ETV Bharat / state

କୋରାପୁଟର ପ୍ରସିଦ୍ଧ ଲୋକ ମହୋତ୍ସବ ପରବ ଉଦଘାଟିତ - parav innaguaration

ଲୋକ ମହୋତ୍ସବ ମହାପର୍ବ ପରବ-୨୦୧୯ ଉଦଘାଟିତ ହୋଇଯାଇଛି । ଆଦିବାସୀ ନୃତ୍ୟ ସଙ୍ଗୀତରେ ଅଞ୍ଚଳ ପ୍ରକମ୍ପିତ ହେଉଛି । ଏହି ଆଦିବାସୀ ମହୋତ୍ସବ ଏକ ମାସ ଧରି ଚାଲିବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Oct 20, 2019, 11:43 PM IST

କୋରାପୁଟ: କୋରାପୁଟର ପ୍ରସିଦ୍ଧ ପର୍ବ ପରବ ଅନୁଷ୍ଠିତ ହୋଇଯାଇଛି । ଲମତାପୁଟ ବ୍ଲକରେ ଥିବା ଡୁଡୁମା ଜଳପ୍ରପାତ ନିକଟ ପାତାଳେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ପାରମ୍ପରିକ ନାଚଗୀତ ମାଧ୍ୟମରେ ପରବ-୨୦୧୯ ଶୁଭାରମ୍ଭ ହୋଇଯାଇଛି । କଳା , ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର ପାଇଁ ପ୍ରତି ବର୍ଷ କୋରାପୁଟ ଜିଲ୍ଲାରେ ଦୀର୍ଘ ଏକମାସ ଧରି ପାଳିତ ହୋଇଥାଏ ରାଜ୍ୟସ୍ତରୀୟ ଆଦିବାସୀ ମହୋତ୍ସବ ପରବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଜଳଭଣ୍ଡାରର ପବିତ୍ର ଜଳକୁ ମହିଳାମାନେ କଳସରେ ଆଣି ଶୋଭାଯାତ୍ରାରେ ଆସିଥିଲେ । ଏହି ଅବସରରେ ଦୁରୁଆ, କୋୟା, ପରଜା, କନ୍ଧ ଓ ଅନ୍ୟ ସମ୍ପ୍ରଦାୟର ଢେମସା ଓ ସିଙ୍ଗ ନାଚରେ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା । ମନ୍ଦିରରେ ପ୍ରଦୀପ ପ୍ରଜ୍ବଳିତ ହେବା ପରେ ସେହି ପ୍ରଦୀପରୁ ଅଗ୍ନିସଂଯୋଗ କରି ପୂର୍ବରୁ ପ୍ରସ୍ତୁତ ହୋଇଥିବା ଜିଲ୍ଲାସ୍ତରୀୟ ପରବ ମଶାଲରେ ଅଗ୍ନି ସଂଯୋଗ କରାଯାଇଥିଲା । ଏକ ସ୍ୱତନ୍ତ୍ର ସୁସଜ୍ଜିତ ଗାଡିରେ 5 କିଲୋମିଟର ଦୂର ବାରଙ୍ଗବାଡି ଆଶ୍ରମ ସ୍କୁଲ ପଡିଆକୁ ମଶାଲ ଅଣାଯାଇଥିଲା । ଯାହାକୁ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ , ସାଂସଦ ସପ୍ତଗିରି ଉଲାକା ଏବଂ କୋରାପୁଟ ଜିଲ୍ଲାର ସମସ୍ତ ବିଧାୟକଙ୍କ ଦ୍ୱାରା ଏହି ମଶାଲ ଶୋଭାଯାତ୍ରାରେ ଆସିଥିଲେ । ପରେ ସମସ୍ତ ବ୍ଲକ ଓ ପୌରାଞ୍ଚଳରୁ ଆସିଥିବା ପ୍ରତିନିଧି ସେହି ମଶାଲରୁ ସେମାନେ ଆଣିଥିବା ମଶାଲରେ ଅଗ୍ନି ସଂଯୋଗ କରିଥିଲେ ।

