ETV Bharat / state

ଏଲପିଜି ଯୁଗରେ ଗୋବରଗ୍ୟାସ ମ୍ୟାନ

ଏଲପିଜି ଯୁଗରେ ବି ଗୋବରଗ୍ୟାସର ପ୍ରାସଙ୍ଗିକତା ବୁଝିଥିବା ମଣିଷ । 8ଟି ଗାଈଙ୍କ ଗୋବରରେ ଚାଲିଛି ଗୋବର ଗ୍ୟାସ ଚୁଲା । 5 ବର୍ଷ ହେଲା ଗୋବର ଗ୍ୟାସ ବ୍ୟବହାର କରିଆସୁଛନ୍ତି କୋରାପୁଟର ଭଗବାନ ପରଡା ।

author img

By

Published : May 8, 2019, 2:51 PM IST

Updated : May 8, 2019, 7:17 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ମନେ ପଡେ ଗୋଟିଏ ସମୟ । ଯେତେବେଳେ ଠିକ ଭାବରେ ଜଳୁନଥିବା କାଠକୁ ଫୁଙ୍କନଳୀରେ ଫୁଙ୍କି ଫୁଙ୍କି ବେହାଲ ହୋଇପଡୁଥିଲେ ମହିଳା । ଯେତେ ପାଠ ପଢିଲେ ବି ନଳା ଫୁଙ୍କିବା ସତେଯେମିତି ନିତ୍ୟାବଶ୍ୟକ କାମ ହୋଇଯାଇଥିଲା । ବୋଧେ ଏଭଳି କିଛି ଚିତ୍ରକୁ ଅତି ପାଖରୁ ଦେଖି ଲୋ ରେବ, ଲୋ ଚୁଲି, ଲୋ ନିଆ, ତୋ ପାଠ ଚୁଲିକି ଯାଉ ସଂଳ୍ପାପ ଲେଖିଥିଲେ ବ୍ୟାସକବି ଫକୀରମୋହନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଆଉ ପରବର୍ତ୍ତୀ ସମୟରେ ଆସିଥିଲା ଗୋବର ଗ୍ୟାସ । ବୁଝିଥିଲା ମହିଳାଙ୍କ ଦୁଃଖର କାହାଣୀ । ଆଉ ଏବେ ଏଲପିଜି ସିଲିଣ୍ଡର ଯୁଗରେ ମଧ୍ୟ ଏହାର ଉପକାରିତାକୁ ଭୁଲିପାରିନାହାଁନ୍ତି କୋରାପୁଟ ମଣ୍ଡାଗୁଡାର ଭଗବାନ ପରଜା ।

ଆଠମୁଣ୍ଡ ଗାଈ । ଆଉ ଏହାର ଗୋବରରେ ଦୀର୍ଘ 5ବର୍ଷ ହେଲା ଗୋବର ଗ୍ୟାସ ବ୍ୟବହାର କରିଆସୁଛନ୍ତି ଭଗବାନ । ଗାଈଠୁ କ୍ଷୀର ମୁଳୁଛି । ଆଉ ଗୋବର ଗ୍ୟାସ ଚୁଲାରେ ରୋଷେଇବାସ ବି ହୋଇଯାଉଛି । ନା ଏଲପିଜି ଗ୍ୟାସ ପାଇଁ ଟଙ୍କା ଗଣିବାର ଅଛି ନା ବିଲରେ ପକାଯାଉଥିବା ଗୋବରରେ ବିଭିନ୍ନ ପ୍ରକାରର ଘାସ ମଞ୍ଜି ରହି ଯାଉଥିବା ଚିନ୍ତା ରହିଛି ।

ଗୋବରକୁ ସିଧାସଳଖ ଖତ କରି ଜମିରେ ପକାଇଲେ ଅନାବନା ଗଛ ଉଠିବାର ସମ୍ଭାବନା ବେଶ ଅଧିକ । କାହିଁକିନା ଗାଈ ଯେଉଁ ଘାସ ଖାଇଥାଏ, ସେ ଘାସର ମଞ୍ଜି ଗୋବର ସହିତ ବାହାରିଯାଇ ସିଧାସଳଖ ବିଲରେ ପଡିଥାଏ । କିନ୍ତୁ ଗୋବରଗ୍ୟାସ ବ୍ୟବହୃତ ହେଲା ପରେ ଗୋବରରେ ଥିବା ଅନାବନା ଗଛର ମଞ୍ଜିସବୁ ନଷ୍ଟ ହୋଇଯାଏ । ଯାହାଫଳରେ ଏଠାରୁ ବାହାରୁଥିବା ଖତ ଜମିରେ ପକାଇଲେ ଅନାବନା ଗଛ ଉଠିନଥାଏ । କାଠ ଚୁଲାରେ ରାନ୍ଧି ଅତିଷ୍ଠ ହେଉଥିବା କିଛି ଗ୍ରାମବାସୀ ଏବେ ଭଗବାନର ସଫଳ ପ୍ରୟୋଗ ଦେଖି ନିଜ ଘରେ ଗୋବର ଗ୍ୟାସ ପ୍ରକଳ୍ପ ଆରମ୍ଭ କରିବା ପାଇଁ ଯୋଜନା କଲେଣି । ଏଲପିଜି ଯୁଗରେ ଏହି ଗୋବର ଗ୍ୟାସ ମଣିଷ ଅନ୍ୟମାନଙ୍କ ପାଇଁ ଉଦାହରଣ ।

କୋରାପୁଟରୁ ସି.ଏଚ. ଶାନ୍ତାକାର, ଇଟିଭି ଭାରତ

Intro:Body:

ddh

Conclusion:
Last Updated : May 8, 2019, 7:17 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.