ETV Bharat / state

ରାଜ୍ୟସ୍ତରୀୟ ତାଲିମ କେନ୍ଦ୍ର ହେବ କୋରାପୁଟ: ଜିଲ୍ଲାପାଳ

author img

By

Published : Dec 28, 2021, 8:34 PM IST

କୋରାପୁଟରେ ପଞ୍ଚାୟତିରାଜ ବିଭାଗର ରାଜ୍ୟସ୍ତରୀୟ ତାଲିମ ଶିବିର ଆୟୋଜିତ । ଅଧିକ ପଢନ୍ତୁ

ରାଜ୍ୟସ୍ତରୀୟ ତାଲିମ କେନ୍ଦ୍ର ହେବ କୋରାପୁଟ: ଜିଲ୍ଲାପାଳ
ରାଜ୍ୟସ୍ତରୀୟ ତାଲିମ କେନ୍ଦ୍ର ହେବ କୋରାପୁଟ: ଜିଲ୍ଲାପାଳ

କୋରାପୁଟ: ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର, DPRC ଠାରେ ପଞ୍ଚାୟତିରାଜ ବିଭାଗର ରାଜ୍ୟସ୍ତରୀୟ ତାଲିମ ଶିବିର ଆୟୋଜିତ ହୋଇଯାଇଛି । ଏହି ସଭାରେ ପୌରହିତ୍ୟ କରି କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର କୋରାପୁଟ ଜିଲ୍ଲାରେ ରାଜ୍ୟସ୍ତରୀୟ ତାଲିମ ଶିବିର ଆୟୋଜନ କରିବା ପାଇଁ ବର୍ତ୍ତମାନ ସମସ୍ତ ସୁବିଧା ଯୋଗାଇ ଦେଉଥିବା DPRC ଭଳି ତାଲିମ କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି ।

ଆୟୋଜିତ ଏହି ତାଲିମ ଶିବିରରେ ରାଜ୍ୟର 25 ଟି ଜିଲ୍ଲାରୁ ପଞ୍ଚାୟତିରାଜ ବିଭାଗର ବରିଷ୍ଠ ଅଧିକାରୀ ଯୋଗଦେଇ ଅନୁସୂଚିତ ଅଞ୍ଚଳରେ ପେଶା ନିୟମର କାର୍ଯ୍ୟକାରିତାକୁ ବୃଦ୍ଧି କରିବା ଓ ପଞ୍ଚାୟତିରାଜ ବ୍ୟବସ୍ଥାର ଦୃଢ଼ୀକରଣ ଉପରେ ଜ୍ଞାନ ଆହରଣ କରିଥିଲେ । ଆସନ୍ତା ଦୁଇଦିନ ଧରି ତାଲିମ ଗ୍ରହଣ କରିଥିବା ଅଧିକାରୀ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାଇ ପ୍ରତ୍ୟେକ୍ଷ ଜ୍ଞାନ ଅର୍ଜନ କରିବାର କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ୱରସ୍ଥିତ SIRD ର ବରିଷ୍ଠ ତାଲିମଦାତା ଯୋଗଦେଇ କୋରାପୁଟରେ ରାଜ୍ୟସ୍ତରୀୟ ତାଲିମ ଶିବିର ବହୁଳ ଭାବେ ଆୟୋଜିତ କରାଯିବା ପାଇଁ ଜିଲ୍ଲାପାଳ ରଖିଥିବା ପ୍ରସ୍ତାବର ଯଥାର୍ଥତା ରହିଛି ବୋଲି ମତବ୍ୟକ୍ତ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.