ETV Bharat / state

ବିଶ୍ବ ଦରବାରରେ ଚମକିବ ଗଦବା ଜନଜାତିର କେରେଙ୍ଗ ବସ୍ତ୍ର

author img

By

Published : May 27, 2023, 12:26 PM IST

କୋରାପୁଟର ନୂଆ ପରିଚୟ ହେବ କେରଙ୍ଗ ବସ୍ତ୍ର । କେରଙ୍ଗ ଗଛ ଛାଲିରୁ ପ୍ରସ୍ତୁତ ବସ୍ତ୍ର ବିଶ୍ବ ମାର୍କେଟରେ ଚମକିବ । ଅଧିକ ପଢନ୍ତୁ

କେରେଙ୍ଗ ବସ୍ତ୍ର ପୁନଃରୁଦ୍ଧାର ପ୍ରୟାସ
କେରେଙ୍ଗ ବସ୍ତ୍ର ପୁନଃରୁଦ୍ଧାର ପ୍ରୟାସ
ବିଶ୍ବ ଦରବାରରେ ଚମକିବ କେରେଙ୍ଗ ବସ୍ତ୍ର

କୋରାପୁଟ: କୋଟପାଡର ପ୍ରାକୃତିକ ରଙ୍ଗଦିଆ ବସ୍ତ୍ର, କଫି, ଅଦା, ହଳଦି, ଗୋଲମରିଚ, ଷ୍ଟ୍ରବେରୀ, ଝାଡୁ ଭଳି ପ୍ରକୃତିଦତ୍ତ ସମ୍ପଦ ପାଇଁ ଦେଶ ବିଦେଶରେ ନାଁ କରିଛି କୋରାପୁଟ । ଏବେ କେରେଙ୍ଗ ବୃକ୍ଷର ଛାଲି ଓ ପ୍ରାକୃତିକ ରଙ୍ଗରେ ପ୍ରସ୍ତୁତ ହେଉଥିବା କେରେଙ୍ଗ ବସ୍ତ୍ର କୋରାପୁଟକୁ ନୂଆ ପରିଚୟ ଦେବାକୁ ଯାଉଛି । କାରଣ ଗଦବା ଜନଜାତିର ଲୁପ୍ତ ପ୍ରାୟ କେରେଙ୍ଗ ବସ୍ତ୍ର ଓ ତନ୍ତକୁ ପୁନଃଜୀବିତ କରିବା ପାଇଁ ଇନ୍ଟାକ, କୋଟସ ଓ କୋରାପୁଟ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ଅଭିନବ ପ୍ରକଳ୍ପ ସଫଳତାର ପାହାଚ ଚଢ଼ିବା ଆରମ୍ଭ କରିଛି । ତେଣୁ ଖୁବଶୀଘ୍ର ବିଶ୍ବ ବଜାରରେ ପାରମ୍ପରିକ କେରେଙ୍ଗ ବସ୍ତ୍ର ଚମକିବ ବୋଲି ଆଶା ପୋଷଣ କରାଯାଉଛି ।

କେରେଙ୍ଗ ବସ୍ତ୍ରର ପୁନଃରୁଦ୍ଧାର, କେରେଙ୍ଗ ବୃକ୍ଷରୋପଣ ଏବଂ ପ୍ରାକୃତିକ ରଙ୍ଗ ପ୍ରଦାନକାରୀ ଜାଫରା, ସିନ୍ଦୁର, ସିଉନା ବୃକ୍ଷ ପ୍ରଭୃତିର ବ୍ୟାପକ ପ୍ରସାର ପାଇଁ ଗଦବା ଜନଜାତି ମଧ୍ୟରେ ଇଚ୍ଛାଶକ୍ତିର ପୁନଃପ୍ରତିଷ୍ଠା କରାଯିବା ଦିଗରେ ଅନେକ କାର୍ଯ୍ୟ କରାଯାଇଛି । ଯାହାର ଫଳସ୍ୱରୂପ ଦୀର୍ଘ ଦିନ ପରେ ଗଦବା ଜନଜାତିର ବୁଣାକାର ପାରମ୍ପରିକ ତନ୍ତକୁ ବ୍ୟବହାର କରି ଚାରୋଟି ନୂତନ ବସ୍ତ୍ର ବୁଣିପାରିଥିବା ଇନ୍ଟାକ ଓଡ଼ିଶା ରାଜ୍ୟ ଶାଖାର ବରିଷ୍ଠ କର୍ମକର୍ତ୍ତା ତଥା କୋରାପୁଟର ପୂର୍ବତନ ଜିଲ୍ଲାପାଳ ସଞ୍ଜୀବ ହୋତା କହିଛନ୍ତି ।

