କୋରପୁଟ: ସମାଜର ବିକାଶଧାରାରେ ସବୁଠାରୁ ପଛରେ ପଡି ଯାଇଥିବା ବ୍ୟକ୍ତିର କଥା ସାହିତ୍ୟରେ ବର୍ଣ୍ଣନା କରିବା ଦରକାର । କୋରାପୁଟ ଅଞ୍ଚଳକୁ ଧରାପୃଷ୍ଠର ସ୍ବର୍ଗ କହିଲେ ଅତ୍ୟୁକ୍ତି ହେବନାହିଁ ବୋଲି ଓଡ଼ିଶାର ରାଜ୍ୟପାଳ ଗଣେଶୀ ଲାଲ କହିଛନ୍ତି ।
ସୋମବାର କୋରାପୁଟ ସାହିତ୍ୟ ଉତ୍ସବର ସମାଵର୍ତନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏପରି ମତ ରଖିଥିଲେ ରାଜ୍ୟପାଳ । ଏହି ଅବସରରେ ଅବିଭକ୍ତ କୋରାପୁଟ ଅଞ୍ଚଳରୁ ଚୟନ କରାଯାଇଥିବା ଦଶଜଣ ବ୍ୟକ୍ତି ବିଶେଷଙ୍କୁ ସେମାନଙ୍କ କାର୍ଯ୍ୟରେ ଅଭୂତପୂର୍ଵ ପ୍ରଦର୍ଶନ ଯୋଗୁଁ ସମ୍ମାନିତ କରାଯାଇଥିଲା ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