ETV Bharat / state

କୋରାପୁଟରେ ଜାତୀୟ ପ୍ରେସ୍ ଦିବସ ପାଳିତ - କୋରାପୁଟ ଖବର

କୋରାପୁଟ ପ୍ରେସ କ୍ଲବର ସଭାପତି ଭବାନୀ ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ପ୍ରେସ ଦିବସ ପାଳିତ ହୋଇଯାଇଛି । ଅଧିକ ପଢନ୍ତୁ

କୋରାପୁଟରେ ଜାତୀୟ ପ୍ରେସ୍ ଦିବସ ପାଳିତ
କୋରାପୁଟରେ ଜାତୀୟ ପ୍ରେସ୍ ଦିବସ ପାଳିତ
author img

By

Published : Nov 16, 2022, 10:16 PM IST

କୋରାପୁଟ: ସାମ୍ବାଦିକତା ଏକ ଚେତନା, ଏକ ଦୃଷ୍ଟିଭଙ୍ଗୀ ଏବଂ ଜୀବନର ଏକ ଧାରା । ନିରପେକ୍ଷ ସାମ୍ବାଦିକତା ପାଇଁ ସାମ୍ବାଦିକ ଓ ମିଡ଼ିଆ ପ୍ରତିଷ୍ଠାନ ଗୁଡ଼ିକ ବ୍ରତୀ ରହିବା ଆବଶ୍ୟକ ବୋଲି ଆଜି କୋରାପୁଟରେ ଆୟୋଜିତ ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଅବଦଲ ଅକ୍ତର ଆହ୍ଵାନ ଦେଇଛନ୍ତି ।

କୋରାପୁଟରେ ଜାତୀୟ ପ୍ରେସ୍ ଦିବସ ପାଳିତ

କୋରାପୁଟ ପ୍ରେସ କ୍ଲବର ସଭାପତି ଭବାନୀ ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ପ୍ରେସ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାପାଳ ଅବଦୁଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । କୋରାପୁଟ ଭଳି ଏକ ଆଦିବାସୀ ଅଞ୍ଚଳରେ ସାଧାରଣ ଜନତାଙ୍କ ସୁବିଧା ଅସୁବିଧାର କଥାକୁ ସାମ୍ବାଦିକମାନେ ସମର୍ପିତ ହୋଇ ପ୍ରସାର କରିଥିବା ଯୋଗୁଁ କୋରାପୁଟ ଜିଲ୍ଲାର ସାମ୍ବାଦିକଙ୍କୁ ଜିଲ୍ଲାପାଳ ଧନ୍ୟବାଦ ଜଣାଇବା ସହ ଏପରି ସେବା ଆଗକୁ ମଧ୍ୟ ଦେବା ପାଇଁ ସାମ୍ବାଦିକଙ୍କୁ ଅନୁରୋଧ କରିଛନ୍ତି । ଖବର ପ୍ରସାର କରିବା ପୂର୍ବରୁ ତାର ବାସ୍ତବତା ପ୍ରତି ଧ୍ୟାନ ଦେବା ଦରକାର ବୋଲି ଜିଲ୍ଲାପାଳ କହିଥିଲେ ।

ଏହି ସଭାରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ସୌରଭ ଗୁପ୍ତା ସାମ୍ବାଦିକତାର ସ୍ଵାଧୀନତା ଓ ସାମ୍ବାଦିକଙ୍କ ସୁରକ୍ଷା ସମ୍ପର୍କରେ ଗୁରୁତ୍ୱାରୋପ କରିବା ସହ ସାମ୍ବାଦିକଙ୍କ ନିରପେକ୍ଷତା ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଅବସରରେ ଚଳିତ ବର୍ଷ ମୃତ୍ୟୁ ବରଣ କରିଥିବା ସାମ୍ବାଦିକଙ୍କ ସ୍ମୃତିରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.