ପାରମ୍ପରିକ କେରେଙ୍ଗ ବସ୍ତ୍ରର ପୁନଃଜୀବିତ କରିବା ଲକ୍ଷ୍ୟରେ ଇନ୍ଟାକର ଓଡ଼ିଶା ଶାଖାର ବରିଷ୍ଠ କର୍ମକର୍ତ୍ତା, କୋରାପୁଟ ଜିଲ୍ଲା ପ୍ରଶାସନ ଅନ୍ତର୍ଗତ ଓରମାସ, ହସ୍ତତନ୍ତ ବିଭାଗ ଓ ଆଇଟିଡିଏର ବରିଷ୍ଠ ଅଧିକାରୀ ଲମତାପୁଟ ବ୍ଲକର କାଙ୍ଗରାପଡା, ଗୋଡ଼ିହଞ୍ଜର, ସୁଏଲପଡା ଓ ରାଇପଡାକୁ ଯାଇ ଗଦବା ଜନଜାତିର ମହିଳା ଓ ପୁରୁଷଙ୍କ ସହିତ ଆଲୋଚନା କରିଥିଲେ । ଗତ ଏକ ବର୍ଷ ଧରି ନିରନ୍ତର ଭାବେ କାର୍ଯ୍ୟ କରି ସେମାନେ ସଫଳତା ଆଣିପାରିଛନ୍ତି । ଏହି ଚାରୋଟି ବସ୍ତ୍ରର ନମୁନା ଦିଲ୍ଲୀ ସ୍ଥିତ ଇନ୍ଟାକ କାର୍ଯ୍ୟାଳୟକୁ ପଠାଯିବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ କିପରି ଏହାର ବ୍ୟାପକ ପ୍ରସାର ହୋଇପାରିବ ସେ ଦିଗରେ ସରକାରଙ୍କ ସହ ଆଲୋଚନା କରାଯିବ ।

ବିଶିଷ୍ଟ ସାଂସ୍କୃତି ଗବେଷକ ଅନୀଲ ଧୀର କହିଛନ୍ତି ଯେ, କୋରାପୁଟ ଜିଲ୍ଲାର ବିଶେଷକରି ପଟ୍ଟାଙ୍ଗି, ନନ୍ଦପୁର ଓ ଲମତାପୁଟ ବ୍ଲକରେ ରହୁଥିବା ଗଦବା ଜନଜାତିର ଲୋକେ ପୁରୁଷ ପୁରୁଷ ଧରି କେରେଙ୍ଗ ଗଛର ଛାଲିରୁ ପ୍ରସ୍ତୁତ ସୂତାରେ ବସ୍ତ୍ର ବୁଣି ତାକୁ ପିନ୍ଧି ଆସୁଥିଲେ । ମାତ୍ର ଗତ କିଛି ବର୍ଷ ହେବ ସେମାନଙ୍କ ପାଖରେ ପାରମ୍ପରିକ କେରେଙ୍ଗ ବସ୍ତ୍ର ଓ ଏହାକୁ ବୁଣିବା ପାଇଁ ବ୍ୟବହାର କରାଯାଉଥିବା ତନ୍ତର ବ୍ୟବହାର ଚିନ୍ତାଜନକ ଭାବେ କମି ଯାଇଛି । ଜଙ୍ଗଲରେ କେରେଙ୍ଗ ବୃକ୍ଷ ବନାଗ୍ନିରେ ନଷ୍ଟ ପ୍ରାୟ ହୋଇ ଯାଇଥିବା ବେଳେ ଅନେକ ତନ୍ତ ଭାଙ୍ଗିରୁଜି ଯାଇଥିଲା । ଗତବର୍ଷ ଇଣ୍ଟାକର ବିଶେଷଜ୍ଞମାନେ କୋରାପୁଟ ଜିଲ୍ଲାରେ ଆଦିବାସୀ ଜନଜାତିଙ୍କ କଳା ଓ ସଂସ୍କୃତି ସମ୍ପର୍କରେ ଅଧ୍ୟୟନ କରିବା ସମୟରେ କେରେଙ୍ଗ ବସ୍ତ୍ର ଲୁପ୍ତ ପ୍ରାୟ ହୋଇଯାଉଥିବା ଆଶଙ୍କା କରିଥିଲେ ।

