ETV Bharat / state

7ବର୍ଷ କୋରାପୁଟରେ ବନ୍ଦ ଆତ୍ମନିର୍ଭରଶୀଳ ପ୍ରକଳ୍ପ - ପ୍ରଶାସନିକ ଅବହେଳାରୁ ପ୍ରକଳ୍ପ ବନ୍ଦ

ଆଦିବାସୀଙ୍କୁ ଆତ୍ମନିର୍ଭରଶୀଳ କରାଇବାକୁ ୨୦୧୨ ମସିହାରେ କୋରାପୁଟ ସହରର ବିଭିନ୍ନ ସ୍ଥାନରେ ଏହି ସବୁ ପ୍ରକଳ୍ପର ଶୁଭାରମ୍ଭ କରାଯାଇଥିଲା । କିନ୍ତୁ 7 ବର୍ଷ ହେବ ବନ୍ଦ ପଡିଛି ଅନେକ ପ୍ରକଳ୍ପ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Oct 4, 2019, 8:51 PM IST

କୋରାପୁଟ: ପ୍ରଶାସନିକ ଅବହେଳାର ମୂକସାକ୍ଷୀ ଭାବେ କୋରାପୁଟ ସହରରେ ବନ୍ଦ ପଡିଛି 7ବର୍ଷ ହେବ ଅନେକ ପ୍ରକଳ୍ପ । ପ୍ରକଳ୍ପମାନଙ୍କ ମଧ୍ୟରେ ଅଳସୀ ତେଲ ଘଣା, ଇଟା ତିଆରି ମେସିନ ସମେତ ଧୂପକାଠି ଓ ସାନିଟାରୀ ନାପକିନ ତିଆରି ମେସିନ । ଆଦିବାସୀଙ୍କୁ ଆତ୍ମନିର୍ଭରଶୀଳ କରାଇବାକୁ ୨୦୧୨ ମସିହାରେ କୋରାପୁଟ ସହରର ବିଭିନ୍ନ ସ୍ଥାନରେ ଏହି ସବୁ ପ୍ରକଳ୍ପର ଶୁଭାରମ୍ଭ କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଅଞ୍ଚଳର ଆଦିବାସୀଙ୍କ ଆପଣାର ଫସଲ ଅଳସୀରୁ ତେଲ ବାହାରକରି ବିକ୍ରିକଲେ ସେମାନେ ନିକ ଉତ୍ପାଦର ଉଚିତ ମୂଲ୍ୟ ପାଇପାରିବେ । ଫ୍ଲାଇଆସ ଇଟା ସମେତ ଅଗରବତୀ ଓ ସାନିଟାରୀ ନାପକିନ ତିଆରି କରି ସ୍ବୟଂ ସହାୟକ ମହିଳା ଗୋଷ୍ଠୀ ଆତ୍ମନିର୍ଭରଶୀଳ ହେବେ । ଏନେଇ ୨୦୧୨ ମସିହାରେ କୋରାପୁଟ ସହରର ବିଭିନ୍ନ ସ୍ଥାନରେ ଏହି ସବୁ ପ୍ରକଳ୍ପର ଶୁଭାରମ୍ଭ କରାଯାଇଥିଲା । ପ୍ରଶାସନିକ ଅବହେଳାର ଶୀକାର ହୋଇ ପ୍ରସ୍ଫୁଟିତ ହେବା ପୂର୍ବରୁ ହିଁ ମୃତପ୍ରାୟ ପଡିରହିଲା ପ୍ରକଳ୍ପ ।

ସୂଚନାଥାଉକି, ନୂଆ ନୂଆ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ସମୟରେ ଅଳସୀ ତେଲ ଘଣାରୁ ତେଲ ବାହାରିଥିଲା, ଇଟା ଛାଞ୍ଚରୁ ସୁନ୍ଦର ଇଟା ବାହାରି ବଜାରକୁ ଗଲା, ସ୍ବାବଲମ୍ବୀ ହେବାର ପ୍ରୟାସରେ ମହିଳାମାନେ ଧୂପକାଠି ଓ ସାନିଟାରୀ ନାପକିନ ତିଆରି କରୁଥିବା ଦେଖି ଜିଲ୍ଲାବାସୀ ଓ ପ୍ରଶାସନିକ ଅଧିକାରୀ ଆନନ୍ଦିତ ହୋଇ ଉଠିଥିଲେ। କିନ୍ତୁ କିଛିଦିନ ମଧ୍ୟରେ ସେତେବେଳର ଜିଲ୍ଲାପାଳଙ୍କ ବଦଳି ହୋଇଯିବା ପରେ ଅଚାନକ ଭାବେ ପ୍ରଶାସନିକ ସ୍ତରରେ ଏହି ପ୍ରକଳ୍ପ ଗୁଡିକ ପ୍ରତି ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଘଟିବାରେ ଲାଗିଲା। ଦେଖୁ ଦେଖୁ ତେଲ ଘଣା ଓ ଇଟା ତିଆରି କଳ ବନ୍ଦ ପଡିଲା । ସେହିପରି ଧୂପକାଠି, ନାପକିନ ତିଆରି ଘରେ ତାଲା ପଡିଲା ।

