କୋରାପୁଟ: କୋରାପୁଟରେ ଚାଲିଛି ଅବିଭକ୍ତ ଜିଲ୍ଲାସ୍ତରୀୟ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ । ଏଥିରେ NCCର ସ୍ବତନ୍ତ୍ର ତାଲିମ ଶିବିର ଅନୁଷ୍ଠିତ ହୋଇଛି । ଯୁବଗୋଷ୍ଠୀଙ୍କୁ ଆକସ୍ମିକ ଦୁର୍ଘଟଣାର ସାମନା କରିବାର କୌଶଳ ସମ୍ପର୍କରେ ଶିକ୍ଷା ଦିଆଯାଇଛି ।
ଗୁଳି ଫୁଟାଇବା, ପ୍ୟାରେଡ଼ କରିବା ଭଳି NCCର ଗତାନୁଗତିକ ଅଭ୍ୟାସର ମାନକୁ ଵୃଦ୍ଧି କରିବାର ତାଲିମ ଦିଆଯାଇଛି । ଏଥିରେ କୋରାପୁଟ, ରାୟଗଡା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ଵିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା 122 ଜଣ ଏନସିସି କ୍ୟାଡେଟ ସାମିଲ ହୋଇଛନ୍ତି ।
ସେପଟେ ଏହି କ୍ୟାଡେଟଙ୍କୁ ଆକସ୍ମିକ ଦୁର୍ଘଟଣାକୁ ସାମନା କରିବା, ଆତ୍ମ ସୁରକ୍ଷାର କୌଶଳ, ପ୍ରାକୃତିକ ବିପର୍ଯୟ ସମୟରେ ଜନଧନର ସୁରକ୍ଷା କରିବା ପ୍ରଭୃତି ବିଷୟରେ ମଧ୍ୟ ତାଲିମ ଦିଆଯାଇଛି ।
କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