ପରବ ଶପଥ ପାଠ , ପୋଷ୍ଟର ଉନ୍ମୋଚନ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଦ୍ୱାରା ବିଧିବଦ୍ଧ ଭାବେ ଶୁଭାରମ୍ଭ ହୋଇଥିଲା । ଆସନ୍ତା ନଭେମ୍ବର ୧୬ ତାରିଖରୁ କୋରାପୁଟ ସହରରେ ଆୟୋଜିତ ହେବାକୁ ଯାଉଥିବା ମୁଖ୍ୟ ଉତ୍ସବ ପର୍ଯ୍ୟନ୍ତ ସମସ୍ତ ପଞ୍ଚାୟତ , ବ୍ଲକ ଓ ପୌରାଞ୍ଚଳରେ ନାଚ , ଗୀତ , ଖେଳକୁଦର ପ୍ରତିଯୋଗିତା ଓ ପ୍ରଦର୍ଶନ ମାଧ୍ୟମରେ ପରବ ପାଳିତ ହେବ ବୋଲି ଜିଲ୍ଲାପାଳ ଏହି ଅବସରରେ ସୂଚନା ଦେଇଥିଲେ । ଏହାସହ ଜିଲ୍ଲାର ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହ ଜିଲ୍ଲାରେ ଥିବା ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରର ପ୍ରଚାର ପ୍ରସାର କରିବାରେ ସକ୍ଷମ ହୋଇଥିବା କହିଥିଲେ । ଏହି ଅବସରରେ କୋରାପୁଟ ସାଂସଦ ସପ୍ତଗିରି ଉଲାକା ପରବ ପାଳନ ପ୍ରତି ଦେଖାଯାଇଥିବା ଅଭୂତପୂର୍ବ ଆଗ୍ରହ ଆସନ୍ତା ଦିନରେ ଏହି ଉତ୍ସବର ସଫଳତା ଆଡକୁ ସଂକେତ ଦେଉଛି ବୋଲି କହିଥିଲେ ।

କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ବୟନ ଶିଳ୍ପମନ୍ତ୍ରୀ ପଦିନୀ ଦିଆନ, ସାଂସଦ ସପ୍ତଗିରି ଉଲ୍ଲାକା, ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଈଶ୍ୱରଚନ୍ଦ୍ର ପାଣିଗ୍ରାହୀ, କୋରାପୁଟ ବିଧାୟକ ରଘୁରାମ ପଡାଲ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ, ପଟ୍ଟାଙ୍ଗି ବିଧାୟକ ପ୍ରୀତମ ପାଢି, ପୂର୍ବତନ ସାଂସଦ ଝିନ୍ନ ହିକକା, ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗି, ନିମାଇଁ ସରକାର ପ୍ରମୁଖ ଯୋଗ ଦେଇଥିଲେ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:ଲମତାପୁଟ ବ୍ଲକ ରେ ଥିବା ଡୁଡୁମା ଜଳପ୍ରପାତ ନିକଟ ପାତାଳେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ପାରମ୍ପରିକ ନାଚଗୀତ ମାଧ୍ୟମରେ ପରବ-୨୦୧୯ ର ଶୁଭାରମ୍ଭ ହୋଇଯାଇଛି ।Body:କଳା , ସଂସ୍କୃତି ଓ ପରମ୍ପରାର ବ୍ୟାପ୍ତି ଉଦ୍ଦେଶ୍ୟରେ ପ୍ରତିବର୍ଷ କୋରାପୁଟ ଜିଲ୍ଲାରେ ଦୀର୍ଘ ଏକମାସ ଧରି ପାଳିତ ହେଉଥିବା ରାଜ୍ୟସ୍ତରୀୟ ଆଦିବାସୀ ମହୋତ୍ସବ - ପରବ , ଜିଲ୍ଲାର ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହ ଜିଲ୍ଲାରେ ଥିବା ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ର ପ୍ରଚାର ପ୍ରସାର କରିବାରେ ସକ୍ଷମ ହୋଇଛି ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ମଧୁସୂଦନ ମିଶ୍ର ମତ ରଖିଛନ୍ତି । ମନ୍ଦିରରେ ପ୍ରଦୀପ ପ୍ରଜ୍ବଳିତ ହେବା ପରେ ସେହି ପ୍ରଦୀପରୁ ଅଗ୍ନିସଂଯୋଗ କରି ପୂର୍ବରୁ ପ୍ରସ୍ତୁତ ହୋଇଥିବା ଜିଲ୍ଲାସ୍ତରୀୟ ପରବ ମଶାଲ ରେ ଅଗ୍ନି ସଂଯୋଗ କରାଯାଇଥିଲା , ଯାହାକୁ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ , ସାଂସଦ ସପ୍ତଗିରି ଉଲାକା ଏବଂ କୋରାପୁଟ ଜିଲ୍ଲାର ସମସ୍ତ ବିଧାୟକ ଙ୍କ ଦ୍ୱାରା ଏକ ମଶାଲ ଶୋଭାଯାତ୍ରା ବାହାରି ସଭାସ୍ଥଳକୁ ଯାଇଥିଲା । ସ୍ଥାନୀୟ ଆଦିବାସୀ ମହିଳା ଙ୍କ ଦ୍ୱାରା ଆୟୋଜିତ କଳଶ ଯାତ୍ରା ଏବଂ ଦୁରୁଆ , ଗଦବା ଓ ପରଜା ସମ୍ପ୍ରଦାୟର ନୃତ୍ୟ ପରିବେଷଣ ଏହି ମଶାଲ ଯାତ୍ରା ସହ ଯାଇ ସଭାସ୍ଥଳରେ ପହଂଚିବା ପରେ ସମସ୍ତ ବ୍ଲକ ଓ ପୋୖରାଞ୍ଚଳରୁ ଆସିଥିବା ପ୍ରତିନିଧି ସେହି ମଶାଲରୁ ସେମାନେ ଆଣିଥିବା ମଶାଲ ରେ ଅଗ୍ନି ସଂଯୋଗ କରିଥିଲେ । ପରବ ଶପଥ ପାଠ , ପୋଷ୍ଟର ଉନ୍ମୋଚନ ଓ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଦ୍ୱାରା ବିଧିବଦ୍ଧ ଭାବେ ପରବର ଶୁଭାରମ୍ଭ ର ଘୋଷଣା କରାଯିବା ପରେ ଆସନ୍ତା ନଭେମ୍ବର ୧୬ ତାରିଖରୁ କୋରାପୁଟ ସହରରେ ଆୟୋଜିତ ହେବାକୁ ଯାଉଥିବା ମୁଖ୍ୟ ଉତ୍ସବ ପର୍ଯ୍ୟନ୍ତ ସମସ୍ତ ପଂଚାୟତ , ବ୍ଲକ ଓ ପୋୖରାଞ୍ଚଳରେ ନାଚ , ଗୀତ , ଖେଳକୁଦ ର ପ୍ରତିଯୋଗିତା ଓ ପ୍ରଦର୍ଶନ ମାଧ୍ୟମରେ ପରବ ପାଳିତ ହେବ ବୋଲି ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି ।Conclusion:ଆଜି ଲୋକଙ୍କ ମଧ୍ୟରେ ପରବ ପାଳନ ପ୍ରତି ଦେଖାଯାଇଥିବା ଅଭୂତପୂର୍ବ ଆଗ୍ରହ ଆସନ୍ତାଦିନରେ ଏହି ଉତ୍ସବର ସଫଳତା ଆଡକୁ ସଂକେତ ଦେଉଛି ବୋଲି ସାଂସଦ ସପ୍ତଗିରି ଉଲାକା ମତ ରଖିଛନ୍ତି ।
........
Byte :ମଧୁସୂଦନ ମିଶ୍ର , ଜିଲ୍ଲାପାଳ
Byte : ସପ୍ତଗିରି ଉଲାକା , କୋରାପୁଟ ସାଂସଦ
.........
ଶାନ୍ତାକାର
କୋରାପୁଟ
...........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.