ETV Bharat / state

କୋଟିଆ ଜିଲ୍ଲା ପରିଷଦ ଆସନ ପାଇଁ ସର୍ବଦଳୀୟ ପ୍ରାର୍ଥୀକୁ ଚ୍ୟାଲେଞ୍ଜ ଦେଲେ ଦୁଇ ସ୍ବାଧୀନ ପ୍ରାର୍ଥୀ - କୋଟିଆ ଜିଲ୍ଲା ପରିଷଦ ଆସନ

ନାମାଙ୍କନ ଦାଖଲର ଶେଷ ଦିନରେ ହାଇଡ୍ରାମା । କୋଟିଆ ପଞ୍ଚାୟତରେ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ସହମତି ଭିତ୍ତିରେ ପ୍ରାର୍ଥୀ ଦେବା ପାଇଁ ସ୍ଥିର ହୋଇଛି । ଆଜି ଶେଷ ଦିନରେ ଜିଲ୍ଲା ପରିଷଦ ଓ ସରପଞ୍ଚ ପଦବୀ ପାଇଁ ଏକାଧିକ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଅଧିକ ପଢନ୍ତୁ

କୋଟିଆ ଜିଲ୍ଲା ପରିଷଦ ଆସନ ପାଇଁ ସର୍ବଦଳୀୟ ପ୍ରାର୍ଥୀକୁ ଚ୍ୟାଲେଞ୍ଜ ଦେଲେ ଦୁଇ ସ୍ବାଧୀନ ପ୍ରାର୍ଥୀ

author img

By

Published : Jan 21, 2022, 10:45 PM IST

କୋରାପୁଟ: ନାମାଙ୍କନ ଦାଖଲର ଶେଷ ଦିନରେ କୋଟିଆ ପଞ୍ଚାୟତରେ ଦେଖିବାକୁ ମିଳିଛି ହାଇଡ୍ରାମା । କୋଟିଆ ପଞ୍ଚାୟତରେ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ସହମତି ଭିତ୍ତିରେ ପ୍ରାର୍ଥୀ ଦେବା ପାଇଁ ସ୍ଥିର ହୋଇଛି । କିନ୍ତୁ ଆଜି ଶେଷ ଦିନରେ ଜିଲ୍ଲା ପରିଷଦ ଓ ସରପଞ୍ଚ ପଦବୀ ପାଇଁ ଏକାଧିକ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଯାହା କୋଟିଆରେ ପଞ୍ଚାୟତ ନିର୍ବାଚନକୁ ଆହୁରି ରୋଚକ କରିଛି ।

କୋଟିଆ ଜିଲ୍ଲା ପରିଷଦ ଆସନ ପାଇଁ ସର୍ବଦଳୀୟ ପ୍ରାର୍ଥୀକୁ ଚ୍ୟାଲେଞ୍ଜ ଦେଲେ ଦୁଇ ସ୍ବାଧୀନ ପ୍ରାର୍ଥୀ

ଗତକାଲି ନିଷ୍ପତ୍ତି ଅନୁସାରେ କୋଟିଆ ପଞ୍ଚାୟତର ୱାର୍ଡ ମେମ୍ବର ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ଆସନ ପାଇଁ ସର୍ବଦଳୀୟ ପ୍ରାର୍ଥୀ ଚୟନ କରାଯାଇ ତାକୁ ନିର୍ଦ୍ବନ୍ଦରେ ନିର୍ବାଚିତ କରିବା ପାଇଁ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ନିଷ୍ପତ୍ତି ଅନୁଯାୟୀ କୋଟିଆ ପଞ୍ଚାୟତର ସମସ୍ତ 13 ଟି ଯାକ ୱାର୍ଡ ମେମ୍ବର ନିର୍ଦ୍ବନ୍ଦରେ ଚୟନ ହୋଇଛନ୍ତି । ତେବେ ଆଜି ନାମାଙ୍କନ ଦାଖଲର ଶେଷ ଦିନରେ କୋଟିଆ ପଞ୍ଚାୟତ ପାଇଁ ସରପଞ୍ଚ ପଦବୀ ପାଇଁ 9 ଜଣ ପ୍ରାର୍ଥୀ ଓ ଜିଲ୍ଳା ପରିଷଦ ଆସନ ପାଇଁ 3 ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଓହ୍ଲାଇଛନ୍ତି । ଯାହା କୋଟିଆ ପାଇଁ ଚିନ୍ତାର କାରଣ ପାଲଟିଛି । ତେବେ କୋଟିଆ ପାଇଁ ରାଜନୈତିକ ଦଳ ମାନେ ଯେଉଁ ଏକତା ପ୍ରଦର୍ଶନ କରିଥିଲେ ସେଥିରେ ରାଜନୈତିକ ଦଳ ମାନଙ୍କ ମଧ୍ୟ ଫାଟ ଥିବା ଜଳଜଳ ଦିଶୁଛି। ତେବେ ସେପଟେ ଆଲୋଚନା ମାଧ୍ୟମରେ ସରପଞ୍ଚ ଓ ଜିଲ୍ଲା ପରିଷଦ ଆସନ ମଧ୍ୟ ନିର୍ଦ୍ବନ୍ଦରେ ଚୟନ କରିବା ସମ୍ଭବ ହେବ ବୋଲି ବିଜେଡି ଜିଲ୍ଲା ସଭାପତି ଈଶ୍ବର ପାଣିଗ୍ରାହୀ ପ୍ରକାଶ କରିଛନ୍ତି।

ସୂଚନାଥାଉକି ଗତକାଲି ବିଜେଡି, ବିଜେପି ଓ କଂଗ୍ରେସ ସମେତ ସମସ୍ତ ରାଜନୈତିକ ଦଳର ନେତା ମାନେ ଏକତ୍ର ହୋଇ କୋଟିଆ ପ୍ରସଙ୍ଗରେ ଆଲୋଚନା କରିଥିଲେ । କୋଟିଆରେ ସହମତି ଭିତ୍ତିରେ ପ୍ରାର୍ଥୀ ଦେବା ପାଇଁ ସମସ୍ତ ରାଜନୈତକ ଦଳ ନିଷ୍ପତ୍ତି ନେଇଥିଲେ । ତେବେ ଏ ଭଳି ସ୍ଥିତିରେ ଆଗକୁ କୋଟିଆର ପଞ୍ଚାୟତ ନିର୍ବାଚନ କେଉଁ ମୋଡ ନେଉଛି ତାହା ଦେଖିବାକୁ ବାକି ରହିଲା ।

ସେପଟେ ଆଜି ଜିଲ୍ଲାରେ ନାମାଙ୍କନ ପତ୍ର ଦାଖଲ କରିବାର ଶେଷଦିନ ସୁଦ୍ଧା ଜିଲ୍ଲାରେ ସମୁଦାୟ 3777 ଜଣ ୱାର୍ଡ ମେମ୍ବର ପାଇଁ ପ୍ରାର୍ଥୀ ରହିଥିବା ବେଳେ 1135 ଜଣ ସରପଞ୍ଚ ପାଇଁ , 947 ଜଣ ସମିତି ସଭ୍ୟ ଓ 131 ଜଣ ଜିଲ୍ଲା ପରିଷଦ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.