ETV Bharat / state

କୋରାପୁଟରେ ହେବ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ - Koraput news

କୋରାପୁଟରେ ହେବ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ । ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଥିବା ସୂଚନା । ଅଧିକ ପଢନ୍ତୁ...

କୋରାପୁଟରେ ହେବ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ

author img

By

Published : Aug 13, 2020, 7:25 AM IST

କୋରାପୁଟ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ଏବଂ ମାଲକାନଗିରି ଜିଲ୍ଲାର ମାଲକାନଗିରି ଓ କାଲିମେଳା ବ୍ଲକ ପାଇଁ ଦୁଇଗୋଟି ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ଘୋଷଣା କରାଯାଇଛି । ଯାହା ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଜଣାଇବା ସହ ଏହା ଲୋକଙ୍କ ହିତରେ ରହିବ ବୋଲି କହିଛନ୍ତି ।

କୋରାପୁଟରେ ହେବ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ

କୋରାପୁଟ ସର୍କିଟ ହାଉସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ଯୋଜନା ସମ୍ପର୍କରେ ସୂଚନା ଦେଇ ଏହି ଯୋଜନାଦ୍ବାରା ବୈପାରିଗୁଡା ବ୍ଲକର 14ଟି ପଞ୍ଚାୟତରେ 225 ଟି ଗ୍ରାମର 1 ଲକ୍ଷ 5 ହଜାରରୁ ଉର୍ଦ୍ଧ୍ବ ଜନସାଧାରଣ ଏହି ପାନୀୟ ଜଳ ଯୋଜନା ଦ୍ବାରା ଉପକୃତ ହୋଇପାରିବେ ବୋଲି ସେ ଜଣାଇଛନ୍ତି ।

ଠିକ ସେହିପରି ମାଲକାନଗିରି ଜିଲ୍ଲାର ମାଲକାନଗିରି ଓ କାଲିମେଳା ବ୍ଲକର 10ଟି ପଞ୍ଚାୟତର 149 ଟି ଗ୍ରାମର ପ୍ରାୟ 56200 ଜନ ସାଧାରଣ ଏହାଦ୍ବାରା ଉପକୃତ ହେବେ। ଏହି ଦୁଇଗୋଟି ପ୍ରକଳ୍ପ ପାଇଁ ମୋଟ 258.67 କୋଟି ଟଙ୍କାର ଅଟକଳ କରାଯାଇଥିବା କୋରାପୁଟ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ରଘୁରାମ ପାଡାଲ ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.