ETV Bharat / state

କୋରାପୁଟରେ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବା ପାଇଁ ମାଓ ନେତାଙ୍କ ଆହ୍ବାନ - କୋରାପୁଟରେ ମାଓବାଦୀଙ୍କ ଚିଠି

ଆଗାମୀ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବା ପାଇଁ ମାଓ ନେତାଙ୍କ ଚିଠି । ଏନେଇ ମାଓନେତା ଗଣେଶ ଚିଠି ଜାରି କରିଛନ୍ତି । ଅଧିକ ପଢନ୍ତୁ

କୋରାପୁଟରେ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବା ପାଇଁ ମାଓ ନେତାଙ୍କ ଆହ୍ବାନ

author img

By

Published : Jan 29, 2022, 9:25 PM IST

କୋରାପୁଟ: ପଞ୍ଚାୟତ ନିର୍ବାଚନ ବର୍ଜନ ପାଇଁ ମାଓବାଦୀଙ୍କ ଆହ୍ବାନ । ଆସନ୍ତା ଫେବୃଆରୀ 16 ତାରିଖରୁ 24 ତାରିଖ ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲାରେ ଅନୁଷ୍ଠିତ ହେଉଥିବା ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବା ପାଇଁ ମାଓ ନେତା ଗଣେଶ ଆହ୍ୱାନ ଦେଇଛନ୍ତି ।

ମାଓ ସଂଗଠନର ଆନ୍ଧ୍ର ଓଡିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟିର ସମ୍ପାଦକ ଭାବେ ସେ ଜାରି କରିଥିବା ଦୁଇ ଫର୍ଦର ପତ୍ରରେ ଓଡିଶା ସରକାର କର୍ପୋରେଟ ସଂସ୍ଥା ଗୁଡିକ ସହ ହାତ ମିଶାଇ କୋରାପୁଟ ଜିଲ୍ଲାର ପ୍ରାକୃତିକ ସମ୍ପଦକୁ ଲୁଟ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ସରକାର ଆୟୋଜନ କରିଥିବା ଏହି ପଞ୍ଚାୟତ ନିର୍ବାଚନ ଦ୍ୱାରା ସ୍ବାଧୀନତା ପରଠାରୁ ଏହି ଅଞ୍ଚଳରେ ସାଧାରଣ ମଣିଷର କୌଣସି ବିକାଶ ଘଟିନାହିଁ ଓ ଆଗକୁ ମଧ୍ଯ ଘଟିବାର ସମ୍ଭାବନା ନଥିବା ସେ ମତବ୍ୟକ୍ତ କରିଛନ୍ତି ।

ଏହି ଜିଲ୍ଲାର ଭୋଟର ପଞ୍ଚାୟତ ନିର୍ବାଚନକୁ ବର୍ଜନ କରି ଏହି ଅଞ୍ଚଳରେ ସରକାର ଓ କର୍ପୋରେଟଙ୍କ ମିଳିତ ଉଦ୍ୟମରେ ହେଉଥିବା ଖଣିଜ ସମ୍ପଦର ଲୁଟ ବିରୁଦ୍ଧରେ ଏକ ଶକ୍ତ ପ୍ରତିକ୍ରିୟା ହେବ ଵୋଲି ସେ ଆହ୍ୱାନ ଦେଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.