ETV Bharat / state

ଛୁଇଁପାରିନି ବାର୍ଦ୍ଧକ୍ୟ, 90ବୟସରେ ବି ଚାଷ କାମରେ ଧୁରନ୍ଦର; ‘କାମ କଲେ ହାଲିଆ ଲାଗେନି କି ରୋଗ ମାଡ଼େ ନାହିଁ’

ଏ ହେଉଛନ୍ତି କୋରାପୁଟ ଜିଲ୍ଲା ମାଛରା ଗ୍ରାମର ନିବାସୀ ପଦ୍ମା କିରସାନି ଓ ମଇନା ମୁଦୁଲି । ପଦ୍ମାଙ୍କୁ ୯୦ ଛୁଇଁଲାଣି । ଆଉ ମଇନାଙ୍କୁ ୮୦ । ବୟସର ଅପରାହ୍ନରେ ବି ମରିନି କାମ କରିବାର ନିଶା । ଆଜି ବି ଚାଷ କାମରେ ସକ୍ଷମ ଆଉ ପାରଙ୍ଗମ । ଅଧିକ ପଢ଼ନ୍ତୁ

ପରିଣତ ବୟସରେ ବି ଚାଷ କାମରେ ଧୁରନ୍ଦର
ପରିଣତ ବୟସରେ ବି ଚାଷ କାମରେ ଧୁରନ୍ଦର
author img

By

Published : Aug 21, 2023, 9:13 PM IST

ପରିଣତ ବୟସରେ ବି ଚାଷ କାମରେ ଧୁରନ୍ଦର

କୋରାପୁଟ: ଇଚ୍ଛାଶକ୍ତି ଆଗରେ ହାର ମାନିଛି ବାର୍ଦ୍ଧକ୍ୟ । ବୟସ ଗଲାଣି ହେଲେ କାମ କରିବାର ନିଶା ଏବେବେ ସତେଜ ହୋଇ ରହିଛି । ପରିଣତ ବୟସରେ ସକ୍ଷମ ଆଉ ପାରଙ୍ଗମ । ଖଟିଖିଆ ଲୋକଙ୍କୁ କେବେ ବସିବାକୁ ଭଲ ଲାଗେନି । ଏକଥାକୁ ପ୍ରମାଣିତ କରି ଦେଖାଇଛନ୍ତି ପଦ୍ମା କିରସାନି ଓ ମଇନା ମୁଦୁଲି । ଚାଷ କାମ କରିବାକୁ ଏବେ ବି ଦୁହେଁ ଫିଟ୍ । ଏ ବୟସରେ ଆଳସ୍ୟକୁ ଭୁଲାଇ ଅତି ଚଞ୍ଚଳତାର ସହ ଦୁହେଁ କଠିନ ପରିଶ୍ରମ କରି ଚାଲୁଛନ୍ତି ।

କୋରାପୁଟ ଜିଲ୍ଲା ମାଛରା ଗ୍ରାମର ନିବାସୀ ପଦ୍ମା କିରସାନି ଓ ମଇନା ମୁଦୁଲି । ପଦ୍ମାଙ୍କୁ ୯୦ ଛୁଇଁଲାଣି । ଆଉ ମଇନାଙ୍କୁ ୮୦ । ବୟସର ଅପରାହ୍ନରେ ପରିବାର ଉପରେ ବୋଝ ନହୋଇ ଚାଷ କାମ ସହ ନିଜ କାମ କରୁଛନ୍ତି । ଯାହା ଆପଣ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ । ସକାଳୁ ଉଠି ନିଜ ନିତ୍ୟକର୍ମ ସାରି ଦୁହେଁ କ୍ଷେତକୁ ଚାଲିଯାନ୍ତି । ଧାନ ରୁଆ ଠାରୁ ଆରମ୍ଭ କରି ଘାସ ସଫା ଭଳି ସବୁ କାମ କରୁଛନ୍ତି । କାରଣ କାମରୁ ଦୁହିଁଙ୍କୁ ଆତ୍ମ ସନ୍ତୋଷ ମିଳିଥାଏ । ଦିନେ କାମ ନକଲେ ଶରୀର ଅସୁସ୍ଥ ଅନୁଭବ ହୁଏ ବୋଲି ପଦ୍ମା କହିଛନ୍ତି । ପିଲାମାନେ ସବୁ ସୁବିଧା ଯୋଗାଇ ଦେଇଥିଲେ ମଧ୍ୟ ସେମାନେ କାମ କରନ୍ତି । ପ୍ରତିତିନ କାମ କଲେ ହାଲିଆ ଲାଗେ ନାହିଁ କି କୌଣସି ରୋଗ ମାଡ଼େ ନାହିଁ ।

