ETV Bharat / state

କୋଟିଆରେ ନିର୍ବାଚନ କରୁଛି ଆନ୍ଧ୍ର ! ଚେଇଁ ଶୋଇଛି ପ୍ରଶାସନ

author img

By

Published : Feb 4, 2021, 4:28 PM IST

ଓଡିଶା ସରକାରଙ୍କ ଦ୍ବାରା କୋରାପୁଟର କୋଟିଆ ପଞ୍ଚାୟତରେ ସରପଞ୍ଚ ନିର୍ବାଚିତ ହୋଇସାରିଥିବା ବେଳେ ଆନ୍ଧ୍ର ନିର୍ବାଚନ ପାଇଁ ପୁଣି କୋଟିଆ ପଞ୍ଚାୟତର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅଧିକ ପଢନ୍ତୁ...

Koraput's Kotia Panchayat submitted nomination papers for Andhrapradesh election
ଆନ୍ଧ୍ର ନିର୍ବାଚନ ପାଇଁ କୋରାପୁଟ କୋଟିଆ ପଞ୍ଚାୟତର ନାମାଙ୍କନ ପତ୍ର ଦାଖଲ

କୋରାପୁଟ: କୋଟିଆ ଉପରେ ପୁଣି ପଡୋଶୀ ଆନ୍ଧ୍ରର ଆଖି । ଏଥର କୋଟିଆ ପଞ୍ଚାୟତରେ ନିର୍ବାଚନ କରୁଛି ଆନ୍ଧ୍ର । ଜାନୁଆରୀ 31 ତାରିଖରେ ଆନ୍ଧ୍ରପ୍ରଦେଶର ସାଲୁର ମଣ୍ଡଳମ ଅନ୍ତର୍ଗତ 9ଟି ପଞ୍ଚାୟତରେ ନିର୍ବାଚନ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜିଲ୍ଲାର କୋଟିଆ ପଞ୍ଚାୟତରେ ଓଡିଶା ସରକାରଙ୍କ ନିର୍ବାଚନରେ ସରପଞ୍ଚ ନିର୍ବାଚିତ ହେବା ସତ୍ତ୍ବେ 3ଟି ଗାଁ ଆନ୍ଧ୍ର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ବ ଦେଇନଥିବା ଗବେଷକ ସୁଧାକର ପଟ୍ଟନାୟକ ଅଭିଯୋଗ କରିଛନ୍ତି ।

ପ୍ରତିଥର ଭଳି ଏବର୍ଷ ମଧ୍ୟ ଆନ୍ଧ୍ର ସରକାରଙ୍କ ତରଫରୁ ପଞ୍ଚାୟତ ନିର୍ବାଚନ ପାଇଁ କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତରେ ବିଗୁଲ ବାଜିଛି । ଏହି ପଞ୍ଚାୟତର 3ଟି ଗାଁ ତଳଗଂଜେଇପଦର, ଫାଟୁସିନେରୀ, ଫଗୁଣ ସିନେରୀରେ ନିର୍ବାଚନ ହେଉଥିବା ଯୋଗୁଁ ଜିଲ୍ଲାରେ ଆଲୋଡନ ସୃଷ୍ଟି ହୋଇଛି । ପ୍ରତିଥର ଏହି ନିର୍ବାଚନରେ ପ୍ରତିଦ୍ବନ୍ଦୀ ଅଭାବରୁ ନିର୍ଦ୍ବନ୍ଦରେ ଜଣେ ନିର୍ବାଚିତ ହେଉଥିଲେ । କିନ୍ତୁ ଏଥର ଏକରୁ ଅଧିକ ଦଳ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ଯୋଗୁଁ ଏହି ଗାଁ ଗୁଡିକରେ ପ୍ରତ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଅନେକ ବର୍ଷ ଧରି ଏଠାରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ହୋଇଆସୁଥିଲେ ମଧ୍ୟ ଓଡିଶା ସରକାର ଏହାକୁ ଗୁରୁତ୍ବ ଦେଇନଥିବା ଯୋଗୁଁ ଏହି ଅଞ୍ଚଳରେ ଆନ୍ଧ୍ର ସରକାର ବିଭିନ୍ନ ସେବା ଯୋଗାଇବା ସହ ନିର୍ବାଚନ ପ୍ରକ୍ରିୟାକୁ ଖୋଲାଖୋଲି ଅନୁଷ୍ଠିତ କରୁଛନ୍ତି ବୋଲି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା ମତ ରଖିଛନ୍ତି । କୋଟିଆ ପଞ୍ଚାୟତର ତଳଗଂଜେଇପଦରର ଲୋକେ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିବା ଆନ୍ଧ୍ର ସରକାରଙ୍କୁ ଆହୁରି ଅଧିକ ପ୍ରୋତ୍ସାହନ ଯୋଗାଇଛି ।

ଶୁକ୍ରବାର କୋଟିଆରେ ବିଭିନ୍ନ ପ୍ରକଳ୍ପକୁ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ହେବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ପ୍ରତ୍ୟକ୍ଷ ଭାବେ କୋଟିଆରେ ଉପସ୍ଥିତ ରହିଲେ କୋଟିଆବାସୀଙ୍କ ମଧ୍ୟରେ ଓଡିଶା ପ୍ରତି ବିଶ୍ଵାସ ବୃଦ୍ଧି ପାଇପାରିଥାନ୍ତା ବୋଲି ପୂର୍ବତନ ଜିଲ୍ଲାପାଳ କହିଛନ୍ତି ।

ଆନ୍ଧ୍ର ସରକାରଙ୍କ ତରଫରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ଯୋଗୁଁ ଓଡିଶା ସରକାରଙ୍କ ତରଫରୁ କୋଟିଆ ପଞ୍ଚାୟତର ସରପଞ୍ଚ ନିର୍ବାଚିତ ହୋଇଥିବା ବେଳେ ଆଉ ଏକ ସରପଞ୍ଚଙ୍କୁ ନିର୍ବାଚିତ କରିବାର ଆବଶ୍ୟକତା ନଥିବା ଦର୍ଶାଇ ଲୋକେ ଭୋଟ ନ ଦେବା ପାଇଁ ଉତ୍ସାହିତ କରିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି । କୋଟିଆରେ ସୀମା ବିବାଦକୁ ନେଇ ସମସ୍ୟା ଅନେକ ଦିନ ଧରି ଲାଗି ରହିଥିଲେ ମଧ୍ୟ ରାଜ୍ୟ ସରକାର ବିଶେଷ ଗୁରୁତ୍ବ ଦେଇନଥିବା ଗବେଷକ ସୁଧାକର ପଟ୍ଟନାୟକ ଅଭିଯୋଗ ଆଣିଛନ୍ତି ।

କୋରାପୁଟରୁ ସି. ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.