ETV Bharat / state

Municipal Election: ଶେଷ ହେଲା ନିର୍ବାଚନ, EVMରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

କୋରାପୁଟ ଜିଲ୍ଲାର କୋରାପୁଟ, ଜୟପୁର ଓ ସୁନାବେଡା ପୌର ପରିଷଦ ଓ କୋଟପାଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଶାନ୍ତି ଶୃଙ୍ଖଳାର ସହ ଭୋଟ ଗ୍ରହଣ ସମ୍ପନ୍ନ ହୋଇଯାଇଛି । ସକାଳ 8 ଟା ରେ ଆରମ୍ଭ ହୋଇଥିବା ଏହି ନିର୍ବାଚନ ପ୍ରକ୍ରିୟା ସନ୍ଧ୍ୟା 5 ଟା ପର୍ଯ୍ୟନ୍ତ ଚାଲିଥିଲା । ଅଧିକ ପଢନ୍ତୁ

author img

By

Published : Mar 24, 2022, 10:22 PM IST

ଶେଷ ହେଲା ନିର୍ବାଚନ, EVM ରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

କୋରାପୁଟ: କୋରାପୁଟ ଜିଲ୍ଲାର କୋରାପୁଟ, ଜୟପୁର ଓ ସୁନାବେଡା ପୌର ପରିଷଦ ଓ କୋଟପାଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଶାନ୍ତି ଶୃଙ୍ଖଳାର ସହ ଭୋଟ ଗ୍ରହଣ ସମ୍ପନ୍ନ ହୋଇଯାଇଛି । ସକାଳ 8 ଟା ରେ ଆରମ୍ଭ ହୋଇଥିବା ଏହି ନିର୍ବାଚନ ପ୍ରକ୍ରିୟା ସନ୍ଧ୍ୟା 5 ଟା ପର୍ଯ୍ୟନ୍ତ ଚାଲିଥିଲା । ଜିଲ୍ଲାରେ ହାରାହାରି ଶତକଡା 67.08 ଭାଗ ମତଦାନ ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି।

ସକାଳୁ କିଛି ବୁଥରେ ଇଭିଏମ ମେସିନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିବା ବେଳେ ସେଗୁଡିକୁ ତୁରନ୍ତ ସଜାଡି ଦିଆଯାଇଥିଲା ଓ ଭୋଟର ମାନେ ନିଜ ମତଦାନ କରିଥିଲେ । ସହର ଓ ପୌରାଞ୍ଚଳର ଗ୍ରାମ ଗୁଡିକରେ ଭୋଟରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି । ମହିଳା ଓ ପୁରୁଷ ଭୋଟର ଲମ୍ବା ଧାଡି ବାନ୍ଧି ଅପେକ୍ଷା କରିଥିବା ବେଳେ ବୟସ୍କ ଓ ଦିବ୍ୟାଙ୍ଗ ମାନେ ମଧ୍ୟ ଉତ୍ସାହର ସହ ପୋଲିଂ ବୁଥରେ ପହଞ୍ଚିଥିବା ଦେଖାଯାଇଛି ।

ଆଜି କୋରାପୁଟ ପୌର ପରିଷଦ ପାଇଁ 21 ଟି ୱାର୍ଡର 32 ହଜାର 875 ଭୋଟର ନିଜ ମତଦାନ ଦେବାକୁ ଥିବା ବେଳେ ଏଠାରେ 69.16 % ମତଦାନ ହୋଇଛି । ସେହିପରି 28 ଟି ୱାର୍ଡ ଥିବା ଜୟପୁର ପୌରାଞ୍ଚଳର 61 ହଜାର 671 ଜଣ ଭୋଟରଙ୍କ ମଧ୍ୟରୁ 62.05% ବ୍ୟକ୍ତି ଭୋଟ ଦେଇଛନ୍ତି । ସୁନାବେଡା ପୌରାଞ୍ଚଳର 25ଟି ୱାର୍ଡର 36 ହଜାର 915 ଜଣ ଭୋଟରଙ୍କ ମଧ୍ୟରୁ 59.93% ବ୍ୟକ୍ତି ମତଦାନ କରିଥିବା ବେଳେ 13 ଟି ୱାର୍ଡ ଥିବା କୋଟପାଡ ବିଜ୍ଞାପିତ ଅଞ୍ଚଳ ପରିଷଦରେ 12 ହଜାର 591 ଜଣ ଭୋଟରଙ୍କ ମଧ୍ୟରୁ ଜିଲ୍ଲାର ସର୍ବାଧିକ 77.18% ମତଦାନ ହୋଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.