ଏନେଇ ମଇନା କହିଛନ୍ତି, "ଆଦିବାସୀ ମହିଳା କାର୍ଯ୍ୟକୁ ଏତେ ଗଭୀର ଭାବରେ ଗୁରୁତ୍ୱ ଦିଅନ୍ତି ଯେ, ସେମାନେ ଜୀବନସାରା ଏହା ଜାରି ରଖନ୍ତି । ପରିଶ୍ରମ ପ୍ରତି ସେମାନଙ୍କର ଉତ୍ସର୍ଗତା ଏକ ଅନନ୍ୟ ସାଂସ୍କୃତିକ ଦୃଷ୍ଟିକୋଣକୁ ପ୍ରତିଫଳିତ କରେ । ଆଦିବାସୀ ମହିଳାମାନେ କାର୍ଯ୍ୟର ଧାରଣାକୁ ପୂଜାପାଠ ଭାବରେ ଗ୍ରହଣ କରିଆସୁଛନ୍ତି । ଆଦିବାସୀଙ୍କ ଜୀବନ ତାଙ୍କ ଚାରିପାଖେ ଥିବା ପ୍ରକୃତି ଏବଂ ସେମାନଙ୍କ ସମ୍ପ୍ରଦାୟ ସହିତ ଜଡିତ ।"

ଏହା ମଧ୍ୟ ପଢ଼ନ୍ତୁ: ଏମିତି ଜଣେ ମା’... ବୟସର ଅପରାହ୍ନରେ ବି ପୁଅଙ୍କ ସେବାରେ ଲାଗିଛନ୍ତି, କୁଲି କାମ କରି ପେଟ ପୋଷୁଛନ୍ତି

ଆଦିବାସୀ ମହିଳାମାନଙ୍କ ପାଇଁ କାର୍ଯ୍ୟ କେବଳ ବଞ୍ଚିବାର ମାଧ୍ୟମ ନୁହେଁ , ଏହା ସେମାନଙ୍କର ଐତିହ୍ୟକୁ ସମ୍ମାନ ଦେବା, ପ୍ରକୃତି ପ୍ରତି କୃତଜ୍ଞତା ଜଣାଇବା ଏବଂ ସେମାନଙ୍କ ପରିବାର ଏବଂ ସମାଜର କଲ୍ୟାଣରେ ଯୋଗଦାନ କରିବାର ଏକ ମାଧ୍ୟମ ବୋଲି କହିଛନ୍ତି । ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ସେମାନଙ୍କର ପ୍ରତିବଦ୍ଧତା ହେଉଛି ସ୍ଥିରତା ଏବଂ କର୍ତ୍ତବ୍ୟର ଭାବନା । ତେଣୁ ଆଜି ବି ଦୁହେଁ କାମ କରିବାକୁ ବେଶ ପସନ୍ଦ କରନ୍ତି । କଥାରେ ଅଛି ଚାଷ କାମ ଯାହାର, କି ଆନନ୍ଦ ତାହାର । ଏହି ଉକ୍ତିକୁ ମର୍ମେ ମର୍ମେ ଅନୁଭବ କରି ଏ ବୟସରେ ବି ଆଳସ୍ୟରୁ ଦୂରେଇ ରହି ଦୁହେଁ ହାଡ଼ଭଙ୍ଗା ପରିଶ୍ରମ କରୁଛନ୍ତି । ଆଜି ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅବସରରେ ପଦ୍ମା, ମଇନା ତଥା ତାଙ୍କ ଭଳି ବୟସର ସୀମାରୁ ଊର୍ଦ୍ଧ୍ବକୁ ଯାଇ ସମାଜକୁ ପ୍ରେରଣା ଯୋଗାଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.