ETV Bharat / state

ସେରୁବନ୍ଧ ପର୍ବତରେ ବକ୍ସାଇଟ ଖଣି ଖନନକୁ ଅଞ୍ଚଳବାସୀଙ୍କ ବିରୋଧ

author img

By

Published : Aug 18, 2021, 10:44 PM IST

ସ୍ଥାନୀୟ ପ୍ରଶାସନ ପକ୍ଷରୁ ନାଲକୋ ବକ୍ସାଇଟ ଖଣି ଖନନ ସହ ବ୍ୟକ୍ତିଗତ ଅଧିକାର, କ୍ଷୁଦ୍ର ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ, ଗୋଷ୍ଠୀଗତ ଅଧିକାରର ସଫଳ ଆଲୋଚନା ପ୍ରଶାସନ ପକ୍ଷରୁ ଡକାଯାଇଥିବାବେଳେ ଗ୍ରାମବାସୀ ଏହାର ଦୃଢ ବିରୋଧ କରିଛନ୍ତି । ଅଧିକ ପଢନ୍ତୁ...

ସେରୁବନ୍ଧ ପର୍ବତରେ ବକ୍ସାଇଟ ଖଣି ଖନନକୁ ଅଞ୍ଛଳବାସୀଙ୍କ ବିରୋଧ

କୋରାପୁଟ: ପଟ୍ଟାଙ୍ଗି ବ୍ଲକରେ ଥିବା ସେରୁବନ୍ଧ ପର୍ବତରୁ ନାଲକୋର ବକ୍ସାଇଟ ଖଣି ଖନନ ନିମନ୍ତେ ଚାଲିଥିବା ପ୍ରୟାସରେ ଲାଗିଛି ଶକ୍ତ ଧକ୍କା । ଆଜି(ବୁଧବାର) ଏହି ପ୍ରକ୍ରିୟାରେ ଜିଲ୍ଲା ପ୍ରଶାସନ ଦ୍ବାରା ଜଙ୍ଗଲ ଅଧିକାର ସ୍ବୀକୃତି ଆଇନ -2006 ଅନୁଯାୟୀ ମାଲକାରବନ୍ଧ , ସିପାଇପୁଟ, ଏରସାନ୍ତାଗୁଡା , କାଟ୍ରାଗୁଡା, ପଟ୍ଟାଙ୍ଗି, ଶୀଷାଗୁଡା , ମେଡମଗାନ୍ଧୀ, ଥୁରିଆ ଓ କରଞ୍ଜଗୁଡା ଗ୍ରାମରେ ଏକସଙ୍ଗେ ପଲ୍ଲିସଭା କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ତେବେ ଉକ୍ତ ସଭାରେ ଗ୍ରାମବାସୀଙ୍କ ସହ ବ୍ୟକ୍ତିଗତ ଅଧିକାର, କ୍ଷୁଦ୍ର ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ, ଗୋଷ୍ଠୀଗତ ଅଧିକାର ଓ ଗୋଷ୍ଠୀ ସମ୍ବଳ ଅଧିକାର ସମ୍ପର୍କରେ ଆଲୋଚନା ହେବ ବୋଲି ସେହି ବିଜ୍ଞପ୍ତିରେ ପ୍ରକାଶ ପାଇଥିଲା । ହେଲେ ଏହି ପଲ୍ଲୀସଭାକୁ ସଫଳ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ଯୋଜନା କରାଯାଇଥିଲେ ହେଁ ଏହି ଗାଁ ଗୁଡିକରେ ଗ୍ରାମବାସୀଙ୍କ ତରଫରୁ ପ୍ରବଳ ବିରୋଧ ହେବା ଯୋଗୁଁ ପ୍ରଶାସନ ଖାଲି ହାତରେ ଫେରିଥିବା ଦେଖିବାକୁ ମିଳିଛି ।

ତେବେ ଏ ସଂକ୍ରାନ୍ତରେ ଜିଲ୍ଲାଧିକାରୀଙ୍କର କୌଣସି ମତାମତ ମିଳିପାରିନାହିଁ ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.