା ଜୟପୁରରେ ଉଦଘାଟିତ ହୋଇଛି ଡିଷ୍ଟ୍ରିକ୍ଟ କୋର୍ଟର ନୂତନ ଭବ୍ୟ ଭବନ । ଭର୍ଚ୍ଚୁଆଲ ମାଧ୍ୟମରେ ମୁଖ୍ୟ ବିଚାରପତି କୋର୍ଟର ଏହି ଭବନ ଉଦଘାଟନ କରିଛନ୍ତି । ଜିଲ୍ଲାର ନ୍ୟାୟିକ ପ୍ରକ୍ରିୟା ଏହା ମାଧ୍ୟମରେ ଆହୁରି ସୁଦୃଢ ହେବ ବୋଲି କହିଛନ୍ତି ମୁଖ୍ୟ ବିଚାରପତି ।

ଜୟପୁରରେ ଡିଷ୍ଟ୍ରିକ୍ଟ କୋର୍ଟର ନୂତନ ଭବ୍ୟ ଭବନ ଉଦଘାଟିତ

ଏହି କୋଠାରେ 4ଟି ଫ୍ଲୋର ରହିଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ 13ଟି କୋର୍ଟ କାମ କରିବ । ନୂତନ ବିଲ୍ଡିଂ ପରିସରରେ ଭର୍ଚ୍ଚୁଆଲ ଉଦଘାଟନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିଲା । କୋରାପୁଟ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ନ୍ୟାୟିକ ପ୍ରକ୍ରିୟାକୁ ଆହୁରି ସୁଦୃଢ଼ କରିବାରେ ଏହା ସହାୟକ ହେବ ବୋଲି ହାଇକୋର୍ଟ ମୁଖ୍ୟ ବିଚାରପତି କହିଛନ୍ତି ।

ଏହି ଭର୍ଚ୍ଚୁଆଲ ଉଦଘାଟନୀ ସମୟରେ ବିଲ୍ଡିଂ କମିଟି ଚେୟାରମ୍ୟାନ ଶତ୍ରୁଘ୍ନ ପୂଜାହାରି, କୋରାପୁଟ ଜିଲ୍ଲା ପାଇଁ ନିଯୁକ୍ତ ହାଇକୋର୍ଟର ସ୍ବତନ୍ତ୍ର ଜଜ୍‌ ଏସ.କେ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.