ବର୍ତ୍ତମାନ ଜିଲ୍ଲାପାଳ ମଧୁସୂଦନ ମିଶ୍ର ପୁଣିଥରେ ଏହି ପ୍ରକଳ୍ପ ଗୁଡିକର ଅନୁଧ୍ୟାନ କରି ସମ୍ଭବ ହେଲେ ପୁନଃରୁଦ୍ଧାର କରିବାର ପ୍ରତିଶ୍ରୁତି ଦେବା ପରେ ନୂତନ ଆଶା ସଞ୍ଚାରିତ ହୋଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:ପ୍ରଶାସନିକ ଅବହେଳାର ମୂକସାକ୍ଷୀ ଭାବେ କୋରାପୁଟ ସହରରେ ସାତବର୍ଷ ହେବ ବନ୍ଦ ପଡିଛି ଅଳସୀ ତେଲ ଘଣା , ଇଟା ତିଆରି ମେସିନ ସମେତ ଧୂପକାଠି ଓ ସେନିଟାରୀ ନେପକୀନ ତିଆରି ପ୍ରକଳ୍ପ । Body:କୋରାପୁଟ ଅଂଚଳର ଆଦିବାସୀଙ୍କ ଆପଣାର ଫସଲ ଅଳସୀ ରୁ ତେଲ ବାହାରକରି ବିକ୍ରିକଲେ ସେମାନେ ନିକ ଉତ୍ପାଦର ଉଚିତ ମୂଲ୍ୟ ପାଇପାରିବେ , ଫ୍ଲାଇଆସ ଇଟା ସମେତ ଅଗରବତୀ ଓ ସେନିଟାରୀ ନ୍ୟାପକୀନ ତିଆରୀ କରି ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ଆତ୍ମନିର୍ଭରଶୀଳ ହେବେ । ଏହି ସ୍ୱପ୍ନର ସହ ୨୦୧୨ ମସିହାରେ କୋରାପୁଟ ସହରର ବିଭିନ୍ନ ସ୍ଥାନରେ ଏହି ସବୁ ପ୍ରକଳ୍ପ ର ଶୁଭାରମ୍ଭ କରାଯାଇଥିଲା ବେଳେ ପ୍ରଶାସନିକ ଅବହେଳାର ଶିକାର ହୋଇ ପ୍ରସ୍ଫୁଟିତ ହେବା ପୂର୍ବରୁ ହିଁ ମୃତପ୍ରାୟ ପଡ଼ିରହିଲା। ସାତ ବର୍ଷ ପୂର୍ବେ ଅଳଶୀ ତେଲ ଘଣାରୁ ତେଲ ବାହାରିଥିଲା , ଇଟା ଛାଞ୍ଚରୁ ସୁନ୍ଦର ଇଟା ବାହାରି ବଜାରକୁ ଗଲା , ସ୍ୱାବଲମ୍ବୀ ହେବାର ପ୍ରୟାସରେ ମହିଳା ମାନେ ଧୂପକାଠି ଓ ସେନିଟାରୀ ନେପକୀନ ତିଆରି କରୁଥିବା ଦେଖି ଜିଲ୍ଲାବାସୀ ଓ ପ୍ରଶାସନିକ ଅଧିକାରୀ ଆନନ୍ଦିତ ହୋଇଉଠିଥିଲେ । କିନ୍ତୁ କିଛି ଦିନ ମଧ୍ୟରେ ସେତେବେଳର ଜିଲ୍ଲାପାଳଙ୍କ ବଦଳି ହୋଇଯିବା ପରେ ଅଚାନକ ଭାବେ ପ୍ରଶାସନିକ ସ୍ତରରେ ଏହି ପ୍ରକଳ୍ପ ଗୁଡିକ ପ୍ରତି ଦୃଷ୍ଟିଭଙ୍ଗୀ ରେ ପରିବର୍ତନ ଘଟିବାରେ ଲାଗିଲା । ସବୁକିଛି ସତେ ଯେମିତି ଅନାବଶ୍ୟକ ହୋଇପଡିଲା । ତେଲ ଘଣା ଓ ଇଟା ତିଆରି କଳ ବନ୍ଦ ପଡିଲା । ଧୂପକାଠି ଓ ନେପକୀନ ତିଆରି ଘରେ ତାଲା ପଡିଲା । ବେସରକାରୀ ସ୍ତରରେ ଅଳସୀ ତେଲ , ଇଟା , ଧୂପକାଠି ଓ ନେପକୀନର ଚାହିଦା ଓ ବଜାର ପାଇବାରେ କୌଣସି ସମସ୍ୟା ନଥିବା ବେଳେ ମିଶନ ଶକ୍ତି ର ପ୍ରୋତ୍ସାହନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ନିୟନ୍ତ୍ରିତ ଏ ସବୁ ପ୍ରକଳ୍ପରୁ ବାହାରୁଥିବା ଉତ୍ପାଦ ପାଇଁ ବଜାର ନଥିବା ସମସ୍ତଙ୍କୁ ଆଶ୍ଚଯ୍ୟ ଚକିତ କରିଥିଲା ।Conclusion:ତେବେ ଦୀର୍ଘ ସାତବର୍ଷ ପରେ ବର୍ତମାନ ଜିଲ୍ଲାପାଳ ମଧୁସୂଦନ ମିଶ୍ର ପୁଣିଥରେ ଏହି ପ୍ରକଳ୍ପ ଗୁଡିକର ଅନୁଧ୍ୟାନ କରି ସମ୍ଭବ ହେଲେ ପୁନରୁଦ୍ଧାର କରିବାର ପ୍ରତିଶ୍ରୁତି ଦେବା ପରେ ନୂତନ ଆଶା ସଂଚରିତ ହୋଇଛି ।
........
Byte : ପ୍ରଦୀପ ମହାନ୍ତି , ସମ୍ପାଦକ ,ସର୍ବୋଦୟ ସମିତି
Byte : ମିଶନ ଶକ୍ତି ସଂଯୋଜିକା

Byte : ମଧୁସୂଦନ ମିଶ୍ର , ଜିଲ୍ଲାପାଳ

P2C : ଶାନ୍ତାକାର
.........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.