ETV Bharat / state

ବିସ୍ଥାପିତଙ୍କୁ ନାଲକୋର ଅଣଦେଖା, ପ୍ରତିବାଦରେ ରାସ୍ତାରୋକ - koraput news

ଦାମନଯୋଡି ଠାରେ ଥିବା ନାଲକୋ ପ୍ରକଳ୍ପ ପାଇଁ ନିକଟରେ ଥିବା କଲୋନୀ ବାସିନ୍ଦା ଓ ଆଖପାଖର 13ଟି ଗ୍ରାମର ଲୋକଙ୍କୁ ବିସ୍ଥାପିତ କରାଯାଇଥିଲା । ତେବେ ସେମାନଙ୍କ ମୌଳିକ ସମସ୍ୟା ପ୍ରତି ନାଲକୋ କର୍ତ୍ତୃପକ୍ଷ ଅଣଦେଖା କରୁଛନ୍ତି । ଅଧିକ ପଢନ୍ତୁ...

ବିସ୍ଥାପିତଙ୍କୁ ନାଲକୋର ଅଣଦେଖା, ପ୍ରତିବାଦରେ ରାସ୍ତାରୋକ୍

author img

By

Published : Mar 18, 2021, 5:22 PM IST

କୋରାପୁଟ: ନାଲକୋ ପ୍ରକଳ୍ପରେ ବିସ୍ଥାପିତଙ୍କୁ ଅଣଦେଖା । ଦାମନଯୋଡି ଠାରେ ଥିବା ନାଲକୋ ପ୍ରକଳ୍ପ ପାଇଁ ନିକଟରେ ଥିବା କଲୋନୀ ବାସିନ୍ଦା ଓ ଆଖପାଖର 13ଟି ଗ୍ରାମର ଲୋକଙ୍କୁ ବିସ୍ଥାପିତ କରାଯାଇଥିଲା । ତେବେ ସେମାନଙ୍କ ମୌଳିକ ସମସ୍ୟା ପ୍ରତି ନାଲକୋ କର୍ତ୍ତୃପକ୍ଷ ଅଣଦେଖା କରୁଛନ୍ତି । ଏହାର ପ୍ରତିବାଦରେ ନାଲକୋ ଖଣିକୁ ଯାଉଥିବା ରାସ୍ତା ଉପରେ ବୁଧବାରଠାରୁ ରାସ୍ତାରୋକ ଆନ୍ଦୋଳନ ଜାରି ରହିଛି ।

ବିସ୍ଥାପିତଙ୍କୁ ନାଲକୋର ଅଣଦେଖା, ପ୍ରତିବାଦରେ ରାସ୍ତାରୋକ୍

ଏହି ଗାଁ ଗୁଡିକରେ ମୌଳିକ ସୁବିଧା ପହଞ୍ଚାଇବା ସହ ଜମିହରା ତଥା ବିଧବାଙ୍କୁ ନାଲକୋ କମ୍ପାନୀରେ ଚାକିରୀ ଦେବା ପାଇଁ ଅଡି ବସିଛନ୍ତି ଅଭିଯୋଗକାରୀ । ତେବେ ଏ ପର୍ଯ୍ୟନ୍ତ ନାଲକୋ କର୍ତ୍ତୃପକ୍ଷ ଆଲୋଚନାକୁ ନ ଆସିବା ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଆନ୍ଦୋଳନକାରୀଙ୍କ ସମସ୍ତ ଦାବି ନାଲକୋ ଅଧିକାରୀଙ୍କ ନିଷ୍ପତ୍ତିର ପରିଧିରେ ଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ତରଫରୁ ଆନ୍ଦୋଳନକାରୀ ଓ ନାଲକୋ କର୍ତ୍ତୃପକ୍ଷଙ୍କ ସହ ଚର୍ଚ୍ଚା ଜାରି ରହିଛି ବୋଲି ଜିଲ୍ଲାପାଳ ଅବଦଲ ଅକ୍ତର ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.