ଏହି ଆଶଙ୍କାକୁ ବ୍ୟକ୍ତ କରିବା ପରେ ଦିଲ୍ଲୀ ସ୍ଥିତ ଇନ୍ଟାକ ମୁଖ୍ୟ କାର୍ଯ୍ୟାଳୟ ଏହି ପାରମ୍ପରିକ ବସ୍ତ୍ରର ପୁନରୁଦ୍ଧାର ପାଇଁ ଏକ ଯୋଜନାକୁ ଅନୁମୋଦନ କରିଥିଲେ । ଯୋଜନା ଅନ୍ତର୍ଗତ ଜଙ୍ଗଲରେ କେରେଙ୍ଗ ବୃକ୍ଷର ସୁରକ୍ଷା ତଥା ପୁନଃପ୍ରସାର ନିମନ୍ତେ ପ୍ରୟାସ କରାଯାଉଛି । ତନ୍ତର ମରାମତି ଓ କେରେଙ୍ଗ ସୂତାର ଉତ୍ପାଦନ ବୃଦ୍ଧି କରାଯାଇ ପାରିଛି । ବର୍ତ୍ତମାନ ଉତ୍ପାଦକୁ ବଜାର ଯୋଗାଇ ଦେବାପାଇଁ ବିଭିନ୍ନ ଅନୁଷ୍ଠାନ ସହ ସମ୍ପର୍କ ସ୍ଥାପନ କରାଯାଇ ପ୍ରୟାସ କରାଯିବ ବୋଲି ସଂସ୍କୃତି ଗବେଷକ ଜଣାଇଛନ୍ତି । ଏହି ଯୋଜନାର ସଫଳ ରୂପାୟନ କରି ଲୁପ୍ତ ପ୍ରାୟ କଳା ଓ ବସ୍ତ୍ରକୁ ପୁନର୍ଜୀବିତ କରିବା ପାଇଁ ଇନ୍ଟାକ, ରାଜ୍ୟ ସରକାର ଓ ଗଦବା ଜନଜାତିର ଲୋକଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖାଯାଇଛି ।

କେରଙ୍ଗ ଗଛର ତନ୍ତୁରୁ ସୂତା ବାହାର କରି ସ୍ବତନ୍ତ୍ର ତନ୍ତରେ ବୁଣା ଯାଉଥିବା କେରଙ୍ଗ ବସ୍ତ୍ର ଶତାଧିକ ବର୍ଷ ନଷ୍ଟ ନହୋଇ ପିଢ଼ି ପରେ ପିଢ଼ି ବ୍ୟବହୃତ ହୋଇଥାଏ । ତେଣୁ ଏହା କେବଳ ଏକ ବସ୍ତ୍ର ନୁହେଁ, ବରଂ ସଂସ୍କୃତିର ବାର୍ତ୍ତାବହ ମଧ୍ୟ । ଓଡ଼ିଶା ମାଟିରେ ଇନ୍ଟାକ ଦ୍ଵାରା ଏପରି ଯୋଜନା ପ୍ରଥମ ଥର ପାଇଁ କରାଯାଉଥିବା ଯୋଗୁଁ ଏହାର ସଫଳତା ପରେ ରାଜ୍ୟରେ ଅନ୍ୟାନ୍ୟ ଲୁପ୍ତ ପ୍ରାୟ କଳାକୁ ଜୀବନ ଦେବା ପାଇଁ ସମ୍ଭାବନା ଉଜ୍ଜ୍ବଳ ହେବ ବୋଲି ଅନୀଲ ଧୀର ଆଶା ବ୍ୟକ୍ତ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.