ETV Bharat / state

ଜୋରଦାର ହେବ ମାଓ ଦମନ: ଡିଜିପି ଅଭୟ

author img

By

Published : Apr 4, 2021, 3:53 PM IST

Updated : Apr 4, 2021, 4:20 PM IST

ଆଗାମୀ ଦିନରେ ମାଓ ଦମନ ଅପରେସନକୁ ବ୍ୟାପକ କରାଯିବ ବୋଲି କୋରାପୁଟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ପୋଲିସ ଡିଜି କହିଛନ୍ତି । ଅଧିକ ପଢନ୍ତୁ...

ଜୋରଦାର ହେବ ମାଓ ଦମନ: ଡିଜିପି ଅଭୟ
ଜୋରଦାର ହେବ ମାଓ ଦମନ: ଡିଜିପି ଅଭୟ

କୋରାପୁଟ: ସୁନାବେଡାରେ ପୋଲିସ ଡିଜି ଅଭୟ । ପୋଲିସ ଅଧିକାରୀଙ୍କ ସମ୍ମିଳନୀରେ ଡିଜି ଅଭୟ ଯୋଗ ଦେଇ ଛତିଶଗଡ ସୁକମାରେ ଘଟିଥିବା ନକ୍ସଲ ହମଲାର ତୀବ୍ର ନିନ୍ଦା କରିବା ସହ ମାଓ ଦମନକୁ ବ୍ୟାପକ କରାଯିବ ବୋଲି କହିଛନ୍ତି ।

ଜୋରଦାର ହେବ ମାଓ ଦମନ: ଡିଜିପି ଅଭୟ

ଆଜି(ରବିବାର) ପୋଲିସ ଡିଜି ଅଭୟ କୋରାପୁଟ ଜିଲ୍ଲା ସୁନାବେଡା ଠାରେ ପୋଲିସ ଅଧିକାରଙ୍କୁ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି ସମୟରେ ଗତକାଲି(ଶନିବାର) ସନ୍ଧ୍ୟାରେ ଛତିଶଗଡରେ ନକ୍ସଲି ହମଲାରେ 22 ଯବାନ ସହିଦ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ସେହିପରି ନକ୍ସଲଙ୍କ ଏପରି ବର୍ବରକାଣ୍ଡକୁ ମଧ୍ୟ ତୀବ୍ର ନିନ୍ଦା କରିଛନ୍ତି ଡିଜି ।

ଆଗାମୀ ଦିନରେ ମାଓ ଦମନ ଅପରେସନକୁ ବ୍ୟାପକ କରାଯିବ ବୋଲି ଡିଜି କହିଛନ୍ତି । ଛତିଶଗଡ ପୋଲିସ ଓ ସିଆରପିଏଫ ଯବାନଙ୍କ ମିଳିତ ଉଦ୍ୟମରେ ଓଡିଶା ସୀମାନ୍ତରୁ ମାଓ ଦମନ ନେଇ ଓଡିଶା ପୋଲିସ ପ୍ରତିଶ୍ରୁତି ବଦ୍ଧ ବୋଲି ସେ କହିଛନ୍ତି । ଏହି ଅବସରରେ ଗୁଇନ୍ଦା ନିର୍ଦ୍ଦେଶକଙ୍କ ସମେତ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Apr 4, 2021, 4:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.