ETV Bharat / state

କୋରାପୁଟ ସୀମା ଅଞ୍ଚଳରେ ଓଡ଼ିଆ ଭାଷାର ପ୍ରସାର ଦିଗରେ କାର୍ଯ୍ୟ କରିବି: ଜିଲ୍ଲା ପରିଷଦ ଅଧ୍ୟକ୍ଷା - ଶପଥ ନେଲେ କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା

କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ଶପଥ ନେଲେ ସସ୍ମିତା ମେଲେକା । ସୀମାବର୍ତ୍ତୀ ଅଞ୍ଚଳରେ ଓଡିଆ ଭାଷାର ବହୁଳ ବ୍ୟବହାର ଉପରେ କାମ କରିବାକୁ ନେଇ ଦେଲେ ପ୍ରତିଶୃତି । ଅଧିକ ପଢନ୍ତୁ

କୋରାପୁଟ ସୀମା ଅଞ୍ଚଳରେ ଓଡ଼ିଆ ଭାଷାର ପ୍ରସାର ଦିଗରେ କାର୍ଯ୍ୟ କରିବି: ଜିଲ୍ଲା ପରିଷଦ ଅଧ୍ୟକ୍ଷା

author img

By

Published : Apr 6, 2022, 8:11 PM IST

କୋରାପୁୁଟ: ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ଶପଥ ନେଲେ ସସ୍ମିତା ମେଲେକା । ବନ୍ଧୁଗାଁ ଆସନରୁ ନିର୍ବାଚିତ ହୋଇଥିବା ସସ୍ମିତା ମେଲେକା ଆଜି(ବୁଧବାର) କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ଶପଥ ଗ୍ରହଣ କରିଛନ୍ତି ।

କୋରାପୁଟ ସୀମା ଅଞ୍ଚଳରେ ଓଡ଼ିଆ ଭାଷାର ପ୍ରସାର ଦିଗରେ କାର୍ଯ୍ୟ କରିବି: ଜିଲ୍ଲା ପରିଷଦ ଅଧ୍ୟକ୍ଷା

ଏହି ଅବସରରେ କୋରାପୁଟ ଜିଲ୍ଲାର ଅନେକ ସମସ୍ୟା ଓ ବିଶେଷ କରି କୋଟିଆ ଠାରୁ ଆରମ୍ଭ କରି ବନ୍ଧୁଗାଁ ପର୍ଯ୍ୟନ୍ତ ଆନ୍ଧ୍ର ପ୍ରଦେଶର ଅନୁପ୍ରବେଶ ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରିବି ବୋଲି କହିଛନ୍ତି ସସ୍ମିତା । ଓଡ଼ିଶା-ଆନ୍ଧ୍ର ସୀମାବର୍ତ୍ତୀ ଗ୍ରାମଗୁଡିକରେ ପିଲାମାନେ କିପରି ଓଡ଼ିଆ ଭାଷାରେ ଭଲଭାବେ କଥା ହେବା ସହ ଲେଖାପଢ଼ା କରିପାରିବେ ସେ ଦିଗରେ ମଧ୍ୟ କାର୍ଯ୍ୟ କରିବେ । ଏଥିସହ ଜିଲ୍ଲାବାସୀଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବାକୁ ଉଦ୍ୟମ କରିବି ବୋଲି କହିଛନ୍ତି ସସ୍ମିତା ମେଲେକା ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.