ETV Bharat / state

କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ମିଳିବ: ଏସଆଇଟି - kunduli victims family

କୁନ୍ଦୁଲି ପୀଡିତା ମାମଲାରୁ ହଟିବ ପରଦା । କୋରାପୁଟରେ SITର ତଦନ୍ତ ପ୍ରକ୍ରିୟା ଆରମ୍ଭ । ସେପଟେ SIT ଉପରେ ଭରସା କରୁନାହାଁନ୍ତି ପୀଡିତାଙ୍କ ପରିବାର । ଅଧିକ ଖବର ପଢନ୍ତୁ...

kunduli-victims-family
କୁନ୍ଦୁଲି ପିଡିତାଙ୍କୁ ନ୍ୟାୟ ଦିଆଯିବ:ଏସଆଇଟି
author img

By

Published : Dec 2, 2019, 8:31 PM IST

କୋରାପୁଟ: କୁନ୍ଦୁଲି ପୀଡିତା ମାମଲାରୁ ହଟିବ ପରଦା । ପୀଡିତା ଓ ତାଙ୍କ ପରିବାରକୁ ନ୍ୟାୟ ଦେବାର ସମସ୍ତ ପ୍ରଚେଷ୍ଟା କରାଯିବ । ମାମଲାର ଅନୁସନ୍ଧାନ ପାଇଁ ନୂତନ ଭାବେ ଗଠିତ ଏସଆଇଟିର ବୈଠକ କୋରାପୁଟସ୍ଥିତ ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ିଆଇଜିଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।

କୁନ୍ଦୁଲି ପିଡିତାଙ୍କୁ ନ୍ୟାୟ ଦିଆଯିବ:ଏସଆଇଟି

ଦକ୍ଷିଣାଞ୍ଚଳ ଡ଼ିଆଇଜି ସତ୍ୟବ୍ରତ ଭୋଇ, ଉତ୍ତରାଞ୍ଚଳ ଡ଼ିଆଇଜି ହିମାଂଶୁ ଲାଲ ଓ ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ିଆଇଜି ସଫିନ ଅହମ୍ମଦଙ୍କୁ ନେଇ ଗଠିତ ଏହି ଏସଆଇଟି ସୋମବାର ପୀଡିତାଙ୍କ ଗାଁରୁ ଆସିଥିବା ପରିବାର ବର୍ଗଙ୍କ ସହ ଚର୍ଚ୍ଚା କରିଛନ୍ତି ।

2017ରେ କୁନ୍ଦୁଲି ନିକଟରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଥିଲା। ପରବର୍ତ୍ତୀ ସମୟରେ ସେହି ନାବାଳିକା ଆତ୍ମହତ୍ୟା କରିବା ପରେ ସରକାରଙ୍କ ଦ୍ବାରା ବିଭିନ୍ନ କମିଟି ଗଠନ କରାଯାଇ ଏହାର ତଦନ୍ତ କରାଯାଇଛି ।

ତେବେ ରାଜ୍ୟ ସରକାର ଉଚ୍ଚ ନ୍ୟାୟାଳୟର ଚାପରେ ଆସି ପୁଣିଥରେ ଏସଆଇଟି ଗଠନ କରି ତଦନ୍ତ ଆରମ୍ଭ କରିଛନ୍ତି । ସାମ୍ବାଦିକଙ୍କ ସହ କଥାବାର୍ତ୍ତା ହେବା ସମୟରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ିଆଇଜି ସଫିନ ଅହମ୍ମଦ ତଦନ୍ତର ଧାରା ଠିକ ବାଟରେ ଚାଲିଛି ଓ ପୀଡିତାଙ୍କୁ ନ୍ୟାୟ ଦେବାରେ କେହି ପଛଘୁଞ୍ଚା ଦେବେ ନାହିଁ ବୋଲି ଜଣାଇଛନ୍ତି । ଘଟଣାରେ ପୀଡିତାଙ୍କ ପରିବାର ସିବିଆଇ ତଦନ୍ତ ଦାବି କରିବା ସହ ନ୍ୟାୟ ମିଳିଲା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ ବୋଲି ସଂକଳ୍ପକୁ ଦୋହରାଇଛନ୍ତି ।

