ETV Bharat / state

ପଲିହାଉସ; ଦାଦନଙ୍କୁ ରୋକିଲା, ସ୍ବାବଲମ୍ବୀ ହେଲେ ମହିଳା - koraput special

ହାତରେ କୋଦାଳ, କୋଡି ଧରି ପାଦରେ ପାଦ ମିଶାଇ ଆଗକୁ ଆଗେଇ ଚାଲିଛନ୍ତି ଏହି ମହିଳା ଗୋଷ୍ଠୀ । କିଏ ମାଟି ତାଡୁଛି ତ ଆଉ କିଏ ଚାରା ଲଗାଉଛି, ପୁଣି କିଏ ବଢିଯାଇଥିବା ଗଛରେ ପାଣି ଦେଉଛି । ବିଭିନ୍ନ ପ୍ରକାରର ଚାରାରୋପଣ କରି ଏବେ ସ୍ବାବଲମ୍ବୀ ହୋଇପାରିଛନ୍ତି କୋରାପୁଟ ବ୍ଲକର ନିଘାମାନିଗୁଡାରେ ଥିବା ମା ଗାଙ୍ଗେଶ୍ଵରୀ ମହିଳା ଏସଏଚଜି ଗ୍ରୁପ । ଅଧିକ ପଢନ୍ତୁ...

ପଲିହାଉସରୁ ପର୍ଯ୍ୟାୟବରଣ; ମହିଳା ହେଲେ ସ୍ବାବଲମ୍ବୀ

author img

By

Published : Aug 3, 2021, 4:15 PM IST

କୋରାପୁଟ: ହାତ କୁଟା ଗରମ ମସଲା ପାଇଁ ବେଶ ଖ୍ୟାତି ଅର୍ଜନ କରିଥିଲେ କୋରାପୁଟ ବ୍ଲକ ଅନ୍ତର୍ଗତ ନିଘାମାନିଗୁଡାର ମା ଗାଙ୍ଗେଶ୍ଵରୀ ମହିଳା ଏସଏଚଜି ଗ୍ରୁପ । ଏବେ ପୁଣି ଚାରା ରୋପଣ କରି ଚର୍ଚ୍ଚାକୁ ଆସିଛନ୍ତି । ଏହି ଗ୍ରୁପରେ ଅଛନ୍ତି ୧୦ ଜଣ ମହିଳା । ହାତରେ କୋଦାଳ, କୋଡି ଧରି ପାଦରେ ପାଦ ମିଶାଇ ଆଗକୁ ଆଗେଇ ଚାଲିଛନ୍ତି ଏହି ମହିଳା ଗୋଷ୍ଠୀ । କିଏ ମାଟି ତାଡୁଛି ତ ଆଉ କିଏ ଚାରା ଲଗାଉଛି, ପୁଣି କିଏ ବଢିଯାଇଥିବା ଗଛରେ ପାଣି ଦେଉଛି ।

ପଲିହାଉସ; ଦାଦନଙ୍କୁ ରୋକିଲା, ସ୍ବାବଲମ୍ବୀ ହେଲେ ମହିଳା

ମହିଳା ଗୋଷ୍ଠୀଙ୍କ ଦ୍ବାରା ପଲିହାଉସରେ ଅମୃତଭଣ୍ଡା ,ଲେମ୍ବୁ , ପତ୍ରକୋବି, ଫୁଲକୋବି ପରି ଚାରା ରୋପଣ କରାଯାଇ ବଜାରରେ ବିକ୍ରି କରାଯାଉଛି । ଏସବୁ ସମ୍ଭବ ହୋଇପାରିଛି କୋରପୁଟ ବ୍ଲକର ନିଘାମାନିଗୁଡାରେ ଥିବା ମା ଗାଙ୍ଗେଶ୍ଵରୀ ମହିଳା ଏସଏଚଜିଙ୍କ ସଦସ୍ୟଙ୍କ ଦ୍ବାରା । ଫଳରେ ଗ୍ରାମର ଅନେକ ମହିଳା ଏବେ ସ୍ବାବଲମ୍ବୀ ହୋଇପାରିଛନ୍ତି । ମହିଳା ଗୋଷ୍ଠୀଙ୍କ ଏହି ସଫଳତାକୁ ଦେଖି ଓଡିଶା ଜୀବିକା ମିଶନ, ଓଏଲଏମ ତରଫରୁ ଏକ ପଲିହାଉସ ଦିଆଯାଇ ଏଥିରେ ଚାରା ପ୍ରସ୍ତୁତ କରି ପାଖଆଖର ଚାଷୀଙ୍କୁ ଯୋଗାଇବାର ସୁଯୋଗ ସୃଷ୍ଟି କରାଯାଇଛି ।

ସ୍ଵାଭିମାନ ପ୍ରକଳ୍ପରେ ମହିଳାମାନେ ଗୋଟିଏ ବେଡରେ 16 ପ୍ରକାରର ପନିପରିବା ଚାରା ପ୍ରସ୍ତୁତ କରି 125 ଏସଏଚଜି ମାଧ୍ୟମରେ ପଞ୍ଚାୟତର ପ୍ରତ୍ୟେକ ଘରେ ପୁଷ୍ଟିକର ଖାଦ୍ୟର ବଗିଚା ସୃଷ୍ଟି କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ନିଆଯାଇଥିଲା । ଏବେ ଛତୁ ଚାଷ ପାଇଁ ପ୍ରାୟାସ ଆରମ୍ଭ କରିଛନ୍ତି ମହିଳାମାନେ । ପଲିହାଉସରେ ମାଟି ସ୍ଥାନରେ ନୂତନ ଜ୍ଞାନ କୌଶଳ ବ୍ୟବହାର କରି ସମସ୍ତ ସମ୍ଭାବ୍ୟ ରୋଗରୁ ଚାରା ଗୁଡିକୁ ସୁରକ୍ଷା ପ୍ରଦାନ କରାଯାଉଥିବା ପ୍ରକଳ୍ପର ବିଶେଷଜ୍ଞ ପରାମର୍ଶଦାତା କହିଛନ୍ତି । ନିଘାମାନିଗୁଡା ଭଳି ଆଉ 16ଟି ସ୍ଥାନରେ ପଲିହାଉସ ପ୍ରଦାନ ପୁଷ୍ଟିକର ପନିପରିବା ଫସଲକୁ ବାସ୍ତବ ରୂପ ଦେବାରେ ଓଡିଶା ଜୀବିକା ମିଶନ ସହଯୋଗର ହାତ ବଢାଇଥିବା ଓଏଲଏମର ଜିଲ୍ଲା ଅଧିକାରୀ ସୂଚନା ଦେଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.