ETV Bharat / state

ମମିତା ମେହେର ହତ୍ୟାକାଣ୍ଡ: କୋରାପୁଟ ଏସପି ଅଫିସ ଘେରିଲା ମହିଳା କଂଗ୍ରେସ

author img

By

Published : Oct 21, 2021, 10:09 PM IST

କୋରାପୁଟ ଜିଲ୍ଲା ମହିଳା କଂଗ୍ରେସର ଏସପି ଅଫିସ ଘେରାଉ । କଳାହାଣ୍ଡି ମହାଲିଙ୍ଗ ଶିକ୍ଷୟିତ୍ରୀ ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ପ୍ରତିବାଦ କଲା ଦଳ । ଅଧିକ ପଢନ୍ତୁ...

ମମିତା ମେହେର ହତ୍ୟାକଣ୍ଡ: କୋରାପୁଟ ଏସପି ଅଫିସ ଘେରିଲା ମହିଳା କଂଗ୍ରେସ

କୋରାପୁଟ: କଳାହାଣ୍ତି ଜିଲ୍ଲା ମହାଲିଙ୍ଗ ଘରୋଇ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାରେ ଏସପି ଅଫିସ ସମ୍ମୁଖରେ ପ୍ରତିବାଦ କଲା ଜିଲ୍ଲା ମହିଳା କଂଗ୍ରେସ । ସ୍କୁଲର ମାଲିକ ତଥା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ମନ୍ତ୍ରୀ ପଦରୁ ବହିଷ୍କାର ଦାବି କରି ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛି ମହିଳା କଂଗ୍ରେସ ।

ଘଟଣାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ରହିଛି । ତେଣୁ ଏହାର ତଦନ୍ତ ରାଜ୍ୟ ପୋଲିସ କରିପାରିବ ନାହିଁ । ମନ୍ତ୍ରୀଙ୍କ ବହିଷ୍କାର ସହ ଘଟଣାର ତଦନ୍ତ CBIକୁ ହସ୍ତାନ୍ତର କରିବାର ଆବଶ୍ୟକତା ରହିଛି ବୋଲି ଦାବି କରିଛି ଦଳ । ଆଜି ଏନେଇ ଶତାଧିକ ମହିଳା କଂଗ୍ରେସ କମିଟି ସଦସ୍ୟା ଏସପିଙ୍କ ଅଫିସ ସମୁଖରେ ପ୍ରତିବାଦ କରିବା ସହ ରାଜ୍ୟ ସରକାର ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ନାରାବାଜି କରିଥିବା ଦେଖିବାକୁ ମିଳିଥିଲା ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.