ETV Bharat / state

ମାଲକାନଗିରିରେ ମୁକୁନ୍ଦ-ମାଲା ଲଢେଇ, ଆଦିତ୍ୟ ତାତି - କୋରାପୁଟ

ଆସିଛି ନିର୍ବାଚନ । ବଢିଛି ନେତାଙ୍କ ଟେନସନ୍ । ଚାଲିଛି ଜୋରସୋରରେ ପ୍ରଚାର । ନକ୍ସଲ ଇଲାକାରେ ଆଦିବାସୀଙ୍କ ମନ କିଣିବାକୁ ପ୍ରୟାସ । ବିଜେଡି, କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର । ମାଲକାନଗିରିରେ ମୁକୁନ୍ଦ, ମାଲା ଓ ଆଦିତ୍ୟଙ୍କ ମଧ୍ୟରେ ଲଢେଇ ।

ଫଟୋ ସୌଜନ୍ୟ: ସମ୍ୱାଦଦାତା, ମାଲକାନଗିରି
author img

By

Published : Mar 29, 2019, 2:36 AM IST

ମାଲକାନଗିରି: ନକ୍ସଲ ଇଲାକାରେ ନିର୍ବାଚନୀ ତାତି । ଜନତା ଜନାର୍ଦ୍ଦନଙ୍କୁ ମନାଇବା ପାଇଁ ତୟାର ମାଲକାନଗିରି ନେତା । ତିନି ପ୍ରମୁଖ ଦଳ ମଧ୍ଯରେ କଡା ଟକ୍କର । ବିଜେଡିରୁ ପ୍ରାର୍ଥୀ ହୋଇଥିବା ମୁକୁନ୍ଦ ସୋଡି ଜୋରସୋରରେ ଆରମ୍ଭ କରିଛନ୍ତି ପ୍ରଚାର । 2009ରେ ବିଜେଡିରୁ ବିଧାୟକ ଥିଲେ ମୁକୁନ୍ଦ । 2014ରେ ଦଳ ତାଙ୍କୁ ଟିକେଟରୁ ବାଦ ଦେବା ପରେ ମାରିଥିଲେ ପଦ୍ମ ପୋଖରୀକୁ ଡିଆଁ । ହେଲେ କିଛିଦିନ ପୂର୍ବରୁ ପୁଣି ଥରେ ବିଜେଡିକୁ ଫେରିଛନ୍ତି ମୁକୁନ୍ଦ । ଟିକେଟ ମିଳିଛି, ପ୍ରଚାର ବି ଚାଲିଛି ।

ଭିଡିଓ ସୌଜନ୍ୟ: ସମ୍ୱାଦଦାତା, ମାଲକାନଗିରି

ସେପଟେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ମାଲା ମାଢି । 2014ରେ ମାତ୍ର 3 ହଜାର ଭୋଟରେ ବିଜେଡି ପ୍ରାର୍ଥୀ ମାନସ ମାଡକାମୀଙ୍କ ଠାରୁ ପରାଜିତ ହୋଇଥିଲେ ମାଲା । ହେଲେ ଏଥର ବଦଲା ନେବାକୁ ଅଣ୍ଟା ଭିଡିଛନ୍ତି । ଅନ୍ୟପଟେ ମୋଦି ଲହରରେ ନିର୍ବାଚନୀ ବୈଚରଣୀ ପାରି ହେବାକୁ ଉଦ୍ୟମ ଚଳାଇଛନ୍ତି ଲଗାତାର ଦୁଇଥର ପରାଜିତ ହୋଇଥିବା ବିଜେପି ପ୍ରାର୍ଥୀ ଆଦିତ୍ୟ ମାଢି ।

ରାଜ୍ୟର 146 ନମ୍ବର ନିର୍ବାଚନ ମଣ୍ଡଳୀ ମାଲକାନଗିରି । ପଛୁଆ ଏବଂ ନକ୍ସଲ ଇଲାକା ଭାବରେ ପରିଚିତ ଅଞ୍ଚଳ । ଏଠି ପାଖାପାଖି 60 ପ୍ରତିଶତ ଆଦିବାସୀ, 40 ପ୍ରତିଶତ ବଙ୍ଗାଳୀ । ହେଲେ ଆଦିବାସୀଙ୍କ ଭୋଟହାର କମ । ଏଠିକାର ଆଦିବାସୀଙ୍କର ରାଜନୀତି ପ୍ରତି ଥାଏ ବିତୃଷ୍ଣା ଭାବ । ଯିଏ ଜିତୁ ଯିଏ ହାରୁ, ତାଙ୍କର କିଛି ପରୱା ନାହିଁ । ଫଳରେ ବିଭିନ୍ନ ସମୟରେ ବଙ୍ଗାଳୀ ଭୋଟର ଏଠି ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେଇଥାନ୍ତି । ବିଗତ ଦିନରେ ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି ଏଠି ପ୍ରତିନିଧିତ୍ବ କରୁଥିଲେ । ହେଲେ ଏଥର ଆଦିବାସୀ ଭୋଟର ବି ସଜାଗ । ଭଲ ନେତା ବାଛିବାକୁ ତେୟାର ମାଲକାନଗିରି ଜନତା ।

ମାଲକାନଗିରିରୁ ଜୟନ୍ତ ତିଆଡୀ, ଇଟିଭି ଭାରତ

Intro:Body:

gg

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.