ETV Bharat / state

କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନ: ତୁଳସୀ କିର୍ଷାନୀ ନିର୍ଦ୍ବନ୍ଦରେ ନିର୍ବାଚିତ

କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନରେ ବିଜେଡିର ତୁଳସୀ କିର୍ଷାନୀ ନିର୍ଦ୍ବନ୍ଦରେ ନିର୍ବାଚିତ । ଅଧ୍ୟକ୍ଷ ପଦବୀ ପାଇଁ କେବଳ ତୁଳସୀ ନାମାଙ୍କନ ପତ୍ର ଭରିଥିବାରୁ ତାଙ୍କୁ ନିର୍ବାଚିତ ଘୋଷଣା କରାଯାଇଛି ।

author img

By

Published : Jul 2, 2019, 6:51 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନରେ ବିଜେଡିର ତୁଳସୀ କିର୍ଷାନୀ ନିଦ୍ବନ୍ଦରେ ନିର୍ବାଚିତ । ଅଧ୍ୟକ୍ଷ ପଦବୀ ପାଇଁ କେବଳ ତୁଳସୀ ନାମାଙ୍କନ ପତ୍ର ଭରିଥିବାରୁ ତାଙ୍କୁ ନିର୍ବାଚିତ ଘୋଷଣା କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଜିଲ୍ଲା ପରିଷଦ ଅଧ୍ୟକ୍ଷ ଥିବା ପ୍ରଭୁ ଜାନୀ ଲକ୍ଷ୍ମୀପୁରରୁ ବିଧାୟକ ଭାବେ ନିର୍ବାଚିତ ହେବା ପରେ ଏହି ପଦବୀଟି ଖାଲି ପଡିଥିଲା । ଫଳରେ ଆଜି(ମଙ୍ଗଳବାର) ଏହାର ଉପନିର୍ବାଚନ ହେବାକୁ ଦିନ ଧାର୍ଯ୍ୟ କରାଯାଇଥିଲା । 29ଟି ଜିଲ୍ଲା ପରିଷଦ ଆସନକୁ ନେଇ ଗଠିତ କୋରାପୁଟ ଜିଲ୍ଲାପରିଷଦରେ 24ଟିରେ ବିଜେଡି ବାଜିମାତ୍‌ କରିଥିଲା । ଫଳରେ ଅଧ୍ୟକ୍ଷ ପଦ ବିଜେଡିର ପ୍ରଭୁ ଜାନୀ ହାତେଇଥିଲେ ।

ଇତିମଧ୍ୟରେ ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଡୁମୁରୀ ଖିଲଙ୍କ ଦେହାନ୍ତ ଓ ପ୍ରଭୁ ଜାନୀ ବିଧାୟକ ହୋଇଥିବାରୁ ଦୁଇଟି ଆସନ ଖାଲି ପଡିଛି । ତଥାପି ବିଜେଡି ପାଖରେ 22ଜଣ ସଦସ୍ୟ ରହିଥିବାରୁ ବିଜେଡି ହିଁ ସଭାପତି ପଦ ହାତେଇବ ବୋଲି ଜଣାପଡିଥିଲା ।

ତେବେ ବିଜେଡିରୁ ଏହି ଆସନ ହାତେଇବା ପାଇଁ ଅନେକ ଆଶାୟୀ ରହିଥିଲେ । କିନ୍ତୁ ଆଜି(ମଙ୍ଗଳବାର) ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ତୁଳସୀଙ୍କ ନାମରେ ମୋହର ମାରିବା ପରେ ସେ ହିଁ ନାମାଙ୍କନ ଭରିଥିଲେ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

କୋରାପୁଟ ଜିଲ୍ଲାପରିଷଦ ସଭାପତି ଉପନିର୍ବାଚନ ରେ ତୁଳସୀ କିରସାନୀ  ବିଜେଡିର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ କାର୍ଯ୍ୟ ସମ୍ପାଦନ କରିଥିବା ପ୍ରଭୁ ଜାନି ଗତ କିଛିଦିନ ପୂର୍ବେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଲକ୍ଷ୍ମୀପୁର ବିଧାନସଭା ଆସନ ରୁ ବିଧାୟକ ଭାବେ ନିର୍ବାଚିତ ହେବା ପରେ ଏହି ପଦବୀଟି ଖାଲି ପଡିଥିଲା । ଏକ ସ୍ଵତନ୍ତ୍ର ବୈଠକରେ ଏହି ପଦବୀ ପାଇଁ ବିଧିବଦ୍ଧ ଭାବେ ନିର୍ବାଚନ ନ ହେବା ଯାଏଁ ତୁଳସୀ କିର୍ଷାନୀଙ୍କୁ ଅସ୍ଥାୟୀ ଅଧ୍ୟକ୍ଷା ଭାବେ ଦାୟିତ୍ଵ ଅର୍ପଣ କରାଯାଇଥିଲା । ଏହି ପଦବୀ ପାଇଁ ଅନେକ ପ୍ରାର୍ଥୀ ଆଶାୟୀ ଥିଲେ ମଧ୍ୟ ଆଜି ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ହିଁ ବିଜେଡ଼ି ଦଳର  ମୁଖ୍ୟ ଙ୍କ ଦ୍ଵାରା ତୁଳସୀ ଙ୍କ ନାମରେ ମୋହର ବାଜିଥିବା ଚିଠି ପହଞ୍ଚିବା ପରେ ସମସ୍ତ କଳ୍ପନା ଜଳ୍ପନାରେ ଅନ୍ତ ପଡିଥିଲା ।ପ୍ରାର୍ଥୀ ଭାବେ କେବଳ  ତୁଳସୀ ଙ୍କ ଦ୍ଵାରା ନାମାଙ୍କନ ପତ୍ର ଦାଖଲ କରାଯାଇଥିବା ଯୋଗୁଁ  ତାଙ୍କୁ ସର୍ବ ସମ୍ମତି କ୍ରମେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ମନୋନୀତ କରାଗଲା ।
କୋରାପୁଟ ଏଡିଏମ ଦେବେନ କୁମାର ପ୍ରଧାନ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ ତୁଲାଇଥିଲେ ।
........
Byte : Tulasi Kirshani , Zilla Parishad President
Byte : Deben Pradhan ADM Koraput
.........
ଶାନ୍ତକାର
କୋରାପୁଟ
.........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.