କୋରାପୁଟରୁ ସି.ଏଚ୍ ଶାନ୍ତାକାର, ଇଟିଭି ଭାରତ

Intro:କୁନ୍ଦୁଲି ପିଡିତା ଓ ତାଙ୍କ ପରିବାରକୁ ନ୍ୟାୟ ଦେବାର ସମସ୍ତ ପ୍ରଚେଷ୍ଟା କରାଯିବ ବୋଲି ଆଜି କୋରାପୁଟ ରେ ପିଡିତାଙ୍କ ପରିବାର ତଥା ସେ ସମୟରେ କାର୍ଯ୍ୟରତ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ରାଜ୍ୟ ସରକାରଙ୍କ ଦ୍ୱାରା ତିନି ଜଣ ଡ଼ିଆଇଜି ଙ୍କୁ ନେଇ ଗଠିତ ହୋଇଥିବା ଏସଆଇଟି ମତ ରଖିଛି ।Body:କୋରାପୁଟ ଜିଲ୍ଲାର ବହୁ ଚର୍ଚ୍ଚିତ କୁନ୍ଦୁଲି ପିଡିତା ମାମଲା ର ଅନୁସନ୍ଧାନ ପାଇଁ ନୂତନ ଭାବେ ଗଠିତ ଏସଆଇଟି ର ବୈଠକ କୋରାପୁଟସ୍ଥିତ ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ିଆଇଜି ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଦକ୍ଷିଣାଞ୍ଚଳ ଡ଼ିଆଇଜି ସତ୍ୟବ୍ରତ ଭୋଇ , ଉତ୍ତରାଞ୍ଚଳ ଡ଼ିଆଇଜି ହିମାଂଶୁ ଲାଲ ଓ ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ିଆଇଜି ସଫିନ ଅହମ୍ମଦ ଙ୍କୁ ନେଇ ଗଠିତ ଏହି ଏସଆଇଟି ଆଜି ପିଡିତାଙ୍କ ଗାଁ ମୂଷାଗୁଡା ରୁ ଆସିଥିବା ପରିବାର ବର୍ଗଙ୍କ ସହ ଚର୍ଚ୍ଚା କରିଛି । 2017 ରେ କୁନ୍ଦୂଲି ନିକଟରେ ଜଣେ ନାବାଳିକାକୁ ଗଣଧର୍ଷଣ କରିଥିବା ଅଭିଯୋଗ ହୋଇଥିଲା । ପରବର୍ତ୍ତୀ ସମୟରେ ସେହି ନାବାଳିକା ଆତ୍ମହତ୍ୟା କରିବା ପରେ ସରକାରଙ୍କ ଦ୍ୱାରା ବିଭିନ୍ନ କମିଟି ଗଠନ କରାଯାଇ ଏହାର ତଦନ୍ତ କରାଯାଇଛି । ତେବେ ରାଜ୍ୟ ସରକାର ଉଚ୍ଚ ନ୍ୟାୟାଳୟ ର ଚାପରେ ଆସି ପୁଣିଥରେ ଏସଆଇଟି ଗଠନ କରି ତଦନ୍ତ ଆରମ୍ଭ କରିଛନ୍ତି ।
ସାମ୍ବାଦିକ ମାନଙ୍କ ସହ କଥାବାର୍ତା ହେବା ସମୟରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ିଆଇଜି ସଫିନ ଅହମ୍ମଦ ତଦନ୍ତର ଧାରା ଠିକ ବାଟ ରେ ଚାଲିଛି ଓ ପିଡିତାଙ୍କୁ ନ୍ୟାୟ ଦେବାରେ କେହି ପଛଘୁଞ୍ଚା ଦେବେ ନାହିଁ ବୋଲି ଜଣାଇଛନ୍ତି । ତେବେ ପିଡିତାଙ୍କ ପରିବାର ସିବିଆଇ ତଦନ୍ତ ଦାବି କରିବା ସହ ନ୍ୟାୟ ମିଳିଲା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ ବୋଲି ସଂକଳ୍ପକୁ ଦୋହରାଇଛନ୍ତି । Conclusion:ବାଇଟ : ସଫିନ ଅହମ୍ମଦ , ଡ଼ିଆଇଜି
ବାଇଟ : ପିଡିତାଙ୍କ ଭାଇ( please blur his face)
ବାଇଟ : ପିଡିତାଙ୍କ ମାଆ (please blur her face)
........
ଶାନ୍ତାକାର
କୋରାପୁଟ
........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.